ଏସିଆର ସବୁଠାରୁ ସେକ୍ସି ପୁରୁଷ ହ୍ରିତିକ


୨୦୧୯ ବଲିଉଡ୍‌ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ ରୋଶନଙ୍କ ପାଇଁ ବହୁତ ଭଲ ଥିଲା। ହ୍ରିତିକ ରୋଶନଙ୍କ ‘ସୁପର ୩୦’ ଓ ‘ୱାର୍‌’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ଏବେ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ହ୍ରିତିକଙ୍କୁ ଆଉ ଏକ ଖୁସି ଖବର ମିଳିଛି। ହ୍ରିତିକ ରୋଶନ ସେକ୍ସିଏଷ୍ଟ ଏସିଆନ ମେଲ୍‌ ଅଫ୍‌ ୨୦୧୯ ଟାଇଟଲ ହାସଲ କରିଛନ୍ତି। ଲଣ୍ଡନରେ ବୁଧବାର ଜାରି ହୋଇଥିବା ଏକ ପୋଲ୍‌ର ତଥ୍ୟରୁ ହ୍ରିତିକଙ୍କୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ ବ୍ରିଟିଶ ନ୍ୟୁଜ୍‌ ୱିକ୍‌ଲି ଇଷ୍ଟର୍ଣ୍ଣ ଆଇ ୪୫ ବର୍ଷୀୟ ହ୍ରତିକଙ୍କୁ ସେକ୍ସିଏଷ୍ଟ ଏସିଆନ ମେଲ୍‌ ତାଲିକାର ସର୍ବାଗ୍ରେ ରହିଛି। ହ୍ରିତିକ ଏହି ସ୍ଥାନ ସାରା ବିଶ୍ବରେ ହୋଇଥିବା ଭୋଟିଂ ଆଧାରରେ ହାସଲ କରିଛନ୍ତି। ହ୍ରିତିକ ଏଥର ଦୁଇଗୁଣା ଭୋଟ ପାଇ ଏହି ସ୍ଥାନ ହାସଲ କରିଛନ୍ତି। ମିଡିଆ ସମ୍ମୁଖରେ ହ୍ରିତିକ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ଭୋଟ୍‌ କରିଛନ୍ତି, ସେମାନେ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଉଛନ୍ତି। ସେ ଅନ୍ୟ କାହାର ଲୁକ୍‌କୁ ଜଜ୍‌ କରୁ ନାହାନ୍ତି, ତେଣୁ ସେ କେବେ ବି ନିଜ ଲୁକ୍‌ ଉପରେ ଧ୍ୟାନ ଦେଉ ନାହାନ୍ତି। ତାଙ୍କୁ ଯେ କୌଣସି ବ୍ୟକ୍ତିଙ୍କ ଯାତ୍ରା କାହାଣୀ ଅନୁପ୍ରାଣିତ କରିଥାଏ ବୋଲି ହ୍ରିତିକ କହିଛନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁର ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଥିବାବେଳେ ଟିଭି ଅଭିନେତା ଭିଭିଆନ ଡସେନା ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏହି ତାଲିକାର ଟପ୍‌ ୧୦ରେ ଏଣ୍ଟ୍ରି କରିବା ସହିତ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ