‘ମୋ ସରକାର’ରେ ସାମିଲ୍‌ ହେଲା ଆଉ ୨ ବିଭାଗ


ଭୁବନେଶ୍ବର: ‘ମୋ ସରକାର’ରେ ସାମିଲ୍‌ ହୋଇଛି ଆଉ ୨ଟି ବିଭାଗ। ରବିବାର ୬ଟି ବିଭାଗ ସାମିଲ୍‌ ହେବା ପରେ ସୋମବାର ଆଉ ପୁଣି ଦୁଇଟି ବିଭାଗ ସାମିଲ୍‌ ହୋଇଛି। ଗୃହ ନିର୍ମାଣ ଓ ପାନୀୟ ଜଳ ବିଭାଗ ମୋ ସରକାରରେ ସାମିଲ୍‌ ହୋଇଥିବା ବେଳେ ମମତା ଯୋଜନାକୁ ମଧ୍ୟ ଏଥିରେ ସାମିଲ୍‌ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ମିଶନ ଶକ୍ତିକୁ ସାମିଲ୍‌ କରାଯିବ ବୋଲି ଜଣାପଡ଼ିଛି। ସୋମବାର ମହିଳା ଓ ଶିଶୁ ବିକାଶ ବିଭାଗର ମୋ ସରକାର କାର୍ଯ୍ୟକ୍ରମ ନେଇ ବସିଥିଲା ବୈଠକ। ଉକ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି।

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’। ଏହା ଅଧିନରେ ରହିଥିଲା ଥାନା ଓ ଡାକ୍ତରଖାନା। ମୋ ସରକାରର ପ୍ରଥମ ପର୍ଯ୍ୟାୟ ସଫଳତା ପରେ ଏହାର ପରିସରକୁ ଅଧିକ ବ୍ୟାପକ କରିଛନ୍ତି ରାଜ୍ୟ ସରକାର। ରବିବାର ‘ମୋ ସରକାର’ ଅଧିନରେ ୬ଟି ବିଭାଗର ୯ଟି ଯୋଜନା ସାମିଲ୍‌ ହୋଇଛି। ଏ ନେଇ ସଂପୃକ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ଦଫାରେ ରାଜ୍ୟ ସରକାର ପ୍ରମୁଖ ଯୋଜନା କାଳିଆ, ମମତା, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା, ପାନୀୟ ଜଳ, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ୍‌ ବ୍ୟବସ୍ଥା ସହ ବାହନ ଓ ସାରଥୀକୁ ସାମିଲ୍‌ କରିଛନ୍ତି। ଏହାପରେ ଗୃହ ନିର୍ମାଣ ଓ ପାନୀୟ ଜଳ ବିଭାଗ ଓ ମମତା ଯୋଜନାକୁ ସାମିଲ୍‌ କରାଯାଇଛି। ଏହି ଯୋଜନାଗୁଡ଼ିକରେ ହିତାଧିକାରୀମାନେ ଠିକଣା ଭାବେ ସେବା ପାଉଛନ୍ତି ନା ନାହିଁ? ସେମାନଙ୍କ ପ୍ରତି ସରକାରୀ ଅଧିକାରୀଙ୍କ ବ୍ୟବହାର କେମିତି? କଣ ସବୁ ତ୍ରୁଟି ବିଚ୍ୟୁତି ରହୁଛି। ଆଉ କ’ଣ କଲେ ହିତାଧିକାରୀମାନେ ଅଧିକ ଗୁଣାତ୍ମକ ସେବା ପାଇପାରିବେ ସେ ସମ୍ପର୍କରେ ମତାମତ ଲୋଡ଼ାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ