ହସିବା ଓ ଚିଉଙ୍ଗମ ଚୋବାଇବା ଫଳରେ କମିଥାଏ ଓଜନ


ଜିମ୍‌ ଯିବାକୁ ଇଚ୍ଛା ହେଉ ନ ଥିଲେ ମଧ୍ୟ ଅନେକେ ଏହା କରିବାକୁ ବାଧ୍ୟ ହୋଇଥାନ୍ତି। କାରଣ ନିଜ ଶରୀରର ଓଜନକୁ ନେଇ ସମସ୍ତେ ଚିନ୍ତିତ ରହିଥାନ୍ତି। ଅନେକ ସମୟରେ ଟଙ୍କା ପାଣି ଭଳି ବୁହାଇଲା ପରେ ମଧ୍ୟ ଓଜନ କମ୍‌ ହୋଇ ନ ଥାଏ। କାରଣ ଏ ସମ୍ପର୍କରେ ଠିକ୍‌ ଭାବେ ଜାଣିବା ଉଚିତ। ବଢ଼ୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଜାଣିବା ଦରକାର ଯେ ଆପଣଙ୍କ ଶରୀର କେତେ କ୍ୟାଲୋରୀ ଗ୍ରହଣ କରୁଛି ଓ ସେଥିରୁ କେତେ କ୍ୟାଲୋରୀ ବର୍ଣ୍ଣ ହେଉଛି।

ଏବେ ପ୍ରଶ୍ନ ଉଠୁଛି, ମୋଟାପଣ କମ୍‌ କରିବା ଲାଗି କ୍ୟାଲୋରୀ କିପରି ବର୍ଣ୍ଣ କରିବେ? ସାଧାରଣତଃ ଲୋକେ ଓଜନ କମ୍‌ କରିବା ଲାଗି ୱେଟ୍‌ଲିଫ୍ଟିଙ୍ଗ, ମେଡିସିନ୍‌ ଓ ଡାଏଟ୍‌ ମାଧ୍ୟମରେ ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଓଜନ ହ୍ରାସ କରିବା ଲାଗି ଆହୁରି ଅନେକ ଉପାୟ ରହିଛି, ଯେଉଁଥିରେ ଆପଣ ବିନା ଟଙ୍କା ଖର୍ଚ୍ଚ କରି ଏହି କାମ କରିପାରିବେ। ବିଶେଷକରି ଶୀତଦିନେ ଓଜନ କମ୍‌ କରିବା ଲାଗି ଆପଣ କେତେକ ଉପାୟ ଅବଲମ୍ବନ କରିପାରିବେ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ତାପମାତ୍ରା କମ୍‌ ହେବା କାରଣରୁ ଶରୀରର ମେଟାବଲିଜମ୍‌ ଏହି ଦିନେ ଭଲ ଭାବେ ହୋଇଥାଏ।

ବୈଜ୍ଞାନିକଙ୍କ କହିବାନୁସାରେ ୧୯ ଡିଗ୍ରୀରୁ କମ୍‌ ତାପମାତ୍ରାଯୁକ୍ତ କୋଠରୀରରେ ଶୋଇବା ଫଳରେ ୭ ପ୍ରତିଶତ ଅଧିକ ଦ୍ରୁତ ବେଗରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଓଭରୱେଟ୍‌ ପିଲା ଓ ଯୁବପିଢ଼ିଙ୍କ ଓଜନ ନିୟନ୍ତ୍ରଣ କରିବା ପାଇଁ ଥଣ୍ଡା ପାଣି ବହୁତ ଲାଭଦାୟକ। ଯେତେବେଳେ ଶରୀରକୁ ଥଣ୍ଡା ପାଣି ମିଳିଥାଏ, ତାହାକୁ ସେ ଗରମ କରିବା ଆରମ୍ଭ କରିଦିଏ। ଶରୀରର ତାପମାତ୍ରା ନର୍ମାଲ ଓ ମେଟାବଲିଜମ୍‌ ଠିକ୍‌ ରହିବା କାରଣରୁ ମଣିଷର ଓଜନ ଦ୍ରୁତ ବେଗରେ କମ୍‌ ହୋଇଥାଏ।

ହସକୁ ଖାଲିଟାରେ ଶହେ ଦୁଃଖର ଗୋଟିଏ ଔଷଧ ବୋଲି କୁହାଯାଏ ନାହିଁ। ହସିବା ଦ୍ବାରା ଶାରୀରିକ ଓ ମାନସିକ ଭାବେ ମଣିଷ ସୁସ୍ଥ ରହିଥାଏ। ଏକ ଗବେଷଣା ମୁତାବକ ହସିବା ଦ୍ବାରା ମେଟାବଲିଜମ୍‌ ରେଟ୍‌ ୧୦ରୁ ୨୦ ପ୍ରତିଶତ ବଢ଼ିଯାଏ ଓ ଶରୀରର କ୍ୟାଲୋରୀ ଦ୍ରୁତ ବେଗରେ ବର୍ଣ୍ଣ ହୋଇଥାଏ। ରକ୍ତଦାନ କରିବା ଦ୍ବାରା ମଧ୍ୟ ମଣିଷ ଶରୀରର କ୍ୟାଲୋରୀ ହ୍ରାସ ହୋଇଥାଏ। ରକ୍ତଦାନ କରିବା ପରେ ପ୍ରୋଟିନ୍‌, ଲାଲ୍‌ ରକ୍ତ କୋଷିକା ଓ ଅନ୍ୟାନ୍ୟ ତତ୍ତ୍ବକୁ ପୁଣିଥରେ ପୂରା କରିବା ପାଇଁ ଶରୀରକୁ ବହୁତ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆପଣ ଅନୁଭବ କରୁଥିବେ ଯେ ରକ୍ତଦାନ କରିବା ପରେ ଆପଣ ଦୁର୍ବଳ ଅନୁଭବ କରୁଛନ୍ତି। କାରଣ ଏହି ପ୍ରକ୍ରିୟାରେ ଶରୀରରେ ଅନେକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ।

ଯଦି ଆପଣ କିଛି କାମ ନ କରି ଓଜନ କମ୍‌ କରିବାକୁ ଚାହୁଛନ୍ତି, ତେବେ ଚିଉଙ୍ଗମ ଚୋବାଇବା ଆରମ୍ଭ କରି ଦିଅନ୍ତୁ। ଦିନରେ ମାତ୍ର ୨୦ ମିନିଟ୍‌ ଏହାକୁ ଚୋବାଇବା ଦ୍ବାରା ଆପଣଙ୍କ ଓଜନ କମ୍‌ ହୋଇପାରେ। ଖାଇବା ପରେ ଏହାକୁ ପାଖାପାଖି ୨୦ ମିନିଟ୍‌ ଯାଏ ଏହାକୁ ଚୋବାଇବା ଦ୍ବାରା ଆପଣଙ୍କ ମେଟାବଲିଜମ୍‌ ରେଟ୍‌ ବଢ଼ିଥାଏ। ଚିଉଙ୍ଗମ ଚୋବାଇବା ପୂର୍ବରୁ ଜାଣି ରଖନ୍ତୁ ଏହା ସୁଗାର ଫ୍ରି ହେବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ