ଏମାନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା, ଜଣେ ଭାରତୀୟ ବି ସାମିଲ୍‌


ସୌନ୍ଦର୍ଯ୍ୟର କୌଣସି ମାପକାଠି ନାହିଁ। କାରଣ ସୌନ୍ଦର୍ଯ୍ୟ ଏକ ଈଶ୍ବରଦତ୍ତ ଗୁଣ। ତେବେ ବିଶ୍ବରେ ଏପରି କେତେକ ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନେ ସୁନ୍ଦର ହେବା ସହ ସେମାନଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟସ୍ଥଳୀ ଏହି ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ଦେଇଥାଏ। ଏଭଳି ବ୍ୟକ୍ତିମାନେ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ପରିଚିତ ହୋଇଥାନ୍ତି। ଚାଲନ୍ତୁ ଜାଣିବା ଏଭଳି କେତେକ ସୁନ୍ଦରୀଙ୍କ ସମ୍ପର୍କରେ, ଯେଉଁମୋନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା ଭାବେ ପରିଚିତି ହାସଲ କରିଛନ୍ତି।

ବେଲା ହଦିଦ
ଆମେରିକୀୟ ସୁପର ମଡେଲ ବେଲା ହଦିଦଙ୍କୁ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା ଭାବେ ଚୟନ କରାଯାଇଛି। ପାଲେଷ୍ଟାନୀୟ ପିତା ଓ ଡଚ୍‌ ମା’ଙ୍କ ଝିଅ ବେଲା ତାଙ୍କ ଅସାଧାରଣ ଫିଚର ପାଇଁ ଜଣାଶୁଣା। ଚଳିତ ବର୍ଷ ଡ.ଜଚଲିଆନା ଡି’ ସିଲ୍ଭା ନାମକ ଜଣେ କସ୍ମେଟିକ୍‌ ସର୍ଜନଙ୍କ ଦ୍ବାରା ବେଲାଙ୍କୁ ‘ମୋଷ୍ଟ ବିଉଟିଫୁଲ୍‌ ୱିମ୍ୟାନ୍‌ ଇନ୍‌ ଦ ୱାଲ୍ଡ’ ଟାଇଟଲ ପ୍ରଦାନ କରାଯାଇଛି। କ୍ଲାସିକ୍‌ ବ୍ୟୁଟି ଆଧାରରେ ସେ ବେଲାଙ୍କ ସୌନ୍ଦର୍ଯ୍ୟକୁ ପରିଭାଷିତ କରିଛନ୍ତି।

ଲୁପିତା ନ୍ୟୋଙ୍ଗ

୩୬ ବର୍ଷୀୟା ଲୁପିତା ନ୍ୟୋଙ୍ଗ କେବଳ ଜଣେ ଓସ୍କାର ବିଜେତା ଅଭିନେତ୍ରୀ ନୁହନ୍ତି, ସେ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ଏହି ମେକ୍ସିକାନ୍‌-କେନିଆ ଷ୍ଟାର୍‌ ଲୁପିତା ସୌନ୍ଦର୍ଯ୍ୟର ପରିଭାଷା ଓ ତାଙ୍କ ଗ୍ରହଣୀୟତାକୁ ନେଇ ଅନେକଗୁଡ଼ିଏ ସ୍ପିଚ୍‌ ଦେଇଛନ୍ତି। ଯେବେଠାରୁ ଲୁପିତା ଚର୍ଚ୍ଚାକୁ ଆସିଛନ୍ତି, ସେବେଠାରୁ ସେ ବିଶ୍ବର ‘ବେଷ୍ଟ ଡ୍ରେସ୍‌ଡ’ ଓ ‘ସବୁଠାରୁ ସୁନ୍ଦର’ ତାଲିକାରେ ରହିଛନ୍ତି।

ଦୀପିକା ପାଦୁକୋନ

ଭାରତର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ତଥା ଅନେକଗୁଡ଼ିଏ ପୁରସ୍କାର ହାସଲ କରିଥିବା ଦୀପିକା ପାଦୁକୋନ ୨୦୦୭ରେ ‘ଓମ୍‌ ଶାନ୍ତି ଓମ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ୨୦୧୨ରେ ଦୀପିକାଙ୍କୁ ଇଣ୍ଡିଆନ୍‌ ଏଡିସନ୍‌ ଅଫ୍‌ ପିପଲ୍‌ ମାଗାଜିନ୍‌ରେ ‘ଇଣ୍ଡିଆଜ୍‌ ମୋଷ୍ଟ ବିଉଟିଫୁଲ୍‌ ୱିମ୍ୟାନ୍‌’ ଟାଇଟଲ ମିଳିଥିଲା। ଦୀପିକାଙ୍କ ସ୍ମାଇଲ୍‌ ତାଙ୍କ ସୌନ୍ଦର୍ଯ୍ୟକୁ କାହିଁ କେତେ ଗୁଣରେ ବଢ଼ାଇ ଦେଉଛି।

ବିୟୋନ୍ସ

କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ବିୟୋନ୍ସ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ଜଣାଶୁଣା। ବେଲା ହଦିଦଙ୍କ ପରେ ‘ଗୋଲ୍ଡେନ୍‌ ରେସିଓ ଅଫ୍‌ ବ୍ୟୁଟି ଫି’ ତାଲିକାରେ ବିୟୋନ୍ସ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ପିପଲ୍ସ ମାଗାଜିନ୍‌ ଦ୍ବାରା ‘ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା’ ଟାଇଟଲ ଦିଆଯାଇଛି।

ଅମ୍ବର ହର୍ଡ
ଆମେରିକୀୟ ଅଭିନେତ୍ରୀ ତଥା ମଡେଲ ଅମ୍ବର ହର୍ଡଙ୍କ ସ୍ଥାନ ଦୀର୍ଘ ବର୍ଷ ଧରି ସୁନ୍ଦରୀ ମହିଳା ତାଲିକାରେ ଅକ୍ଷୁଣ୍ଣ ରହିଛି। ନୀଳ ନୟନା ଏହି ଅଭିନେତ୍ରୀ ମଧ୍ୟ ଡା. ଜୁଲିଆନ ଡି’ ସିଲ୍ଭାଙ୍କ ‘ଗୋଲ୍ଡେନ୍‌ ରେସିଓ ଅଫ୍‌ ବ୍ୟୁଟୀ ଫି’ରେ ସ୍ଥାନ ହାସଲ କରିଛନ୍ତି। 

ପିଆ ଉର୍ଟବାକ୍‌

ପିଆ ଉର୍ଟବାକ୍‌ ହେଉଛନ୍ତି ଜଣେ ଫିଲିପାଇନ୍‌-ଜର୍ମାନ ମଡେଲ, ଅଭିନେତ୍ରୀ ଓ ବ୍ୟୁଟି କ୍ବୀନ୍‌। ସେ ୨୦ ଡିସେମ୍ବର ୨୦୧୫ରେ ମିସ୍‌ ୟୁନିଭର୍ସ ଟାଇଟଲ ହାସଲ କରିଥିଲେ। ସାରା ବିଶ୍ବର ନଜର ସେତେବେଳେ ପିଆଙ୍କ ଉପରକୁ ଯାଇଥିଲା, ଯେତେବେଳେ ଷ୍ଟିଭ୍‌ ହାର୍ଭେ ଭୁଲ୍‌ରେ ତାଙ୍କ ନାମ ବଦଳରେ ଅନ୍ୟ ଜଣେ ପ୍ରତିଯୋଗୀଙ୍କ ନାମ ବିଜେତା ଭାବେ ଘୋଷଣା କରି ଦେଇଥିଲେ।

ଏରିଆନ ଗ୍ରାଣ୍ଡେ

କଣ୍ଠଶିଳ୍ପୀ ଏରିଆନ ଗ୍ରାଣ୍ଡେ ତାଙ୍କ ଡେଲିକେଟ୍‌ ଫିଚର ଓ ସୁନ୍ଦର ଫିଗର ପାଇଁ ଜଣାଶୁଣା। ଏରିଆନା ଡା.ଜୁଲିଆନ୍‌ ଡି’ ସିଲ୍ଭାଙ୍କ ‘ଗୋଲ୍ଡେନ୍‌ ରେସିଓ ଅଫ୍‌ ବ୍ୟୁଟି ଫି’ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଗିଗି ହଦିଦ
ବେଲା ହଦିଦ ନିଜ ପରିବାରର ଜଣେ ମାତ୍ର ମଡେଲ ନୁହନ୍ତି, ଯିଏ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଭଉଣୀ ନୀଳନୟନା ଗିଗା ହଦିଦ ମଧ୍ୟ ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା।

କାଟ୍ରିଓନା ଗ୍ରେ
କାଟ୍ରିଓନା ଗ୍ରେ ପିଲିପାଇନ୍‌-ଅଷ୍ଟ୍ରେଲିଆନ୍‌ ମଡେଲ୍‌, କଣ୍ଠଶିଳ୍ପୀ ଏବଂ ମିସ୍‌ ୟୁନିଭର୍ସ ୨୦୧୮ ଟାଇଟଲ ବିଜେତା। ସୁନ୍ଦର ବ୍ରାଉନ୍‌ ଆଖିର ଅଧିକାରିଣୀ କାଟ୍ରିଓନା ସାରା ବିଶ୍ବରେ ନିଜ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟ ଅଟନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ