୩ ହଜାର କୋଟିର କଳା ଟଙ୍କା ଗଚ୍ଛିତ ଥିବା ମାନିଲା କମ୍ପାନୀ: ଆୟକର ବିଭାଗ


ନୂଆଦିଲ୍ଲୀ: ଗତ ସପ୍ତାହରେ ଆୟକର ବିଭାଗ ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌ରେ ଏକ ରିଅଲ ଇଷ୍ଟେଟ୍‌ କମ୍ପାନୀ ଉପରେ ଆୟକର ବିଭାଗ ରେଡ୍‌ କରିଥିଲା। ସମ୍ପୃକ୍ତ ରିଅଲ ଇଷ୍ଟେଟ୍‌ କମ୍ପାନୀର ମୋଟ୍‌ ୨୫ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକସଙ୍ଗେ ରେଡ୍‌ ହୋଇଥିଲା। ରେଡ୍‌ ବେଳେ ହିସାବକୁ ନିଆଯାଇ ନ ଥିବା ପ୍ରାୟ ୨୫୦ କୋଟି ଟଙ୍କା ଜବତ ହୋଇଥିଲା। ଏହବାଦ କମ୍ପାନୀ ବିପୁଳ ପରିମାଣର ଆୟକର ଫାଙ୍କିଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା।

ଆୟକର ବିଭାଗ ପକ୍ଷରୁ ଏହି ରିଅଲ ଇଷ୍ଟେଟ୍‌ କମ୍ପାନୀର ନାଁ ଗୁପ୍ତ ରଖାଯାଇଥିଲେ ବି ଏହି କମ୍ପାନୀ  ନାଁ ଓରିଏଣ୍ଟାଲ ଇଣ୍ଡିଆ ଗ୍ରୁପ ବୋଲି ଜଣାପଡ଼ିଛି। ଟିକସ ଫାଙ୍କିବାର ପ୍ରମାଣ ମିଳିବା ମାତ୍ରେ କମ୍ପାନୀର ୩୨ଟି ବ୍ୟାଙ୍କ ଆକାଉଣ୍ଟକୁ ତତ୍‌କ୍ଷଣାତ ଅଚଳ କରି ଦିଆଯାଇଥିଲା। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲା ବେଳେ ସମ୍ପୃକ୍ତ ରିଅଲ ଇଷ୍ଟେଟ୍‌ କମ୍ପାନୀ ୩ ହଜାର କୋଟି ଟଙ୍କା ସରକାରଙ୍କୁ ଲୁଚାଇଥିବା ସ୍ବୀକାର କରିଛି ବୋଲି ଆୟକର ବିଭାଗ କହିଛି। ଏଥିସହ ସମ୍ପୃକ୍ତ ରିଅଲ ଇଷ୍ଟେଟ୍‌ କମ୍ପାନୀ ସମସ୍ତ କଳା ଟଙ୍କା ଉପରେ ଧାର୍ଯ୍ୟ ଟିକସ ଦେବା ପାଇଁ ରାଜି ହୋଇଥିବା ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ