ବାରବାଟୀ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ


କଟକ: ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଆନ୍ତର୍ଜାତୀୟ ମ୍ୟାଚ୍‌। ଭାରତ ଓ ୱେଷ୍ଟ୍‌ ଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ୍‌ର ୩ୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଗୁରୁବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ କରାଯାଇଛି। ଟିକେଟ୍‌ ସରିବା ପର୍ଯ୍ୟନ୍ତ କିମ୍ବା ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି ଅନ୍‌ଲାଇନ୍ ଟିକେଟ୍‌ ବିକ୍ରି ଜାରିରହିବ। ଦର୍ଶକମାନେ  www.paytm.com ଓ www.insider.in ଯାଇ ଟିକେଟ୍‌ କିଣିପାରିବେ। ଏଥର ଦର୍ଶକଙ୍କ ପାଇଁ ଅନ୍‌ଲାଇନ୍‌ରେ ମୋଟ୍‌ ୮୧୫୦ଟି ଟିକେଟ୍‌ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨ ନମ୍ବର କ୍ୟାଲେରୀ ପାଇଁ  ୩ ହଜାର ଟିକେଟ୍‌, ୪ ନମ୍ବର ଗ୍ୟାଲେରୀ ପାଇଁ  ୩ ହଜାର ଟିକେଟ୍‌, ୬ ନମ୍ବର ଗ୍ୟାଲେରୀ ପାଇଁ ୧୫ ଶହ ଟିକେଟ୍‌, ନ୍ୟୁ ପାଭିଲଅନ୍‌ ପାଇଁ ୫୦ ଟିକେଟ୍‌, ସ୍ପେସାଲ୍‌ ଏନ୍‌କ୍ଲୋଜରରେ ୫ଶହ ଏବଂ ଏସି ବକ୍ସ ଗ୍ୟାଲେରୀ ୪ ନମ୍ବରରେ ଥିବା ୧୦୦ ଟି ସିଟ୍ ପାଇଁ ଅନ୍‌ଲାଇନ୍ ରେ ଟିକେଟ୍‌ ଉପଲବ୍ଧ ହୋଇଛି। ତେବେ କ୍ରିକେଟ୍‌ ପ୍ରେମୀଙ୍କ ସବୁଠାରୁ ପସନ୍ଦର ଗ୍ୟାଲେରୀ ନମ୍ବର ୧ ଓ ୩ ପାଇଁ ଅନ୍‌ଲାଇନ୍ ଟିକେଟ୍‌ ବୁକିଂର ବ୍ୟବସ୍ଥା ନାହିଁ। ଗ୍ୟାଲେରୀ ନମ୍ବର ୨ ଓ ୪ର ଟିକେଟ୍‌ ମୂଲ୍ୟ ୫୦୦ ଟଙ୍କା ପ୍ଲସ୍‌ ୧୮ ପ୍ରତିଶତ ଜିଏସ୍‌ଟି ରଖାଯାଇଛି। ସେହିପରି  ୬ ନମ୍ବର ଗ୍ୟାଲେରୀର ଟିକେଟ୍‌ ମୂଲ୍ୟ ୪୦୦ ଟଙ୍କା ପ୍ଲସ୍‌ ୧୮ ପ୍ରତିଶତ ଜିଏସ୍‌ଟି, ନ୍ୟୁ ପାଭିଲିଅନ୍ ଟିକେଟ୍‌ର ମୂଲ୍ୟ  ୫୦୦୦ ଟଙ୍କା+୧୮ ପ୍ରତିଶତ ଜିଏସ୍‌ଟି ରଖାଯାଇଛି। ସେହିପରି ସ୍ପେସାଲ୍‌ ଏନ୍‌କ୍ଲୋଜର୍‌ର ‘ଏ’ ବ୍ଲକ୍‌ ଟିକେଟ୍‌ ମୂଲ୍ୟ ୩ ହଜାର ଟଙ୍କା ସହିତ ଜିଏସ୍‌ଟି ଏବଂ ଗ୍ୟାଲେରୀ ନମ୍ବର ୪ରେ ଥିବା ଏସି ବକ୍ସ ଟିକେଟ୍‌ର ମୂଲ୍ୟ ୫ ହଜାର ଟଙ୍କା ସହିତ ୧୮ ପ୍ରତିଶତ ଜିଏସ୍‌ଟି ରଖାଯାଇଛି। ଅନ୍‌ଲାଇନ୍ ଟିକେଟ୍‌ ବୁକ୍ କରିଥିବା ଦର୍ଶକ ସେମାନଙ୍କ ଭାଉଚର୍‌ ଦେଖାଇ ଡିସେମ୍ବର ୧୯, ୨୦ ଓ ୨୧ ତାରିଖ ଦିନକେମ୍ବ୍ରିଜ୍ ସ୍କୁଲ୍‌ ପରିସରରୁ ଟିକଟ୍‌ ସଂଗ୍ରହ କରିପାରିବେ। କାଉଣ୍ଟର୍‌ରେ ୧୯ ତାରିଖରୁ ଟିକେଟ୍‌ ବିକ୍ରି କରାଯିବ। ତେବେ କାଉଣ୍ଟ୍‌ରରେ କେତେ ସଂଖ୍ୟକ ଟିକେଟ୍‌ ମିଳିବ ତାହା ଜଣାପଡ଼ିନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ