ବୁଲାବୁଲି
ନୂଆବର୍ଷରେ ଏମିତି କରନ୍ତୁ ୱିକେଣ୍ଡ ପ୍ଲାନ୍

ବୁଲାବୁଲି କରିବା ଓ ଜୀବନକୁ ଉଭଭୋଗ କରିବା କାହାକୁ ବା ପସନ୍ଦ ନୁହେଁ। କାମରୁ ସମୟ ବାହାର କରି ଭ୍ରମଣରେ ଯିବା ଫଳରେ ବ୍ୟକ୍ତି ମାନସିକ ଭାବେ ବେଶ୍ ରିଲାକ୍ସ ଅନୁଭବ କରନ୍ତି। ଶରୀରରେ ମଧ୍ୟ ନୂତନ ଶକ୍ତିର ସଞ୍ଚାର ହୋଇଥାଏ। ଅଲଗା ଅଲଗା ଓ ନୂଆ ସ୍ଥାନ ଭ୍ରମଣ କରିବା ଫଳରେ ବ୍ୟକ୍ତିର ଚିନ୍ତାଧାର ବଦଳି ଥାଏ, ଆତ୍ମବିଶ୍ବାସ ମଜ୍ବୁତ ହେବା ସହିତ ମସ୍ତିଷ୍କ ଶାନ୍ତା ଓ ରିଲାକ୍ସ ହୋଇଥାଏ। ଯଦି ଆପଣ ୨୦୧୯ରେ ନିଜ ଛୁଟି ଏନ୍ଜୟ କରିପାରି ନାହାନ୍ତି, ତେବେ ୨୦୨୦ରେ ପଡ଼ୁଥିବା ଅନେକ ଗୁଡ଼ିଏ ଛୁଟିରେ ନିଜ ହିସାବରେ ଭ୍ରମଣ ଯୋଜନା କରିପାରିବେ। ଏଠାରେ ୨୦୨୦ରେ ଛୁଟି ଓ ୱିକ୍ଏଣ୍ଡ ପ୍ଲାନ୍ ଶେୟାର କରାଯାଇଛି, ଯାହାକୁ ନେଇ ଆପଣ ନିଜ ମନପସନ୍ଦ ଟ୍ରିପ୍ ପ୍ଲାନ୍ କରିବା ପାଇଁ ସହଜ ହେବ। ଚାଲନ୍ତୁ ଜାଣିବା ଜାନୁଆରୀରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ପଡ଼ୁଥିବା ଛୁଟିରେ କେମିତି ୱିକ୍ଏଣ୍ଡ ପାଇଁ ପ୍ଲାନ କରାଯାଇପାରିବ।
ଜାନୁଆରୀରୁ ଫେବ୍ରୁଆରୀ
ଜାନୁଆରୀ ମାସରେ ୧୫ ତାରିଖରେ ମକର ସଂକ୍ରାନ୍ତି ପଡ଼ୁଥିବାବେଳେ ୧୮ ଓ ୧୯ ୱିକ୍ଏଣ୍ଡ ଅଟେ। ଯଦି ଆପଣ ଏହା ଭିତରେ ପଡ଼ୁଥିବା ୧୬ ଓ ୧୭ ତାରିଖ ଅର୍ଥାତ୍ ଗୁରୁବାର ଓ ଶୁକ୍ରବାର ଛୁଟି ନେଇପାରୁଛନ୍ତି, ତେବେ ଆପଣ ଏକ ଭଲ ଟ୍ରିପ୍ ପ୍ଲାନ୍ କରିପାରିବେ। ଫେବ୍ରୁଆରୀରେ ୨୧ ତାରିଖ ଶୁକ୍ରବାର ମହାଶିବରାତ୍ରୀ ଛୁଟି ସହିତ ୨୨ ଓ ୨୩ ତାରିଖ ୱିକ୍ଏଣ୍ଡ ହୋଇଥିବାରୁ ଆପଣ ତିନି ଦିନିଆ ଭ୍ରମଣ ଯୋଜନା କରିପାରିବେ।
ମାର୍ଚ୍ଚରୁ ଏପ୍ରିଲ
ମାର୍ଚ୍ଚ ମାସରେ ୭ ଓ ୮ ତାରିଖ ଶନିବାର ଓ ରବିବାର ପଡ଼ୁଥିବାବେଳେ ୧୦ ତାରିଖରେ ହୋଲି ଛୁଟି ପଡ଼ୁଛି। ଏହା ମଧ୍ୟରେ ଆପଣ ୯ ତାରିଖ ଛୁଟି ନେଇ ବୁଲାବୁଲି କରିବାର ଯୋଜନା କରିପାରିବେ। ଏଥିସହିତ ୨ ଏପ୍ରିଲରେ ରାମ ନବମୀ ଓ ୪ରୁ ୫ ତାରିଖ ୱିକ୍ଏଣ୍ଡ ସହିତ ୬ ତାରିଖରେ ମହାବୀର ଜୟନ୍ତୀ ଛୁଟି ପଡ଼ୁଛି। ଆପଣ ୩ ତାରିଖ ଛୁଟି ନେଇ ଏକ ୫ ଦିନିଆ ଟ୍ରିପ୍ ପ୍ଲାନ୍ କରିପାରିବେ। ଏହାପରେ ୧୦ ତାରିଖରେ ଗୁଡ୍ ଫ୍ରାଇଡେ’ ଓ ୧୧-୧୨ ୱିକ୍ଏଣ୍ଡ ପଡ଼ୁଛି। ଏଥିରେ ମଧ୍ୟ ଆପଣ କେଉଁଆଡ଼େ ବୁଲି ଯିବାର ଯୋଜନା କରିପାରିବେ।
ମେ’ରୁ ଜୁଲାଇ
୧ ମେ’ରେ ଶ୍ରମିକ ଦିବସ ସହିତ ୨-୩ ୱିକ୍ଏଣ୍ଡ, ପୁଣି ୭ ମେ’ରେ ବୁଦ୍ଧ ପୂର୍ଣ୍ଣିମା ଓ ୯-୧୦ରେ ୱିକ୍ଏଣ୍ଡ ଛୁଟି ପଡ଼ୁଥିବାରୁ ଆପଣ ଏହା ଭିତରେ ଥିବା ୱାର୍କିଂ ଡେ’ରେ ଛୁଟି ନେଇ ଏକ ଉତ୍ତମ ଟ୍ରିପ୍ ପ୍ଲାନ୍ କରିପାରିବେ। ଜୁନ୍-ଜୁଲାଇରେ ସେମିତି କିଛି ପର୍ବ ପର୍ବାଣୀ ପଡ଼ୁ ନାହିଁ। କିନ୍ତୁ ପିଲାଙ୍କ ଖରାଛୁଟିରେ ଆପଣ ୱିକ୍ଏଣ୍ଡ ସହିତ ଛୁଟି ନେଇ ଭ୍ରମଣ ଯୋଜନା କରିପାରିବେ।
ଅଗଷ୍ଟରୁ ସେପ୍ଟେମ୍ବର
ଅଗଷ୍ଟ ମାସରେ ରକ୍ଷାବନ୍ଧନ ଓ ବକରୀ ଇଦ୍ରେ ବାହରକୁ ବୁଲିଯିବାର ଚିନ୍ତା କରିପାରିବେ। ଏଥିସହିତ ୨୯ରୁ ୩୧ ଅଗଷ୍ଟ ଭିତରେ ପଡ଼ୁଥିବା ତିନି ଦିନିଆ ଛୁଟିରେ ଆପଣ କୌଣସି ଶର୍ଟ ଟ୍ରିପ୍ ପ୍ଲାନ୍ କରିପାରିବେ। ସେପ୍ଟେମ୍ବର ୧୭ ତାରିଖରେ ବିଶ୍ବକର୍ମା ପୂଜା ଛୁଟି ସହିତ ୧୯ରୁ ୨୦ ତାରିଖରେ ପଡ଼ୁଥିବା ୱିକ୍ଏଣ୍ଡ ମଧ୍ୟରେ ଗୋଟିଏ ୱାର୍କିଂ ଡେ’ର ଛୁଟି ନେଇ ଚାରି ଦିନିଆ ଟୁର୍ କରିପାରିବେ।
ଅକ୍ଟୋବରରୁ ନଭେମ୍ବର
୨ ଅକ୍ଟୋବରରେ ଗାନ୍ଧି ଜୟନ୍ତୀ ଓ ୩-୪ ତାରିଖ ୱିକ୍ଏଣ୍ଡ ହୋଇଥିବାରୁ ଏହି ସମୟରେ ଆପଣ ଆଖପାଖର କୌଣସି ସ୍ଥାନ ବୁଲିପାରିବେ। ଏହାପରେ ଦୁର୍ଗା ପୂଜା, ଦଶହରା ଛୁଟି ପଡ଼ୁଥିବାରୁ ଆପଣ କିଛି ଛୋଟ ଟୁର୍ ପ୍ଲାନ୍ କରିପାରିବେ। ନଭେମ୍ବର ୧୩ ତାରିଖରେ ଧନ୍ତେରସ ଓ ୧୪-୧୫ ୱିକ୍ଏଣ୍ଡ ହଲିଡେ’ ସହିତ ୧୬ ତାରିଖରେ ଭାଇ ଦୁଜ ଛୁଟି ପଡ଼ିବ। ମାସ ଶେଷରେ ଅର୍ଥାତ୍ ୨୮-୨୯ ତାରିଖ ୱିକ୍ଏଣ୍ଡ ପରେ ୩୦ ତାରିଖରେ ଗୁରୁ ନାନକ ଜୟନ୍ତୀ ଛୁଟି ପଡ଼ିବ। ତେଣୁ ଏହି ମାସରେ ବୁଲିବା ପାଇଁ ଆପଣଙ୍କୁ ୨ ଥର ସୁଯୋଗ ମିଳିବ।
ଡିସେମ୍ବର ୨୦୨୦
ଡିସେମ୍ବର ମାସ ଶେଷରେ ୨୫ ତାରିଖରେ ଖ୍ରୀଷ୍ଟମାସ ଛୁଟି ଥିବାବେଳେ ୨୬ ଓ ୨୭ ତାରିଖ ୱିକ୍ଏଣ୍ଡ ପଡ଼ୁଛି। ଯଦି ସମ୍ଭବ ୨୮ ଡିସେମ୍ବରରୁ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଛୁଟି ନେଇ ୮ ଦିନିଆ ଲମ୍ବା ଭ୍ରମଣରେ ଯାଇପାରିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ