ଆମେରିକାରେ ପୁଣି ଗୁଳିକାଣ୍ଡ: ୨ ଗୁରୁତର, ୧୧ ଆହତ


ୱାଶିଂଟନ: ଆମେରିକାରେ ପୁଣି ଘଟିଛି ଗୁଳିକାଣ୍ଡ। ଏଥର ଲୋକମାନଙ୍କ ଉପରେ ଗୁଳିବର୍ଷାର ଘଟଣା ସାମନାକୁ ଆସିଛି। ଏହି ଗୁଳିକାଣ୍ଡ ଘଟଣା ଆମେରିକାର ନ୍ୟୁ ଅରଲିୟନ୍ସସ ସହରରେ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଗୁଳିକାଣ୍ଡରେ ୧୧ଜଣ ଲୋକ ଆହତ ହୋଇଛନ୍ତି। ପୋଲିସ ଅନୁସାରେ ସମସ୍ତ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି। ଏହି ଘଟଣାରେ ଦୁଇ ଜଣ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗଣମାଧ୍ୟମରୁ ଜଣାପଡ଼ିଛି ଯେ ସ୍ଥାନୀୟ ପୋଲିସ ଘଟଣାସ୍ଥଳ ନିକଟରୁ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ତେବେ ଏହି ଗୁଳିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ଆସିନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ