ପାକିସ୍ତାନରେ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ


ସାଦିକାବାଦ: ପାକିସ୍ତାନରେ ରବିବାର ହୋଇଛି ପାକିସ୍ତାନ ବିମାନ ଦୁର୍ଘଟଣା। ଯାନ୍ତ୍ରୀକ ତ୍ରୁଟି ଯୋଗୁ ବିମାନଟି ଖସିପଡିବାରୁ ସେଥିରେ ଥିବା ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ୨ ପାଇଲଟ ହେଲେ ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକସନ୍‌ ୟୁନିଟର ସୋଏବ ମଲିକ ଓ ଫଓ୍ବାଦ ବଟ।

ଦୁନୟା ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନରେ ବ୍ୟାପୁଥିବା ପଙ୍ଗପାଳଙ୍କୁ ମାରିବା ପାଇଁ ଜିଲା ପ୍ରଶାସନ ଦ୍ୱାରା ଏହି ୨ ପାଇଲଟଙ୍କୁ ବିମାନ ମାଧ୍ୟମରେ ଆକାଶମାର୍ଗରୁ କୀଟନାଶନ ପକାଇବାକୁ ଡକାଯାଇଥିଲା। ତେବେ ଯାନ୍ତ୍ରୀକ ତ୍ରୁଟିଯୋଗୁ ବିମାନ ଖସିପଡିବାରୁ ସେଥିରେ ଥିବା ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ଜାନୁୟାରୀ ୭ରେ ମଧ୍ୟ ପାକିସ୍ତାନ ସେନାର ବିମାନ ଦୁର୍ଘଟଣା ହେବା ଫଳରେ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ