ସାରା ଓ କିଆରାଙ୍କୁ ପତ୍ନୀ ଭାବେ ବାଛିଲେ କାର୍ତ୍ତିକ


ପୂର୍ବତନ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ତାଙ୍କ ବହୁପ୍ରତୀକ୍ଷିତ ସିନେମା ‘ପତି ପତ୍ନୀ ଔର ୱ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ୬ ଡିସେମ୍ବର ସିନେମାଘରେ ରିଲିଜ୍‌ ହେବାକୁ ଯାଉଥିବା ଏହି ଫିଲ୍ମରେ କାର୍ତ୍ତିକଙ୍କ ସହିତ ଅନନ୍ୟା ପାଣ୍ଡେ ଓ ଭୂମି ପେଦନେକର ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ସେହିପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଫିଲ୍ମ ପ୍ରମୋସନ ସମୟରେ ସାରାଙ୍କୁ ନିଜ ପତ୍ନୀ ଭାବେ କାର୍ତ୍ତିକ ଚୟନ କରିଥିଲେ।

ମିଡିଆ ରିପୋର୍ଟ ମୁତାବକ କିଛି ଦିନ ତଳେ କାର୍ତ୍ତିକ ‘ପତି ପତ୍ନୀ ଔର ୱ’ ଫିଲ୍ମର ପ୍ରମୋସନ ପାଇଁ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସାରା ଅଲୀ ଖାନ, କିୟାରା ଆଡଭାଣୀ, ନୁସରତ ଭରୁଚା ଓ ତାରା ସୁତାରିଆଙ୍କ ମଧ୍ୟରୁ କାର୍ତ୍ତିକ କାହାକୁ ପତ୍ନୀ କ୍ୟାଟିଗୋରୀରେ ରଖିବେ ବେଲି ପଚରାଯାଇଥିଲା। ସାରା ଓ କିଆରାଙ୍କ ନାମ କାର୍ତ୍ତିକ ପତ୍ନୀ କ୍ୟାଟିଗୋରୀରେ ରଖିଥିବାବେଳେ ନୁସରତ ଓ ତାରାଙ୍କୁ ‘ୱ’ କ୍ୟାଟିଗୋରୀରେ ରଖିଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ କାର୍ତ୍ତିକ ଓ ସାରାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ଖବର ଆସିଥିଲା। ଏହାପରେ ଉଭୟଙ୍କୁ କେବେ ବି ଏକାଠି ଦେଖିବାକୁ ମିଳି ନ ଥିଲା।

ସୂଚନାଯୋଗ୍ୟ ଯେ ମୁଦାସ୍‌ର ଅଜିଜଙ୍କ ନିର୍ଦେଶିତ ଫିଲ୍ମ ‘ପତି ପତ୍ନୀ ଔର ୱ’ର ପ୍ରଯୋଜନା ଭୂଷଣ କୁମାର, କୃଷ୍ଣ କୁମାର, ରେନୁ ଚୋପ୍ରା ଓ ଜୁନୋ ଚୋପ୍ରା ନେଇଛନ୍ତି। ଏହି ଫିଲ୍ମ ୧୯୭୮ରେ ଆସିଥିବା ଫିଲ୍ମ ବିଆର୍‌ ଚୋପ୍ରାଙ୍କ ‘ପତି ପତ୍ନୀ ଔର ୱ’ର ରିମେକ୍‌ ଅଟେ। ୭୦ ଦଶକର ଏହି ସୁପରହିଟ୍‌ କମେଡି ସିନେମାରେ ସଞ୍ଜୀବ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ପତ୍ନୀ ଭୂମିକାରେ ବିଦ୍ୟା ସିହ୍ନା ଓ ସେକ୍ରେଟାରୀ ଭୂମିକାରେ ରଞ୍ଜିତା କୌର ଅଭିନୟ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ