ସର୍ବସାଧାରଣଙ୍କ ପାଇଁ ୫ ଦିନ ଖୋଲିବ ଲୋକସେବା ଭବନର ଉଦ୍ୟାନ


ଭୁବନେଶ୍ବର: ଲୋକସେବା ଭବନ ବିଭିନ୍ନ କିସମର ଶୀତଦିନିଆ ଫୁଲର ସମ୍ଭାରରେ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ତେବେ ଏହି ଉଦ୍ୟାନକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଜାନୁଆରୀ ମାସର ୫ ଦିନ ପାଇଁ  ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକସେବା ଭବନ ପାର୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନର୍ଦେଶ ଦେଇଛନ୍ତି।

ସାଧାରଣ ଲୋକମାନେ ଆସନ୍ତା ୧୧ ତାରିଖ ଦ୍ୱିତୀୟ ଶନିବାର, ୧୨ ତାରିଖ ରବିବାର, ୧୯ ତାରିଖ ରବିବାର, ୨୫ ତାରିଖ ଚତୁର୍ଥ ଶନିବାର ଏବଂ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଦିନ ଉଦ୍ୟାନର ଶୋଭା ଉପଭୋଗ କରପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଦିନଗୁଡ଼ିକରେ ଅପରାହ୍ନ ୩ଟାରୁ ୫ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଲୋକମାନେ ୧ ନମ୍ବର ଗେଟ୍‌ ଦେଇ ଯାଇ ଉଦ୍ୟାନ ବୁଲି ଦେଖିପାରିବେ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ