ଚକିତ କରୁଛି ଉତ୍ତର କୋରିଆର ଅଜବ ଗଜବ ନିୟମ


ସାରା ବିଶ୍ବରେ ଆପଣ ଏପରି ଅନେକ ଦେଶ ଦେଖିଥିବେ, ଯାହା ନିଜ ସୌନ୍ଦର୍ଯ୍ୟ ଓ ଇତିହାସକୁ ନେଇ ବହୁତ ଚର୍ଚ୍ଚିତ ହୋଇଥାଏ। କିନ୍ତୁ ଏଠାରେ ଏପରି ଏକ ଦେଶ ସମ୍ପର୍କରେ କୁହାଯାଇଛି, ଯାହା ନିଜର ସୌନ୍ଦର୍ଯ୍ୟଠାରୁ ଅଜବ ଗଜବ ନିୟମ ପାଇଁ ଅଧିକ ଜଣାଶୁଣା। ଚାଲନ୍ତୁ ଜାଣିବା ଉତ୍ତର କୋରିଆରେ ପ୍ରଚଳିତ ଥିବା ଏହି ଅଜବନିୟମ ସମ୍ପର୍କରେ।

ଏବେ ସାରା ବିଶ୍ବରେ ନୂଆବର୍ଷ ୨୦୨୦ ସେଲିବ୍ରେଟ୍‌ କରାଯାଉଥିବାବେଳେ ଉତ୍ତର କୋରିଆରେ ୧୦୯ତମ ନୂଆବର୍ଷ ପାଳନ କରାଯାଉଛି। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହା ସତ। ସୂଚନାଯୋଗ୍ୟ ଯେ ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍‌ ଦ୍ବିତୀୟ ସୁଙ୍ଗଙ୍କ ଅନୁସାରେ ତାଙ୍କ ଜନ୍ମ ୧୯୧୨ରେ ହୋଇଥିଲା। ସେତେବେଳେ ସେ କହିଥିଲେ ଯେ ସେଠାରେ ନୂଆବର୍ଷର ଗଣନା ତାଙ୍କ ଜନ୍ମଦିନରୁ କରାଯିବ। ତାଙ୍କ କହିବା ମୁତାବକ ଉତ୍ତର କୋରିଆରେ ଏବେ ୧୦୯ ବର୍ଷ ପାଳନ କରାଯାଉଛି।

ଆଜିକାଲି ସମେସ୍ତ ନିଜ ପାଖରେ କାର୍‌ ରଖିବାକୁ ପସନ୍ଦ କରୁଛନ୍ତି। କାରଣ କାର୍‌ କେବଳ ଜୀବନର ଆବଶ୍ୟକୀୟ ସାମଗ୍ରୀ ନୁହେଁ, ବରଂ ଲାଇଫ୍‌ଷ୍ଟାଇଲ୍‌ର ଷ୍ଟାଟସ୍‌ ଭାବେ ଗ୍ରହଣ କରାଯାଏ। କିନ୍ତୁ ଉତ୍ତର କୋରିଆରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ କାର୍‌ ରଖିବାର ଆଦୌ ଅନୁମତି ମିଳେ ନାହିଁ। ଏଠାରେ କାର୍‌ କେବଳ ସରକାରୀ ଅଧିକାରୀ ଓ ସେନା ରଖିପାରିବେ। ଉତ୍ତର କୋରିଆର ବର୍ଡରରେ କିଜୋଙ୍ଗ ଡଙ୍ଗ ନାମକ ଏକ ସହରର ମଡେଲ ନିର୍ମାଣ କରାଯାଇଛି। ଏହି ସହର ଲୋକଙ୍କୁ ରହିବା ପାଇଁ ନୁହେଁ, ବରଂ ଦକ୍ଷିଣ କୋରିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିର୍ମାଣ କରାଯାଇଛି।

ଯଦି ଆପଣ ଏହି ଦେଶରେ ଯାଇ ଫଟୋଗ୍ରାଫି କରିବାକୁ ଚାହୁଛନ୍ତି, ତେବେ ମନେ ରଖନ୍ତୁ ଏଠାରେ ଗରିବ ଲୋକଙ୍କ ଫଟୋ କ୍ଲିକ୍‌ କରିବା ପୂରାପୂରି ମନା ଅଟେ। ଉତ୍ତର କୋରିଆ ସରକାରଙ୍କ କହିବାନୁସାରେ ଏହାଦ୍ବାରା ଦେଶର ଛବି ବିଶ୍ବ ସମ୍ମୁ୍‌ଖରେ ଖରାପ ହୋଇଥାଏ। ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତଙ୍କୁ ଅଲଗା ଅଲଗା ଷ୍ଟାଇଲ୍‌ରେ ହେଆର କଟ୍‌ କରିବାକୁ ବହୁତ ପସନ୍ଦ। କିନ୍ତୁ ଏଠାରେ ଆପଣଙ୍କୁ ହେଆରଷ୍ଟାଇଲ୍‌ କରିବାକୁ ପୂରା ସ୍ବାଧୀନତା ମିଳି ନ ଥାଏ। ଏଠାରେ ଲୋକଙ୍କ ପାଇଁ କେଶର କିଛି ଡିଜାଇନ୍‌ ଜାରି କରାଯାଇଛି। ଯେଉଁଥିରୁ ଚୟନ କରି ଆପଣ ହେଆର କଟ୍‌ କରିପାରିବେ। ଜିନ୍ସ କଥା ଉଠିଲେ ଲୋକେ ସାଧାରଣତଃ ନୀଳ ରଙ୍ଗର ଜିନ୍ସ ଚୟନ କରିଥାନ୍ତି। କିନ୍ତୁ ଏଠାରେ ଲୋକଙ୍କୁ ଏହି ରଙ୍ଗର ଜିନ୍ସ ପିନ୍ଧିବାକୁ ପୂରାପୂରି ମନା ଅଟେ। ଯଦିଓ ପର୍ଯ୍ୟଟକମାନଙ୍କ ପାଇଁ ଏହି କଟକଣା ନାହିଁ, ତେବେ କିନ୍ତୁ କିମ୍‌ ଦ୍ବିତୀୟ ସୁଙ୍ଗ ଓ କିମ୍‌ ଜୋଙ୍ଗ ଦ୍ବିତୀୟଙ୍କ ମେମୋରିଆଲ ହଲ୍‌ ବୁଲିବାକୁ ଗଲାବେଳେ ସେମାନଙ୍କୁ ନିଜ ଜିନ୍ସ ବଦଳାଇବାକୁ ପଡ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ