ତିମିକୁ କାଳ ପ୍ଲାଷ୍ଟିକ: ପେଟରୁ ବାହାରିଲା ୧୦୦ କିଲୋ


ସ୍କଟଲାଣ୍ଡ: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲୁସକେନଟାୟାର ସମୁଦ୍ର ଉପକୂଳରୁ ଏହି ତିମି ମାଛଟିକୁ ମୃତ ଅବସ୍ଥାରେ ଧରାଯାଇଛି। ତିମି ମାଛ ପେଟରେ ଜାଲ, ପ୍ଲାଷ୍ଟିକ୍‌ କପ, ପ୍ଲାଷ୍ଟିକ ରଶି ଏବଂ ଅନ୍ୟସବୁ  ପ୍ଲାଷ୍ଟିକ ସାମଗ୍ରୀ ଭରିରହିଥିଲା। ମାଛ ପେଟରେ ଏହି ପ୍ଲାଷ୍ଟିକଗୁଡିକ ଏକ ବଲ୍‌ ଆକୃତି ଧାରଣ କରିଥିଲା। ଏହାର ଓଜନ ୧୦୦ କିଲୋ ବୋଲି ଜଣାପଡିଛି। ଅତ୍ୟଧିକ ପ୍ଲାଷ୍ଟିକ ଖାଇଥିବା ଯୋଗୁ ମାଛଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ