ଡିସେମ୍ବରରେ ଜନ୍ମ ହେଉଥିବା ଲୋକେ ଅଧିକ ଫିଟ୍‌


ଡିସେମ୍ବରରେ ଜନ୍ମ ହୋଇଥିବା ଲୋକେ କେବେ ବି ନିଜ ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ସହିତ ବୁଝାମଣା କରି ନ ଥାନ୍ତି। ବର୍ଷର ଶେଷ ମାସରେ ଜନ୍ମ ହୋଇଥିବା ଅନେକ ବ୍ୟକ୍ତିତ୍ବ ଏହାର ପ୍ରମାଣ। ବଲିଉଡ୍‌ରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଜନ୍‌ ଆବ୍ରାହମ, ବିଦ୍ୟୁତ୍‌ ଜାମୱାଲ, ରାଣା ଦଗୁବତୀ, ପୁଲକିତ ସମ୍ରାଟ୍‌, ଅନୀଲ କପୁର ଓ ଧର୍ମେନ୍ଦ୍ରଙ୍କ ପର୍ଯ୍ୟନ୍ତ ସଭିଏଁ ଡିସେମ୍ବର ମାସରେ ହିଁ ଜନ୍ମଗ୍ରହଣ କରିଛନ୍ତି।

କ୍ରିକେଟ୍‌ ପଡ଼ିଆରେ ନିଜ ଫିଟ୍‌ନେସ୍‌ରେ ଅନ୍ୟଙ୍କୁ ଟକ୍କର ଦେଉଥିବା ଧୂଆଁଧାର ଓପନର ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ ଓ ପୂର୍ବତନ ଧାଁସୁ ଅଲ୍‌ରାଉଣ୍ଡର ଯୁବରାଜ ସିଂ ନାମ ମଧ୍ୟ ଡିସେମ୍ବରରେ ଜନ୍ମ ହୋଇଥିବା ବ୍ୟକ୍ତିତ୍ବଙ୍କ ତାଲିକାରେ ରହିଛି। ତେବେ ଡିସେମ୍ବରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଏତେ ଫିଟ୍‌ କାହିଁକି? ଏହା ପଛରେ କ’ଣ କାରଣ ରହିଛି କେବେ ଭାବିଛନ୍ତି କି? ଚାଲନ୍ତୁ ବିସ୍ତାରରେ ଏ ସମ୍ପର୍କରେ ଜାଣିବା। କଲମ୍ବିଆ ୟୁନିଭର୍ସିଟି ଡିପାର୍ଟମେଣ୍ଟ ଅଫ୍‌ ମେଡିସିନ୍‌ର କେତେକ ଗବେଷକ ଦାବି କରିଛନ୍ତି ଯେ ଅନ୍ୟମାନଙ୍କ ତୁଳନାରେ ଡିସେମ୍ବରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅଧିକ ଫିଟ୍‌। ଗବେଷଣା ଅନୁସାରେ ଜାନୁଆରୀ, ଜୁନ୍‌, ଅଗଷ୍ଟ ଓ ଡିସେମ୍ବରରେ ଜନ୍ମ ହୋଇଥିବା ଲୋକେ କମ୍‌ ରୋଗରେ ପଡ଼ିଥାନ୍ତି। ସେମାନଙ୍କଠାରେ ସଂକ୍ରମଣ ଯୋଗୁ ବ୍ୟାପୁଥିବା ରୋଗ ଆଶଙ୍କା ମଧ୍ୟ କମ୍‌ ରହିଥାଏ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଅକ୍ଟୋବର ଓ ନଭେମ୍ବରରେ ଜନ୍ମ ହୋଇଥିବା ଲୋକ ସବୁଠାରୁ ଅଧିକ ରୋଗରେ ପଡ଼ିଥାନ୍ତି। ସେହିପରି ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ୍‌, ମେ ଓ ଜୁଲାଇ ମାସରେ ଜନ୍ମ ହୋଇଥିବା ଲୋକଙ୍କ ବୟସ ବଢ଼ିବା ସହିତ ରୋଗ ଆଶଙ୍କା କମ୍‌ ହେବାରେ ଲାଗିଥାଏ। ତେବେ ଆପଣ ଭାବୁଥିବେ ଡିସେମ୍ବର ଓ ଜାନୁଆରୀରେ ଜନ୍ମ ହେଉଥିବା ଲୋକେ ଅନ୍ୟ ମାସରେ ଜନ୍ମ ହେଉଥିବା ଲୋକଙ୍କ ତୁଳନାରେ ଅଧିକ ସ୍ବାସ୍ଥ୍ୟକର କାହିଁକି? ଏହାର ଉତ୍ତରରେ ଗବେଷକମାନେ କହିଛନ୍ତି ଯେ ଶୀତଦିନେ ମଣିଷର ମେଟାବଲିଜମ୍‌ ସିଷ୍ଟମ ବେଷ୍ଟ ଲେବଲରେ ରହିଥାଏ। ଏହାର ଫାଇଦା ଗର୍ଭରେ ବଢ଼ୁଥିବା ନବଜାତ ଶିଶୁଙ୍କୁ ମଧ୍ୟ ସମାନ ଭାବେ ମିଳିଥାଏ। ମେଟାବଲିଜମ୍‌ ସିଷ୍ଟମ ଠିକ୍‌ ଭାବେ କାମ କରିବା କାରଣରୁ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କଠାରେ ରୋଗ ହେବା ଆଶଙ୍କା କମ୍‌ ହୋଇଥାଏ। ଶରୀର ମାତ୍ରାଧିକ ଥକି ଗଲା ପରେ ପର୍ଯ୍ୟାପ୍ତ ପ୍ରୋଟିନ୍‌ ସେବନ ଏମାନଙ୍କ ସ୍ବାସ୍ଥ୍ୟକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ।

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍‌ ସ୍ପୋର୍ଟସ୍‌ ମେଡିସିନ୍‌ ରିପୋର୍ଟ ଅନୁସାରେ ଡିସେମ୍ବରରେ ଜନ୍ମ ହୋଇଥିବା ପିଲାଙ୍କଠାରେ ଆଥଲେଟ୍‌ ହେବା ପାଇଁ ପ୍ରାକୃତିକ ଯୋଗ୍ୟତା ମଧ୍ୟ ରହିଛି। ଫିଅର୍ସ ଫାଇଭ୍‌, ମକାଇଲା ମରୁନି ଓ ଗ୍ୟାବି ଡଗଲସ୍‌ଙ୍କ ଭଳି ଇଣ୍ଟରନ୍ୟାସନାଲ ଆଥଲେଟ୍‌ ଏହାର ଜ୍ବଳନ୍ତ ଉଦାହରଣ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ