ପଣ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନା! ଖୋଲିଲାନି ଉଦ୍ଦିଷ୍ଟ ଗେଟ୍‌


କୋଲ୍‌କାତା: ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟ ସରକାରଙ୍କ ହୀନ ରାଜନୀତିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟପାଳ ଜଗଦୀପ ଧାନ୍‌ଖର୍‌ଙ୍କୁ ବିଧାନସଭାରେ ଯଦିଓ ପ୍ରବେଶ କରିବାର ସୁଯୋଗ ମିଳିଛି, କିନ୍ତୁ ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍‌ ବନ୍ଦ ଥିବାରୁ ତାଙ୍କୁ ସେଠାରୁ ଫେରିବାକୁ ପଡ଼ିଥିଲା। ପରେ ଗଣମାଧ୍ୟମ ଓ ବିଧାନସଭାର ଅନ୍ୟାନ୍ୟ ଅଧିକାରୀମାନଙ୍କ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଗେଟ୍‌ରେ ତାଙ୍କୁ ଭିତରେ ପ୍ରବେଶ କରିବାର ସୁଯୋଗ ମିଳିଥିଲା। ବିଧାନସଭାକୁ ତାଙ୍କ ଆଗମନ ନେଇ ରାଜ୍ୟପାଳ ଧାନ୍‌ଖର୍‌ ବାଚସ୍ପତି ବିମାନ ବାନାର୍ଜୀଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ଗେଟ୍‌ରୁ ଫେରିଯିବା ଫଳରେ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ କଳଙ୍କିତ ହୋଇଛି ଓ ଏହା ଏକ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟପାଳ ମତାମତ ଦେଇଛନ୍ତି।

ରାଜ୍ୟପାଳ ଧାନ୍‌ଖାର ଗୁରୁବାର ବିଧାନସଭାରେ ପହଞ୍ଚି ତାଙ୍କ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଗେଟ୍‌ ନଂ.୩ରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେ ଗେଟ୍‌ଟି ବନ୍ଦ ଥିଲା ଓ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ଉକ୍ତ ଗେଟ୍‌ ଖୋଲି ନ ଥିଲେ। ପରେ ଗେଟ୍‌ ନଂ.୪ ମାଧ୍ୟମରେ ରାଜ୍ୟପାଳ ବିଧାନସଭା ପରିସରରେ ପ୍ରବେଶ କରିଥିଲେ। ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିଲେ ମଧ୍ୟ ରାଜ୍ୟପାଳଙ୍କ ଅନୁମୋଦନ ପାଇ ନ ଥିବାରୁ ବିଧାନସଭାରେ ଉପସ୍ଥାପନ ହେବା ସକାଶେ କୌଣସି ବିଲ୍‌ ନ ଥିବାରୁ ବାଚସ୍ପତି ବାନାର୍ଜୀ ଗୃହକୁ ୨ ଦିନ ପାଇଁ ମୁଲତବୀ କରିଛନ୍ତି। କିନ୍ତୁ ମୁଲତବୀ କରିବା ଅର୍ଥ ବିଧାନସଭା ବନ୍ଦ ହୋଇଗଲା ବୋଲି ଭାବିବା ଅନୁଚିତ ଓ ଆଗମନ ନେଇ ଯଥେଷ୍ଟ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ କ’ଣ ପାଇଁ ଗେଟ୍‌ ନଂ.୩ ବନ୍ଦ ରହିଥିଲା ବୋଲି ରାଜ୍ୟପାଳ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ରାଜ୍ୟପାଳ ଜାଣିଶୁଣି ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ କରୁ ନ ଥିବା ଅଭିଯୋଗ କରିଥିବା ବେଳେ ସେ ରବର୍‌ ଷ୍ଟାମ୍ପ୍‌ ନୁହନ୍ତି, ବରଂ ସମ୍ବିଧାନ ଅନୁସାରେ କାମ କରୁଛନ୍ତି ବୋଲି ଧାନ୍‌ଖର୍‌ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ