ବିରାଟଙ୍କୁ ପସନ୍ଦ ‘ଏ ଦିଲ୍‌ ହୈ ମୁସ୍କିଲ’


ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପାଇଁ ନିଜ ଫିଲିଙ୍ଗସ୍‌ ଜାହିର କରୁଥିବା ଦେଖିବାକୁ ମିଳିଥାଏ। ଅନୁଷ୍କାଙ୍କୁ ବିରାଟ ନିଜ ଜୀବନର ସବୁଠାରୁ ମଜବୁତ ସପୋର୍ଟ ସିଷ୍ଟମ ବୋଲି ମାନନ୍ତି ଏବଂ ଅନୁଷ୍କାଙ୍କ ପେସାଗତ ସଫଳତାକୁ ମଧ୍ୟ ପ୍ରଶଂସା କରିଥାନ୍ତି।

କିଛି ଦିନ ତଳେ ଏକ ସାକ୍ଷାତକାରରେ ବିରାଟଙ୍କୁ ଅନୁଷ୍କା ଅଭିନୟ କରିଥିବା ତାଙ୍କ ପସନ୍ଦର ଫିଲ୍ମ ସମ୍ପର୍କରେ ପଚରାଯାଇଥିଲା। ଏହାର ଉତ୍ତରରେ ବିରାଟ ‘ଏ ଦିଲ୍‌ ହୈ ମୁସ୍କିଲ’ ଫିଲ୍ମ ତାଙ୍କୁ ବହୁତ ପସନ୍ଦ ବୋଲି କହିଥିଲେ। ବିରାଟ ଆହୁରି କହିଥିଲେ ଯେ ଏବେ ବି ଏହି ସିନେମାର ଗୋଟିଏ ଦୃଶ୍ୟକୁ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି। ବିରାଟ କହିଛନ୍ତି ଯେ ‘ଏ ଦିଲ୍‌ ହୈ ମୁସ୍କିଲ୍‌’ରେ ଅନୁଷ୍କାଙ୍କ କ୍ୟାରେକ୍ଟର ତାଙ୍କ ସବୁଠାରୁ ପସନ୍ଦ। ସେ ଏବେ ବି ଏହା ଅନୁଷ୍କାଙ୍କୁ କହୁଛନ୍ତି। ବେଳେବେଳେ ସେ ଏକୁଟିଆ ବସିଥିବାବେଳେ ୟୁଟ୍ୟୁବ୍ ଖୋଲି ଅନୁଷ୍କାଙ୍କୁ କ୍ୟାନ୍‌ସର ହୋଇଥିବା ଓ ରଣବୀର ତାଙ୍କ ପାଖକୁ ଫେରି ଆସୁଥିବା ଦୃଶ୍ୟ ଦେଖୁଛନ୍ତି ବୋଲି ବିରାଟ କହିଛନ୍ତି। ସେହି ଗୀତ ତାଙ୍କର ବହୁତ ପସନ୍ଦ ବୋଲି ବିରାଟ କହିଛନ୍ତି।

ସୂଚନାଯୋଗ୍ୟ ଯେ ବିରାଟ ଓ ଅନୁଷ୍କା କିଛି ଦିନ ପୂର୍ବରୁ ଭୁଟାନରେ ଛୁଟି ବିତାଇ ଫେରିଛନ୍ତି। ଉଭୟେ ସୋସାଲ ମିଡିଆରେ ଏହି ଟ୍ରିପ୍‌ର ଅନେକ ଗୁଡ଼ିଏ ଫଟୋ ଶେୟାର କରିଥିଲେ, ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ