ଆଫଗାନିସ୍ତାନରେ ୭୨୦୦ ଏଚ୍‌ଆଇଭିରେ ସଂକ୍ରମିତ: ଡବ୍ଲୁଏଚ୍‌ଓ


ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଆଫଗାନିସ୍ତାନରେ ପାଖାପାଖି ୭,୨୦୦ ଲୋକ ଏଚ୍‌ଆଇଭି ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରବିବାର ବିଶ୍ବ ଏଡ୍‌ସ ଦିବସ ଅବସରରେ ଡବ୍ଲୁଏଚ୍‌ଓ ଆଫଗାନିସ୍ତାନରେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବ୍ୟାପକ ଜନ ସଚେତନତା ଅଭିଯାନ ପାଇଁ ଆହ୍ବାନ କରିଛି। କିନ୍ତୁ ଆଫଗାନିସ୍ତାନର ମିନିଷ୍ଟ୍ରୀ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଅନୁସାରେ ଦେଶରେ ଏଚ୍‌ଆଇଭି ସଂକ୍ରମିତଙ୍କର କେବଳ ୨,୮୮୩ ମାମଲା ପଞ୍ଜୀକରଣ କରାଯାଇଛି।

ମିନିଷ୍ଟ୍ରୀ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଡେପୁଟି ମିନିଷ୍ଟର ଫିଦା ମହମ୍ମଦ ପାଇକାନ କହିଛନ୍ତି ଯେ ଡବ୍ଲୁଏଚ୍‌ଓ ଦେଇଥିବା ତଥ୍ୟ କେବଳ ଏକ ଅନୁମାନ। କିନ୍ତୁ କେବଳ ୨,୮୮୩ ଏଚ୍‌ଆଇଭି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ପଞ୍ଜୀକରଣ କରାଯାଇଛି। ସେହିପରି ପାଇକାନ କହିଛନ୍ତି ଯେ ଗତ ବର୍ଷ ୧୮୩ ଏଚ୍‌ଆଇଭି ସଂକ୍ରମିତ ମାମଲା ପଞ୍ଜୀକରଣ କରାଯାଇଥିଲା। ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇ ୧୫୦ରେ ପହଞ୍ଚିଛି। କିନ୍ତୁ ଏବେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସଠିକ ସଂଖ୍ୟା ନିର୍ଦ୍ଧାରଣ କରିବା ଲାଗି ଏକ ବ୍ୟାପକ ଷ୍ଟଡିର ଆବଶ୍ୟକତା ରହିଛି ବୋଲି ପାଇକାନ କହିଛନ୍ତି। ପୀଡ଼ିତମାନେ ଏବେ ବି ସାମାଜିକ ଭେଦଭାବର ଶିକାର ହେଉଛନ୍ତି ବୋଲି ପାଇକାନ କହିଛନ୍ତି।

ଏଚ୍‌ଆଇଭି ଭାଇରସରେ ପୀଡ଼ିତ ମହମ୍ମଦ ଇଦ୍ରିସ୍‌ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଏକ ସଂକ୍ରମିତ ଇଞ୍ଜେକ୍ସନ୍‌ରୁ ସେ ଏହି ମାରାତ୍ମକ ରୋଗର ଶିକାର ହୋଇଛନ୍ତି। ଏଥିପାଇଁ ସେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। କାରଣ ସେ ତାଙ୍କ ଫିଲିଙ୍ଗସ୍‌ ସମ୍ପର୍କରେ କାହାରି ଆଗରେ ପ୍ରକାଶ କରିପାରୁ ନାହାନ୍ତି। ଓମାର ନାମକ ଅନ୍ୟ ଜଣେ ଏଚ୍‌ଆଇଭି ପୀଡ଼ିତ କହିଛନ୍ତି ଯେ ସେ ଡାକ୍ତରଖାନାକୁ ଯାଇଏଚ୍‌ଆଇଭିରେ ଆକ୍ରାନ୍ତ କହିବା କ୍ଷଣି ଡାକ୍ତରମାନେ ତାଙ୍କର ଚିକିତ୍ସା କରୁ ନାହାନ୍ତି। ଗ୍ଲୋବାଲ୍‌ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁସନ୍‌ ଅନୁସାରେ ୧୯୯୮ ମସିହା ପରେ ନୂଆ ଏଚ୍‌ଆଇଭି ଭାଇରସ ପୀଡ଼ିତଙ୍କ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ