ଫଟା ଗୋଇଠିକୁ ଏମିତି କରନ୍ତୁ ମୁଲାୟମ


ଶୀତଦିନେ ଥଣ୍ଡା ଯୋଗୁ ଚେହେରାର ତ୍ବଚା ଶୁଷ୍କ, ତ୍ବଚା ଫାଟିବା ଭଳି ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ଭାବେ ତ୍ବଚାକୁ ମଧ୍ୟ ଏହି ଭଳି ଭାବେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆପଣ ଚାହିଲେ ସାରା ଦିନ ପାଦରେ ମୋଜା ପିନ୍ଧନ୍ତୁ ବା ଜୋତା ପିନ୍ଧି ରହନ୍ତୁ। ଅନେକ ସମୟରେ ଥଣ୍ଡା କାରଣରୁ ତ୍ବଚା ଶୁଷ୍କ ହେବା, ଫୁଲିବା କିମ୍ବା କଳା ପଡ଼ିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏଠାରେ ଏଭଳି କେତେକ ଟିପ୍ସ ଦିଆଯାଇଛି, ଯାହା ସହାୟତାରେ ଶୀତଦିନେ ଆପଣ ପାଦର ଧ୍ୟାନ ରଖିପାରିବେ।

ପାଦରେ ସୃଷ୍ଟି ହୋଇପାରନ୍ତି କୀଟାଣୁ

ଅନେକ ସମୟରେ ଠିକ୍‌ ଭାବେ ଧ୍ୟାନ ନ ରଖିବା କାରଣରୁ ବହୁତ ଖରାପ ଭାବେ ଫାଟି ଯାଇଥାଏ। ଗୋଇଠି ଫାଟିବାରେ ଲାଗିଥାଏ। ଯେଉଁ କାରଣରୁ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ ଓ ଦେଖିବାକୁ ମଧ୍ୟ ଏହା ବହୁତ ଖରାପ ଦେଖାଯାଇଥାଏ। ଯଦି ଠିକ୍‌ ସମୟରେ ଏହାର ଉପଚାର କରା ନ ଗଲେ, ଏଥିରେ କୀଟାଣୁ ବି ସୃଷ୍ଟି ହୋଇପାରେ।

ଗରମ ପାଣି
ଶୀତଦିନେ ରାତିରେ ଶୋଇବା ପୂର୍ବରୁ କିଛି ସମୟ ପାଦକୁ ଗରମ ପାଣିରେ ବୁଡ଼ାଇ ରଖନ୍ତୁ। ଏହାପରେ ପାଦକୁ ସଫା କରି କ୍ରିମ୍‌ ଲଗାଇ ଶୋଇ ଯାଆନ୍ତୁ। ଏହାଫଳରେ ପାଦ ମୁଲାୟମ ରହିଥାଏ। ଆପଣ ଏଥିରେ ୩ ଚାମଚ ଲୁଣ ଓ ବରଫ ମଧ୍ୟ ପକାଇ ପାରିବେ। ଏହାଫଳରେ ପାଦର ଥକାପଣ ଦୂର ହୋଇଯିବା ସହିତ ଧୂଳି ମାଟି ବି ବାହାରିଯିବ।

ମଏଶ୍ଚରାଇଜର

ଗାଧୋଇବା ପରେ ଓ ରାତିରେ ଶୋଇବା ପୂର୍ବରୁ ପାଦକୁ ଧୋଇ ମଏଶ୍ଚରାଇଜର ଲଗାନ୍ତୁ। ଏହା ବଦଳରେ ଆପଣ ତେଲରେ ମଧ୍ୟ ପାଦକୁ ମାଲିସ୍‌ କରିପାରିବେ।

ଆରାମଦାୟକ ଜୋତା

ଶୀତଦିନେ ପ୍ରାୟ ସମସ୍ତେ ସାରା ଦିନ ଜୋତା ପିନ୍ଧିଥାନ୍ତି। ତେଣୁ ଆରାମଦାୟକ ଜୋତା ପିନ୍ଧନ୍ତୁ। ଏହାଫଳରେ ପାଦକୁ କିଛି ହାୱା ମିଳିବ। ଯଦି ପାଦ ଫାଟି ଥାଏ, ତେବେ କିଛି ସମୟ ଏହାକୁ ଖୋଲା ରଖନ୍ତୁ। ନଚେତ୍‌ ପାଦ କୁଣ୍ଡାଇ ହେବା ସମସ୍ୟା ହୋଇପାରେ।

ଲେମ୍ବୁ
ପାଦ ସମସ୍ୟା ଦୂର କରିବା ଓ ଏହାକୁ ନରମ ରଖିବା ପାଇଁ ଏହାକୁ ଲେମ୍ବୁରେ ଘଷନ୍ତୁ। ଏହାପରେ ପାଦକୁ ଏକ କପ୍‌ ଇପ୍‌ସମ୍‌ ସଲ୍ଟ ଗରମ ପାଣି ଟବ୍‌ରେ ରଖନ୍ତୁ। ସପ୍ତାହରେ ଥରେ ଏପରି ନିହାତି କରନ୍ତୁ।

ତେଲ

ପାଦର ଶୁଷ୍କ ତ୍ବଚାକୁ ବାହାର କରିବା ଲାଗି ଏହାକୁ କେବେ ବି କଇଁଚିରେ କାଟନ୍ତୁନି। ଏହାଫଳରେ ଆପଣଙ୍କ ଅତିରିକ୍ତ ତ୍ବଚା ବାହାରିଯାଇପାରେ ଓ ଯନ୍ତ୍ରଣା ମଧ୍ୟ ହୋଇପାରେ। ଏଥିସହିତ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି। ଏହାବଦଳରେ ପାଦକୁ ତେଲରେ ମାଲିସ କରି ହାଲୁକା ଭାବେ ହାତରେ ରଗଡ଼ନ୍ତୁ। ଏପରି କରିବା ଦ୍ବାରା କଠୋର ତ୍ବଚା ନରମ ହୋଇଯିବ।

ଚିନି
ଏକ ଚାମଚ ସୂର୍ଯ୍ୟମୁଖୀ ତେଲରେ ୨ ଚାମଚ ଚିନି ମିଶାଇ ହାଲୁକା ଭାବେ ପାଦକୁ ରଗଡ଼ନ୍ତୁ। ଏପରି କରିବା ଦ୍ବାରା ପାଦରେ ଜମିଥିବା ଧୂଳି ଓ ମାଟି ସଫା ହୋଇଯିବ ଓ ପାଦ ନରଗ ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ