ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏଏସ୍‌ ଗଗନ ଧଳ


ଭୁବନେଶ୍ୱର: ୧୯୮୫ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅଫିସର ତଥା ରାଜ୍ୟ ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଚେୟାରମ୍ୟାନ ଗଗନ କୁମାର ଧଳ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ସ୍ବେଚ୍ଛାକୃତ ଅବସର ନେବାପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ସୋମବାର ସାଧାରଣ ପ୍ରଶାସନ (ଜିଏ)ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

୫ ଜାନୁଆରୀ ୧୯୬୦ରେ ଜନ୍ମଗ୍ରହଣ ଗ୍ରହଣ କରିଥିବା ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ହେଉଛନ୍ତି ଗଗନ କୁମାର ଧଳ। ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଥିଲେ ଧଳ। ଏହାପରେ ତାଙ୍କୁ କୃଷି ଉତ୍ପାଦନ କମିଶନ ଭାବେ ଅବସ୍ଥାପିତ ଥିବା ବେଳେ ଗତ ଅଗଷ୍ଟ ମାସରେ ତାଙ୍କର ବଦଳି ହୋଇଥିଲା। ଏଥିରେ ତାଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ ନିଯୁକ୍ତ କରାଯବା ସହ ତାଙ୍କ ପଦବୀକୁ ମୁଖ୍ୟ ଶାସନ ସଚିବ ତୁଲ୍ୟ ବୋଲି ଘୋଷଣା କରାଯାଇଥିଲା। ତେବେ ସେତେବେଳେ ଧଳ ଭିଆର୍‌ଏସ୍‌ ଲାଗି ନିବେଦନ କରିଥିଲେ। କେବଳ ପର୍ଯ୍ୟଟନ, କୃଷି ଅଥବା ବନ ଉନ୍ନୟନ ନିଗମ ନୁହେଁ ଧଳ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର ସ୍ୱେଚ୍ଛାକୃତ ଅବସର ଲାଗି ନିବେଦନକୁ ଗ୍ରହଣ କରାଯାଇଥିବା ସୋମବାର ଗୃହ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ସେ ଚାକିରିରେ ୩୦ ବର୍ଷ ପୂରଣ କରିସାରିଥିବା ବେଳେ ତାଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ହେତୁ ଗଗନ ଧଳଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କରାଯାଇଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ