ସବ୍ୟସାଚୀଙ୍କ ଡିଜାଇନର ଶାଢ଼ିରେ ଚମକିଲେ ଦୀପିକା ଓ ଲକ୍ଷ୍ମୀ


ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। କାରଣ ନିଜ ଫିଲ୍ମ ‘ଛପାକ୍‌’କୁ ନେଇ ସେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜେଏନ୍‌ୟୁ ହିଂସା ଘଟଣାରେ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ତାଙ୍କ ସମର୍ଥନ ଯୋଗାଇ ଦେଇଛନ୍ତି। ଜେଏନ୍‌ୟୁ ଘଟଣାଟି କିଛି ମାତ୍ରାରେ ବିବାଦୀୟ ହୋଇଥିବା ସତ୍ତ୍ବେ ଦୀପିକାଙ୍କ ଫିଲ୍ମ ‘ଛପାକ୍‌’ ଉପରେ ଏବେ ସମସ୍ତଙ୍କର ଫୋକ୍‌ସ ରହିଛି। ତେବେ ଏହି ବିବାଦରୁ ଦୂରରେ ରହି ଏଠାରେ ଦୀପିକାଙ୍କ ଫ୍ୟାଶନ୍‌ ସେନ୍ସ ଓ ଷ୍ଟାଇଲ୍‌ ସମ୍ପର୍କରେ କୁହାଯାଇଛି। ନିଜ ଫିଲ୍ମ ‘ଛପାକ୍‌’ର ସ୍କ୍ରିନିଂ ଅବସରରେ ଦୀପିକା ପାଦୁକୋନ ଓ ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ ଉଭୟ ଶାଢ଼ିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସୂଚନାଯୋଗ୍ୟ ଯେ ଲକ୍ଷ୍ମୀଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି।

ଫିଲ୍ମ ସ୍କ୍ରିନିଂ ସମୟରେ ଉଭୟ ଦୀପିକା ଓ ଲକ୍ଷ୍ମୀ ଫ୍ୟାଶନ୍‌ ଡିଜାଇନର ସବ୍ୟସାଚୀଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଶାଢ଼ି ପିନ୍ଧିଥିଲେ। ଦୀପିକା ରୟାଲ ବ୍ଲୁ ରଙ୍ଗର ଶିମରି ଶାଢ଼ି ପିନ୍ଧିଥିଲେ। ଏହା ସହିତ ସେ ସାଇଡ୍‌ ପାର୍ଟେଡ୍‌ ୱେଟ୍‌ ହେଆରଷ୍ଟାଇଲ୍‌କୁ ଲୁକ୍‌କୁ ଟିମ୍‌ଅପ୍‌ କରିଥିଲେ। ଏହି ଲୁକ୍‌ରେ ସେ ପ୍ରତ୍ୟେକ ଦୃଷ୍ଟିରୁ ସେକ୍ସି ନଜର ଆସୁଥିଲେ। ଏହି ବ୍ଲୁ ଶାଢ଼ି ସହିତ ଦୀପିକା ସ୍ପାଗେଟ୍ଟୀର ଷ୍ଟ୍ରାପ୍‌ ଷ୍ଟାଇଲ୍‌ ବ୍ଲାଉଜ୍‌, କାନରେ ରାଉଣ୍ଡ ଇଅରରିଙ୍ଗସ୍‌, ହାତରେ ମୋଟା ମୋଟା ଗୋଲ୍ଡ ଚୁଡ଼ି ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏଥିସହିତ ସେ ନ୍ୟୁଡ୍‌ କଲରର ଲିପ୍‌ଷ୍ଟିକ୍‌, ବ୍ଲୁ ସ୍ୟାଡୋ ଓ ଡିପ୍‌ କାଜଲ ଲଗାଇଥିଲେ।

ସେହିପରି ଲକ୍ଷ୍ମୀ ପିଙ୍କ୍‌ ରଙ୍ଗର ସୁନ୍ଦର ଫ୍ଲୋରାଲ ଡିଜାଇନ୍‌ଯୁକ୍ତ ବନାରସୀ ଶାଢ଼ି ପିନ୍ଧିଥିଲେ। ଏହାକୁ ମଧ୍ୟ ସବ୍ୟସାଚୀ ଡିଜାଇନ୍‌ କରିଥିଲେ। ଏହି ଶାଢ଼ି ସହିତ ଲକ୍ଷ୍ମୀ ଫିଙ୍କ୍‌ ରଙ୍ଗର ପ୍ଲେନ୍‌ ଫୁଲ୍‌ ସ୍ଲିଭ୍‌ସ ବ୍ଲାଉଜ୍‌ ଓ ହେଭୀ ଚୋକର ନେକ୍‌ଲେସ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏହି ଲୁକ୍‌ରେ ଲକ୍ଷ୍ମୀ ବହୁତ ସୁନ୍ଦର ଦେଖାଯାଉଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ