ଜେଏନ୍‌ୟୁ ହିଂସା ମାମଲା: ୯ ଅଭିଯୁକ୍ତଙ୍କ ଫଟୋ ଜାରି, ଛାତ୍ର ସଂସଦ ସଭାପତି ବି ସାମିଲ


ଜାନୁଆରୀ ୫ ତାରିଖ ଜେଏନ୍‌ୟୁ ହିଂସାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଶାଖା ଗଣ୍ଡଗୋଳରେ ସମ୍ପୃକ୍ତ ୯ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି। ଜାରି ହୋଇଥିବା ୯ ଅଭିଯୁକ୍ତଙ୍କ ମଧ୍ୟରେ ଜେଏନ୍‌ୟୁ ଛାତ୍ର ସଂସଦ (ଜେଏନ୍‌ଏସ୍‌ୟୁ) ସଭାପତି ଆଇଶୀ ଘୋଷଙ୍କ ଫଟୋ ମଧ୍ୟ ରହିଛି। ଏହି ୯ ଅଭିଯୁକ୍ତଙ୍କ ମଧ୍ୟରେ ୭ ଜଣ ବାମପନ୍ଥୀ ଛାତ୍ର ସଂଗଠନର ହୋଇଥିଲା ବେଳେ ୨ ଜଣ ଦକ୍ଷିଣପନ୍ଥୀ ଛାତ୍ର ସଂଗଠନର ବୋଲି ତଦନ୍ତକାରୀ ଅଧିକାରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ଗଣ୍ଡଗୋଳ ଘଟଣାର ତଦନ୍ତ କରୁଥିବା ଡିସିପି କ୍ରାଇମବ୍ରାଞ୍ଚ୍‌ ଜର୍ଜ ତିର୍କୀ ଏକ ପ୍ରେସ୍‌ କନଫରେନ୍ସ ଜରିଆରେ କହିଛନ୍ତି ଯେ ବିଶ୍ବବିଦ୍ୟାଳୟର ଅଧିକାଂଶ ଛାତ୍ର ୱିଣ୍ଟର ସେମିଷ୍ଟର ପାଇଁ ଜାନୁଆରୀ ୧ରୁ ୫ ମଧ୍ୟରେ ରେଜିଷ୍ଟ୍ରେସନ କରିବାକୁ ଚାହୁଁଥିଲା ବେଳେ ବମପନ୍ଥୀ ଛାତ୍ର ସଂଗଠନ ଏହାକୁ ବିରୋଧ କରିବାରୁ ବିବାଦ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳ କାଳରେ ବିଶ୍ବବିଦ୍ୟାଳୟ ପେରିୟାର ହଷ୍ଟେଲରୁ ହିଁ ଆରମ୍ଭ ହୋଇଥିବା ବୋଲି ଡିସିପି ଜୟ ତିର୍କୀ କହିଛନ୍ତି।

ଜେଏନ୍‌ଏସ୍‌ୟୁ ସଭାପତି ଆଇଶୀ ଘୋଷଙ୍କ ସହ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ପେରିୟାର ହଷ୍ଟେଲ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ମାତ୍ର ସଭାପତି ଆଇଶୀ ଘୋଷ ତଦନ୍ତକାରୀ ଅଧିକାରୀଙ୍କ ମତକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀ ପୋଲିସ ପାଖରେ ସେ ଆକ୍ରମଣ କରିଥିବା ନେଇ କ’ଣ ପ୍ରମାଣ ରହିଛି, ତାହା ସାଧାରଣରେ ପ୍ରକାଶ କରନ୍ତୁ ବୋଲି ଆଇଶୀ ଚ୍ୟାଲେଞ୍ଜ୍‌ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଆଇଶୀ କହିଛନ୍ତି ଯେ ଆଇନ ଉପରେ ତାଙ୍କର ଭରସା ରହିଛି, ଆଶା କରୁଛି ତଦନ୍ତ ନିରପେକ୍ଷ ହେବ। ସେ କାହାରି ଉପରେ ଆକ୍ରମଣ କରି ନାହାନ୍ତି। ଆଉ ଏ ପର୍ଯ୍ୟନ୍ତ ସେ ଦେଇଥିବା ଏଫଆଇଆରକୁ ମଧ୍ୟ ପୋଲିସ ଗ୍ରହଣ କରି ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ ଦିଲ୍ଲୀ ପୋଲିସ ଜେଏନ୍‌ଏସ୍‌ୟୁ ସଭାପତି ଆଇଶୀଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ଏଫଆଇଆର ଦାଖଲ କରିଛି। ଗୋଟିଏ ଏଫଆଇଆରରେ ଆଇଶୀ ବିଶ୍ବବିଦ୍ୟାଳୟ ସର୍ଭର ରୁମ୍‌ ଉପରେ ଆକ୍ରମଣ କରିବା ଅଭିଯୋଗ ରହିଛି। ଆଉ ଗୋଟିଏ ଏଫଆଇଆରରେ ସେ ଷ୍ଟାଫ୍‌ ମେମ୍ବରଙ୍କୁ ଆକ୍ରମଣ କରିବାର ଅଭିଯୋଗ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ