ପରଲୋକରେ ଇଂଲଣ୍ଡର ପୂର୍ବତନ ପେସର ବବ୍ ୱିଲ୍ସଙ୍କ


ଲଣ୍ଡନ: ବୁଧବାର ବିଶ୍ବର ଅନ୍ୟତମ ଖ୍ୟାତନାମା ବୋଲର ତଥା ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ବବ୍ ୱିଲ୍ସଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୱିଲ୍ସ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ। ଦୀର୍ଘଦିନ ହେଲା ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ଶେଷରେ ସେ ଆଖି ବୁଜିଛନ୍ତି। ପୂର୍ବତନ ପେସ୍ ବୋଲର ବବ୍ ଇଂଲଣ୍ଡ ପକ୍ଷରୁ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳି ୩୨୫ ୱିକେଟ୍ ନେଇଛନ୍ତି। ବବ୍ ୧୯୭୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ୧୯୭୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ ୱିଲ୍ସ। ୧୯୮୧ରେ ହେଡିଂଲେରେ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ଟେଷ୍ଟରେ ସେ ଚମତ୍କାର ବୋଲିଂ ଜରିଆରେ ୪୩ ରନ୍ ଦେଇ ୮ ୱିକେଟ୍ ନେଇ କ୍ୟାରିଅର ବେଷ୍ଟ ପ୍ରଦର୍ଶନ କରିଥିଲେ।

ଇଂଲଣ୍ଡର ସର୍ବାଧିକ ୱିକେଟ୍ ଟେକର ଭାବେ ୩୨୫ ୱିକେଟ୍‌ ନେଇଥିବା ୧୯୮୪ରେ  ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଇଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଇଆନ୍ ବୋଥାମ ୩୮୩ ୱିକେଟ୍‌ ନେଇ ତାଙ୍କ ରେକର୍ଡକୁ ଭାଙ୍ଗିଥିଲେ। ଏହାପରେ ଜେମ୍ସ ଆଣ୍ଡରସନ୍ ୫୭୫ ୱିକେଟ୍‌ ଏବଂ ଷ୍ଟୁଆର୍ଟ ବ୍ରଡ୍ ୪୭୧ ୱିକେଟ୍‌ ନେଇ ୱିଲ୍ସ ଓ ବୋଥାମଙ୍କୁ ଟପି ଯାଇଛନ୍ତି। ଦିନିକିଆରେ ସେ ୬୦ ଟେଷ୍ଟ ଖେଳି ୮୦ ୱିକେଟ୍ ନେଇଛନ୍ତି। ତାଙ୍କ ପରଲୋକରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୋକ ପ୍ରକାଶ କରିଛି। ସେହିପରି ବିଶ୍ବର ବହୁ ବରିଷ୍ଠ କ୍ରିକେଟର ମଧ୍ୟ ୱିଲ୍ସଙ୍କ ପରଲୋରେ ଶୋକ ପ୍ରକାଶ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ