ଚୀନ ବୁଲି ଯାଉଥିଲେ ଏସବୁ ଦେଖିବାକୁ ଭୁଲନ୍ତୁନି


କିଛି ଦିନ ପୂର୍ବରୁ ଚୀନର ରାଷ୍ଟ୍ରପତି ସି ଜୀନପିଙ୍ଗ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାମିଲନାଡ଼ୁର ମହାବଳୀପୁରମରେ ବୁଲାଇଥିଲେ। ତେବେ ଚୀନରେ ମଧ୍ୟ ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ରହିଛି। ଏଥିରୁ ଗୋଟିଏ ହେଉଛି ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା।  ଚାଲନ୍ତୁ ଜାଣିବା ଚୀନର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।

ଶିଆନର ଟେରାକୋଟ୍ଟା ସେନା
ଚୀନ ସଭ୍ୟତାର ମୂଳଦୁଆ ଏହି ଶିଆନ ସହରରୁ ପଡ଼ିଥିଲା। ଏବେ ବି ଶିଆନ ଚୀନର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଅଟେ। ଏଠାକାର ଖାଦ୍ୟର ମଜା ନେବା ଲାଗି ଏଠାକୁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ଯୋଦ୍ଧାଙ୍କୁ ପ୍ରଦର୍ଶିତ କରୁଥିବା ସବୁଠାରୁ ବଡ଼ ଅଣ୍ଡରଗ୍ରାଉଣ୍ଡ ସୈନ୍ୟ ସଂଗ୍ରହାଳୟ ‘ଟେରାକୋଟ୍ଟା ସେନା’ ମଧ୍ୟ ରହିଛି। ଏହି ସଂଗ୍ରହାଳୟ ୧୯୮୭ରେ ୟୁନେସ୍କୋ ଦ୍ବାରା ବିଶ୍ବ ସାଂସ୍କୃତିକ ହେରିଟେଜ୍‌ ସ୍ଥାନରେ ସାମିଲ୍‌ କରାଯାଇଛି।

ଦ ଗ୍ରେଟ୍‌ ୱାଲ ଅଫ୍‌ ଚାଇନା
‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ ବିଶ୍ବର ଦୀର୍ଘତମ ପ୍ରାଚୀର। ଚୀନର ପ୍ରତିଷ୍ଠିତ ପ୍ରତୀକଙ୍କ ମଧ୍ୟରେ ଅନ୍ୟତମ ଏହି ୱାଲ୍‌ ୟୁନେସ୍କୋର ୱାର୍ଲ୍ଡ ହେରିଟେଜ୍‌ ସ୍ଥାନରେ ସାମିଲ୍‌ ହୋଇଛି। ଏହି ପ୍ରାଚୀରକୁ ବିଶ୍ବର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ମଧ୍ୟ ସାମିଲ୍‌ ହୋଇଛି।

କ୍ୟାଣ୍ଟନ ଟାୱାର

୬୦୪ ମିଟର ଉଚ୍ଚତା ବିଶିଷ୍ଟ କ୍ୟାଣ୍ଟନ୍‌ ଟାୱାରର ଲୋକପ୍ରିୟତା ଚୀନର ‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ସପ୍ତରଙ୍ଗରେ ରଙ୍ଗୀନ ଏହି ଟାୱାରକୁ ରାତିରେ ଦେଖିବାର ମଜା କିଛି ଅଲଗା ପ୍ରକାରର।

ଲି ନଦୀ
ଚୀନର ଏହି ସୁନ୍ଦର ନଦୀର ଫଟୋ ଅନେକ ସମୟରେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ। ଏହି ନଦୀ ପାହାଡ଼, ଚଟାଣ ଓ ସବୁଜ ଖେତ ମଧ୍ୟ ଦେଇ ଗତି କରୁଛି। ନଦୀର ସବୁଠାରୁ ସୁନ୍ଦର ସ୍ଥାନ ଗୁଇଲିନ୍‌ ଓ ୟାଙ୍ଗଶୋ ମଧ୍ୟରେ ଅବସ୍ଥିତ, ଯାହା ପାଖାପାଖି ୮୩ କିମି ପର୍ଯ୍ୟନ୍ତ ବ୍ୟାପିଛି। 

ୟେଲୋ ମାଉଣ୍ଟେନ୍‌
ୟେଲୋ ମାଉଣ୍ଟେନ୍‌ ଚୀନର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରେ ଅନ୍ୟତମ। ଏହି ମାଉଣ୍ଟେନ୍‌ ନିଜର ନିଆରା ଆକାର ଚଟାଣ ଓ ଅଜବ ପ୍ରକାରର ପାଇନ୍‌ ଗଛ ପାଇଁ ଲୋକପ୍ରିୟ। ୧୯୯୦ରେ ୟୁନେସ୍କୋ ଦ୍ବାରା ୟେଲୋ ମାଉଣ୍ଟେନ୍‌କୁ ୱାର୍ଲ୍ଡ ହେରିଟେଜ୍‌ ତାଲିକାରେ ସାମିଲ୍‌ କରାଯାଇଛି।

ଟେମ୍ପଲ ଅଫ୍‌ ହେଭେନ୍‌
ଈଶ୍ବର ଓ ମାନବ ଦୁନିଆର ସବୁଠାରୁ ବଡ଼ ପ୍ରତୀକ ହେଉଛି ଚୀନର ଟେମ୍ପଲ ଅଫ୍‌ ହେଭେନ୍‌ ଅଟେ। ଏହି ମନ୍ଦିର ଚୀନର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ। ଏହି ମନ୍ଦିରର ଦର୍ଶନ କରିବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଆସିଥାନ୍ତି। 

ମୋଗାଓ ଗୁମ୍ଫା
ପ୍ରଥମ ମୋଗାଓ ଗୁମ୍ଫା ୩୬୬ ଖ୍ରୀଷ୍ଟପୂର୍ବରେ ଜଣେ ବୌଦ୍ଧ ଭିକ୍ଷୁ ଲିୟୁନ ଜୁନ୍‌ ନିର୍ମାଣ କରିଥିଲେ। ଏହାକୁ ଥାଉଜେଣ୍ଟ ବୁଦ୍ଧ ଗ୍ରୋଟସ୍‌ ବୋଲି ମଧ୍ୟ କୁହାଯାଏ। ଏହାକୁ ଦୁନହଙ୍ଗ କୀ ଗୁମ୍ଫା କିମ୍ବା ହଜାର ବୁଦ୍ଧଙ୍କ ଗୁମ୍ଫା ବୋଲି ମଧ୍ୟ କୁହାଯାଏ। ଏହି ଗୁମ୍ଫା ଦେଖିବା ଲାଗି ମଧ୍ୟ ଅନେକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ