ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ


ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଏହି ଦକ୍ଷିଣ ଆମେରିକୀୟ ଦେଶର ଏକଚ୍ଛତ୍ରବାଦୀ ଶାସକ ଥିବାବେଳେ ରାଜନୈତିକ ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସମ୍ପ୍ରତି ଚୀନ ଗସ୍ତରେ ଥିବା ବୌଟେର୍ସେ ଆସନ୍ତା ସପ୍ତାହରେ ଫେରିବା ପରେ ରାୟ ଏହି ବିରୋଧରେ ଅପିଲ୍‌ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି। ସୂଚନାଯୋଗ୍ୟ, ୧୯୮୦ରେ ସାମରିକ ବିଦ୍ରୋହ କରି ପୂର୍ବତନ ସେନାଧିକାରୀ ବୌଟେର୍ସେ କ୍ଷମତା ଦଖଲ କରିଥିଲେ। ୧୯୮୨ ଡିସେମ୍ବରରେ ସେ ତାଙ୍କର ୧୫ ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ