ସପ୍ତାହରେ ଥରେ ଜଙ୍କଫୁଡ୍‌ ଖାଇବା ଦରକାର


ଆପଣ ଯେମିତି ଶରୀର ଚାହୁଛନ୍ତି, ସେମିତି ଶରୀର ପାଇବା ସହଜ କଥା ନୁହେଁ। ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିସହିତ ନିଜ ପସନ୍ଦର ଖାଦ୍ୟକୁ ତ୍ୟାଗ କରିବାକୁ ମଧ୍ୟ ପଡ଼ିଥାଏ। କାରଣ ପିଜ୍ଜା, ବର୍ଗର, ଫ୍ରାଏଜ୍‌, ଆଇସ୍‌କ୍ରିମ୍‌, ଚକୋଲେଟ୍‌ ଆଦି ଖାଇବା ଯେତିକି ସ୍ବାଦିଷ୍ଟ ହୋଇଥାଏ, ସେତିକି ଅସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। ଏଥିସହିତ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ମଧ୍ୟ କଷ୍ଟକର ହୋଇଥାଏ। କିନ୍ତୁ କେତେକ ଜିନିଷ ପ୍ରତି ଧ୍ୟାନ ରଖି ଆପଣ ନିଜ ଫିଟ୍‌ନେସ୍‌ ଗୋଲ୍‌କୁ ମଧ୍ୟ ମେଣ୍ଟେନ୍‌ ରଖିପାରିବେ। ଏଥିସହିତ ଆପଣ ସ୍ବାଦିଷ୍ଟ ଜିନିଷକୁ ମଧ୍ୟ ଏନ୍‌ଜୟ କରିପାରିବେ। ଏହି କ୍ରମରେ ସପ୍ତାହରେ ଥରେ ଜଙ୍କ୍‌ଫୁଡ୍‌ ଖାଇବା ଦରକାର ବୋଲି କୁହାଯାଉଛି।

ସପ୍ତାହରେ ଥରେ ଖାଆନ୍ତୁ ଜଙ୍କ୍‌ଫୁଡ୍‌

ଆପଣଙ୍କୁ ଜଙ୍କଫୁଡ୍‌ ସମ୍ପୂର୍ଣ୍ଣ ଭାବେ ଛାଡ଼ିବା ଆବଶ୍ୟକ ନାହିଁ। ଆପଣ ସପ୍ତାହରେ ଥରେ ଜଙ୍କଫୁଡ୍‌ ନିହାତି ଭାବେ ଖାଆନ୍ତୁ। ସପ୍ତାହରେ ଥରେ ଜଙ୍କଫୁଡ୍‌ ଖାଇବା ପରେ ଆପଣଙ୍କୁ ଅନୁଭବ ହେବ ଯେ ଆପଣଙ୍କ ଶରୀରକୁ ବିନା କୌଣସି କ୍ଷତି ପହଞ୍ଚାଇ ଏହାଦ୍ବାରା ଆପଣ ଇଚ୍ଛା ମଧ୍ୟ ପୂରଣ କରିପାରିବେ। ଏହାଦ୍ବାରା ମେଟାବଲିଜମ୍‌ ମଧ୍ୟ ଦ୍ରୁତ ହୋଇଥାଏ ଓ ଶରୀର ଅଧିକ କ୍ୟାଲୋରୀ ବର୍ଣ୍ଣ କରିଥାଏ। କିନ୍ତୁ ମନେରଖନ୍ତୁ କେବଳ ଚିଟ୍‌ ମିଲ୍‌ ନିଅନ୍ତୁ। ଏହାର ଅର୍ଥ ନୁହେଁ ଆପଣ ପୂରା ଦିନ ଜଙ୍କଫୁଡ୍‌ ଖାଇବାରେ ଲାଗିବେ।

ସସ୍‌ ମାତ୍ରା ଉପରେ ଧ୍ୟାନ ରଖନ୍ତୁ

କେତେକ ଲୋକଙ୍କ ପାଇଁ ଫାଷ୍ଟଫୁଡ୍‌ କ୍ୟାଚ୍‌ଅପ୍‌, ମୟୋନିଜ ଓ ବାର୍ବେକ୍ୟୁ ସସ୍‌ ବିନା ଅଧୁରା ରହିଥାଏ। ଏଥିରେ ଅଧିକ କ୍ୟାଲୋରୀ ରହିଛି। ତେଣୁ ସସ୍‌ ଖାଆନ୍ତୁ ନାହିଁ, ଯଦି ଖାଉଛନ୍ତି ତେବେ ବହୁତ କମ୍‌ ଖାଆନ୍ତୁ।

ଫାଷ୍ଟଫୁଡ୍‌ ଖାଇବା ପୂର୍ବରୁ ପାଣି ପିଅନ୍ତୁ
ଫାଷ୍ଟଫୁଡ୍‌ ଖାଇବାବେଳେ ଅଧିକାଂଶ ଲୋକଙ୍କ ଏହି ସମସ୍ୟା ରହିଥାଏ ଯେ ସେମାନେ ଏହା ଅଧିକ ଖାଇ ନିଅନ୍ତି। ଏଥିରୁ ରକ୍ଷା ପାଇବା ଲାଗି ଆପଣ ଏହା ଖାଇବା ପୂର୍ବରୁ ପାଣି ପିଇ ନିଅନ୍ତୁ। ଏହାଦ୍ବାରା ଆପଣଙ୍କ ପେଟ ଭରିବା ଭଳି ଅନୁଭବ ହେବ ଓ ଅଧିକ ଫାଷ୍ଟଫୁଡ୍‌ ଖାଇବାରୁ ରକ୍ଷା ପାଇପାରିବେ।

ବୁଝି ବିଚାରି ଖାଆନ୍ତୁ ଫାଷ୍ଟଫୁଡ୍‌
ଏହାର ଅର୍ଥ ହେଲା ଯେ ଆପଣ ଯାହା କିଛି ଖାଉଛନ୍ତି, ଏହାର ପ୍ରଭାବ ଶରୀର ଓ ମସ୍ତିଷ୍କ ଉପରେ କିପରି ପଡ଼ୁଛି, ତାହା ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ। ତେଣୁ ଏହାକୁ ଆପଣ ଭଲ ଭାବେ ଧିରେ ଧିରେ ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ଏହା ସହଜରେ ହଜମ ହୋଇଥାଏ ଓ ପେଟ ପୂରି ଗଲେ ଆପଣଙ୍କ ମସ୍ତିଷ୍କକୁ ଆଲର୍ଟ ରଖିବାରେ ସାହାଯ୍ୟ କରିବ।

ଖାଦ୍ୟ ପରିମାଣ ଉପରେ ଧ୍ୟାନ ଦିଅନ୍ତୁ
ଫାଷ୍ଟଫୁଡ୍‌ରେ ଚିନି, ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ସ, ଟ୍ରାନ୍ସ ଫ୍ୟାଟ୍‌ ଓ ବହୁତ ସାରା କ୍ୟାଲୋରୀ ଭଳି ଅସ୍ବାସ୍ଥ୍ୟକର ଜିନିଷ ରହିଛି। ସପ୍ତାହରେ ଥରେ ଫାଷ୍ଟଫୁଡ୍‌ ଖାଇବା ଫଳରେ କିଛି ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଉପରେ ସେମିତି କିଛି ଖରାପ ପ୍ରଭାବ ପଡ଼ି ନ ଥାଏ। କିନ୍ତୁ ଆପଣ ଏହାକୁ ଅଭ୍ୟାସରେ ପରିଣତ କରିଲେ, ଏହାର ସାମଗ୍ରୀ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ। ଏହାର ପାର୍ଶ୍ବପ୍ରତିକ୍ରିୟାରୁ ରକ୍ଷା ପାଇବା ଲାଗି କମ୍‌ ମାତ୍ରାରେ ଜଙ୍କଫୁଡ୍‌ ଖାଆନ୍ତୁ।

ଏହାର ମଧ୍ୟ ଧ୍ୟାନ ରଖନ୍ତୁ
ଫାଷ୍ଟଫୁଡ୍‌ରେ ବହୁତ ମାତ୍ରାରେ କ୍ୟାଲୋରୀ ରହିଛି। ଅର୍ଥାତ୍‌ ଥରଟିଏ ଫାଷ୍ଟଫୁଡ୍‌ ଖାଇବା ଫଳରେ ଆପଣଙ୍କ ନିୟମିତ ମିଲ୍‌ଠାରୁ ୩ ଗୁଣା ଅଧିକ କ୍ୟାଲୋରୀ ମିଳିଥାଏ। ଏଥିସହିତ ଏଥିରେ ପୋଷକତତ୍ତ୍ବ ମଧ୍ୟ ରହିଛି। ଯଦିଓ ସପ୍ତାହରେ ଥରେ ଜଙ୍କଫୁଡ୍‌ ଖାଇବା ଲାଭଦାୟକ ହୋଇପାରେ। ତେଣୁ ଧ୍ୟାନ ରଖନ୍ତୁ ଯେ ପୂରା ଦିନ କେବଳ ଗୋଟିଏ ଥର ଜଙ୍କଫୁଡ୍‌ ଖାଆନ୍ତୁ। ନଚେତ ଜଙ୍କଫୁଡ୍‌ ଖାଇବା ଫଳରେ ଏଥିରେ ଥିବା କ୍ୟାଲୋରୀ ଫ୍ୟାଟ୍‌ ରୂପରେ ଆପଣଙ୍କ ଶରୀରରେ ଜମା ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ