ସଂସଦରେ ରିହାତି ଦରରେ ମିଳୁଥିବା ଖାଦ୍ୟ ବନ୍ଦ


ନୂଆଦିଲ୍ଲୀ: ସଂସଦ ଭବନର କ୍ୟାଣ୍ଟିନ୍‌ରେ ଏଣିକି ସାଂସଦମାନଙ୍କୁ ରିହାତି ଦରରେ ଖାଦ୍ୟ ମିଳିବ ନାହିଁ। କାରଣ ଗୁରୁବାର ସଂସଦର ଉଭୟ ସଦନର ସାଂସଦମାନେ ଏହି ରିହାତି ବନ୍ଦ ପାଇଁ ସହମତ ହୋଇଛନ୍ତି। ଉଭୟ ସଦନର ସାଂସଦମାନେ ବିଜନେସ୍‌ ଆଡଭାଇଜରୀ କମିଟି (ବିଏସି) ବୈଠକରେ ଯୋଗଦେବା ଅବସରରେ ଏହି ସବ୍‌ସିଡି ପ୍ରତ୍ୟାହାର କରିନିଆଯିବା ସପକ୍ଷରେ ସର୍ବସମ୍ମତି କ୍ରମେ ମତ ଦେଇଥିଲେ ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ସଂସଦର ସମସ୍ତ ସାଂସଦଙ୍କ ସହ ବିଚାର ବିମର୍ଶ ପରେ ଏପରି ନିଷ୍ପତ୍ତି ହୋଇଛି ବୋଲି ବାଚସ୍ପତି କହିଛନ୍ତି।

ତେଣୁ ବର୍ତ୍ତମାନ ସଂସଦ କ୍ୟାଣ୍ଟିନ୍‌ରେ ବଜାର ମୂଲ୍ୟରେ ଖାଦ୍ୟ ମିଳିବ। ଗୁରୁବାର ପୂର୍ବରୁ ସାଂସଦମାନଙ୍କୁ ସଂସଦ ଭିତରେ ରିହାତି ମୂଲ୍ୟରେ ଖାଦ୍ୟ ମିଳୁଥିବାରୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୧୭ କୋଟି ଟଙ୍କାର ବୋଝ ସହିବାକୁ ପଡ଼ୁଥିଲା। ଗତ ଲୋକସଭା ଅଧିବେଶନ ସମୟରେ ଏହି ବୋଝକୁ ସାମାନ୍ୟ ହାଲୁକା କରିବା ସକାଶେ ରିହାତିକୁ କିଛି ପରିମାଣରେ ହ୍ରାସ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ପଡ଼ୁଥିବା ଅତିରିକ୍ତ ବୋଝକୁ ହ୍ରାସ କରିବା ଦିଗରେ ସବୁ ଦଳର ସାଂସଦମାନେ ଏଣିକି ବଜାର ମୂଲ୍ୟରେ କ୍ୟାଣ୍ଟିନ୍‌ରେ ଖାଦ୍ୟ ଖାଇବାକୁ ନିଷ୍ପତ୍ତି ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ