ସଞ୍ଜୁବାବାଙ୍କ ଗାର୍ଲଫ୍ରେଣ୍ଡ ନମ୍ବର ୩୦୯


ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଆଜିକାଲି ନିଜ ଫିଲ୍ମ ‘ପାନୀପତ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଏଠାରେ କପିଲଙ୍କ କେତେକ ମଜାଦାର ପ୍ରଶ୍ନର ସଞ୍ଜୟ ଉତ୍ତର ଦେଇଥିଲେ। ସଞ୍ଜୟଙ୍କୁ କପିଲ ପଚାରିଥିଲେ ଯେ ସେ ପାନିପତ ଯୁଦ୍ଧ ସମ୍ପର୍କରେ ଜାଣିଥିଲେ କି? ଏହାର ଉତ୍ତରରେ ସଞ୍ଜୟ କହିଥିଲେ ଯେ ସେ ଇତିହାସ ପଢ଼ିଥିଲେ। କିନ୍ତୁ ନମ୍ବର ବହୁତ କମ୍‌ ଆସୁଥିଲା। କେବଳ ଇତିହାସ ନୁହେଁ, ସବୁ ବିଷୟରେ ତାଙ୍କର କମ୍‌ ନମ୍ବର ଆସୁଥିଲା ବୋଲି ସଞ୍ଜୟ କହିଥିଲେ। ଏହାପରେ କପିଲ ପଚାରିଥିଲେ ଯେ ସେ କେବେ ତାଙ୍କ ମାର୍କଶିଟ୍‌ରେ ପିତା ସୁନୀଲ ଦତ୍ତ ସାହେବଙ୍କ ଦସ୍ତଖତ କରିଛନ୍ତି କି? ଏହାର ଉତ୍ତରରେ ସଞ୍ଜୟ କହିଥିଲେ ଯେ ସେ ବହୁତ ଥର ତାଙ୍କ ବାପାଙ୍କ ଦସ୍ତଖତ ନକଲ କରିଛନ୍ତି। ଏପରିକି ମା’ ଓ ଟିଚରମାନଙ୍କ ଦସ୍ତଖତ ମଧ୍ୟ ନକଲ କରିଥିବା ସଞ୍ଜୟ କହିଥିଲେ।

ଏହାପରେ କପିଲ ପଚାରିଥିଲେ ଯେ ଆପଣଙ୍କ ଗୋଟିଏ ଫିଲ୍ମ ଆସିଥିଲା ‘ସଞ୍ଜୁ’, ଯେଉଁଥିରେ ରଣବୀର କପୁର ଆପଣଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏଥିରେ ଦେଖାଯାଇଥିଲା ଯେ ଆପଣଙ୍କ ୩୦୮ ଜଣ ଗାର୍ଲଫ୍ରେଣ୍ଡ ଥିଲେ। କପିଲ ମଜାକିଆ ଅନ୍ଦାଜରେ କହିଥିଲେ ଯେ ସାର୍‌ ମାଳା ବି ୧୦୮ରେ ଶେଷ ହୋଇଯାଏ। ଏହାର ଉତ୍ତରରେ ସଞ୍ଜୟ କହିଥିଲେ ଯେ ତାଙ୍କ ମାଳା ୩୦୮ ବିଶିଷ୍ଟ ଅଟେ। ଏହା ଏବେ ବି ଶେଷ ହୋଇନାହିଁ। ଆଗକୁ ଯାଇ ମଧ୍ୟ କିଛି ହୋଇପାରେ। ଏହାପରେ କପିଲ ପଚାରିଥିଲେ ଯେ ମାନ୍ୟତା ଆଗରୁ ସଞ୍ଜୟଙ୍କ ଏହି ଗାର୍ଲଫ୍ରେଣ୍ଡମାନଙ୍କ ସମ୍ପର୍କରେ ଜାଣିଥିଲେ ନା ‘ସଞ୍ଜୁ’ ସିନେମା ଦେଖିବା ପରେ ଜାଣିଲେ। ସଞ୍ଜୟ କହିଥିଲେ ଯେ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। କିନ୍ତୁ ପୁରୁଣା କଥା ଭୁଲି ଯିବାକୁ ସେ କହିଥିଲେ ବୋଲି ସଞ୍ଜୟ କହିଛନ୍ତି। ‘ଦ କପିଲ ଶର୍ମା ଶୋ’ରେ ନିଜ ସହଅଭିନେତ୍ରୀ କୃତି ସେନନଙ୍କ ସମ୍ପର୍କରେ ସଞ୍ଜୟ କହିଥିଲେ ଯେ ତାଙ୍କ କାମରେ ସେ ବହୁତ ଇମ୍ପ୍ରେସ୍‌ ହୋଇଛନ୍ତି। କୃତି ତାଙ୍କର ୩୦୯ତମ ଗାର୍ଲଫ୍ରେଣ୍ଡ ହୋଇପାରନ୍ତି ବୋଲି ସଞ୍ଜୟ କହିଥିଲେ। ତେବେ ସେ ଏହାକୁ କେବଳ ମଜା କରିବା ପାଇଁ କହିଥିଲେ ବୋଲି ସୂଚାଇଥିଲେ। କିନ୍ତୁ ସଞ୍ଜୁବାବାଙ୍କ କମିକ୍‌ ଟାଇମିଂ ପାଇଁ ସେଠାର ଉପସ୍ଥିତ ଥିବା ଦର୍ଶକ ଏହା ଶୁଣି ହସି ହସି ବେଦମ ହୋଇଯାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ