ଉତ୍ତର ଆମେରିକାରେ ବନ୍ୟା ପରିସ୍ଥିତି, ଟରଣ୍ଟୋରେ ଆଲର୍ଟ


ଟରଣ୍ଟୋ: ଉତ୍ତର ଆମେରିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଟରଣ୍ଟୋରେ ସମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକଟ କରାଯାଇଛି। ସେଥିପାଇଁ କର୍ତ୍ତୃପକ୍ଷ ଟରଣ୍ଟୋ ନିବାସୀମାନଙ୍କୁ ଆଲର୍ଟ କରିଛନ୍ତି। ଉତ୍ତର ଆମେରିକାରେ ଅତ୍ୟଧିକ ତାପମାତ୍ରା କାରଣରୁ ହିମଖଣ୍ଡ ତରଳୁଥିବାରୁ ବର୍ତ୍ତମାନ ସେଠାରେ ବହୁଥିବା ନଦୀଗୁଡ଼ିକର ଜଳସ୍ତର ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ତେଣୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହିପରି ଅବସ୍ଥା ଟରଣ୍ଟୋରେ ବି ହେବ। କାରଣ ଗ୍ରେଟର୍‌ ଟରଣ୍ଟୋ ଏରିଆରେ ବହୁଥିବା ନଦୀଗୁଡ଼ିକରେ ହିମଖଣ୍ଡ ତରଳିବାଜନିତ ପାଣି ପ୍ରବାହିତ ହେବ। ତେଣୁ ଏହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଟରଣ୍ଟୋ ରିଜିଅନ୍‌ କନ୍‌ଜର୍ଭେସନ୍‌ ଅଥରିଟି ପକ୍ଷରୁ କୁହାଯାଇଛି।

ଜନସାଧାରଣ ଅତି ମାତ୍ରାରେ ସତର୍କତା ଅବଲମ୍ବନ କରିବା ସହ ବନ୍ୟାପ୍ଳାବିତ ଅଞ୍ଚଳରେ ସାବଧାନ ରହିବାକୁ କୁହାଯାଇଛି। ବିଶେଷକରି ତଳିଆ ଅଞ୍ଚଳ ଓ ଅଣ୍ଡର୍‌ପାସ୍‌ ଅଞ୍ଚଳରେ ଜନସାଧାରଣ ଯାତାୟାତ କରିବାକୁ ଏଡ଼ାଇଯିବାକୁ କୁହାଯାଇଛି। ଏନେଇ ଟ୍ବିଟର୍‌ ମାଧ୍ୟମରେ ଟରଣ୍ଟୋ ପୋଲିସ୍‌ ପକ୍ଷରୁ କୁହାଯାଇଛି ଯେ ଗତ ଶନିବାରଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହାଛଡ଼ା ରବିବାର ସକାଳେ ୮୦ କିମି ପ୍ରତି ଘଣ୍ଟା ବେଗରେ ପବନ ମଧ୍ୟ ବହିଛି। ତେଣୁ ଏକାଧିକ ସ୍ଥାନରେ ରାସ୍ତାକୁ ବନ୍ଦ କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ଉତ୍ତର ଆମେରିକାରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ଫଳରେ ଅତି କମ୍‌ରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ ବ୍ୟାପକ ଘତି ଘଟିଥିବା ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ