ଏଥର ଟ୍ରାଏ କରନ୍ତୁ ଥାଇ ନୁଡଲ୍ସ


ସବୁବେଳେ ସିମ୍ପଲ ନୁଡଲ୍ସ ଖାଇ ବୋର୍‌ ହୋଇଗଲେଣି କି, ତେବେ ଏଥର ନୂଆ କିଛି ଟ୍ରାଏ କରନ୍ତୁ। ଏଠାରେ ଥାଇ ନୁଡଲ୍ସର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଆପଣ ଘରେ ଅତି ସହଜରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହି ଥାଇ ନୁଡଲ୍ସର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୨ ଲିଟର ପାଣି, ୧୭୦ ଗ୍ରାମ୍‌ ଫ୍ଲାଟ୍‌ ରାଇସ୍‌ ନୁଡଲ୍ସ, ଗ୍ରୀଲ୍ଡ ଚିକେନ୍‌ ପାଇଁ ୩୦୦ ଗ୍ରାମ୍‌ ଚିକେନ୍‌, ସ୍ବାଦାନୁସାରେ ଲୁଣ, ୧ ଚାମଚ ଗୋଲମରିଚ ଗୁଣ୍ଡ, ଗ୍ରୀଲ୍‌ କରିବା ପାଇଁ ତେଲ, ଥାଇ ସସ୍‌ ତିଆରି କରିବା ପାଇଁ ୨ ଟେବଲସ୍ପୁନ୍‌ ଭିନେଗାର, ୨ ଟେବଲସ୍ପୁନ୍‌ ଫିଶ୍‌ ସସ୍‌, ୨ ଟେବଲସ୍ପୁନ୍‌ ହଟ୍‌ ସସ୍‌, ୩୦ ଗ୍ରାମ୍‌ ପିନଟ୍‌ ବଟର, ୨ ଟେବଲସ୍ପୁନ୍‌ ସୋୟା ସସ୍‌, ୬୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ପାଉଡର, ୩୦ ଗ୍ରାମ୍‌ ତେଲ, ୧୭୦ ଗ୍ରାମ୍‌ ପ୍ରନ୍ସ, ୧ ଟେବଲସ୍ପୁନ୍‌ ରସୁଣ, ୧୩୦ ଗ୍ରାମ୍‌ ପିଆଜ, ୨ଟି ଅଣ୍ଡା, ୧ ଟେବଲସ୍ପୁନ୍‌ ଲେମ୍ବୁ ରସ, ୪୦ ଗ୍ରାମ୍‌ ଭଜା ଚିନା ବାଦାମ, ଅଧ ଚାମଚ ଲୁଣ, ୧ ଟେବଲସ୍ପୁନ୍‌ କଟା ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ୨ ଲିଟର ପାଣି ନିଅନ୍ତୁ। ୮ରୁ ୧୦ ମିନିଟ୍‌ ଯାଏ ନୁଡଲ୍ସ ଭିଜାଇ ରଖନ୍ତୁ। ଚିକେନ୍‌ ଗ୍ରୀଲ୍‌ କରିବା ଲାଗି ଚିକେନ୍‌ ବ୍ରେଷ୍ଟ ନିଅନ୍ତୁ। ଏହା ଉପରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ, ଏଥିରେ ଚିକେନ୍‌ ପକାଇ ରୋଷ୍ଟ ହେବା ଲାଗି ରଖନ୍ତୁ। ଚିକେନ୍‌ ଉଭୟ ପାର୍ଶ୍ବରୁ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ କୁକ୍‌ କରନ୍ତୁ। ଚିକେନ୍‌ ଭଲ ଭାବେ ସିଝି ଗଲା ପରେ ଏହାକୁ ପ୍ଲେଟ୍‌କୁ ବାହାର କରି ସାଇଡ୍‌ କରି ରଖନ୍ତୁ। ଥାଇ ସସ୍‌ ତିଆରି କରିବା ଲାଗି ଥାଇ ସସ୍‌ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀକୁ ଏକାଠି କରି ଭଲ ଭାବେ ମିଶାନ୍ତୁ। ଏହାପରେ ଏହାକୁ ମଧ୍ୟ ସାଇଡ୍‌ କରି ରଖନ୍ତୁ।

ଥାଇ ନୁଡଲ୍ସ ପ୍ରସ୍ତୁତ କରିବା ପାଇଁ ଏକ ଓଜନିଆ କଡ଼ାଇରେ ୩୦ ମିଲି ତେଲ, ୧ ଟେବଲସ୍ପୁନ୍‌ ରସୁଣ ପେଷ୍ଟ ପକାଇ ଭଲ ଭାବେ ଭାଜନ୍ତୁ। ଏଥିରେ ପ୍ରନ୍‌ ପକାଇ ୮ରୁ ୧୦ ମିନିଟ୍‌ ଯାଏ ଭାଜନ୍ତୁ। ଏହାପରେ ଦୁଇଟି ଯାକ ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାପରେ ଫ୍ଲାଟ୍‌ ରାଇସ୍‌ ନୁଡଲ୍ସ ପକାଇ ଏହା ଉପରେ ଥାଇ ସସ୍‌, ଗ୍ରୀଲ୍ଡ ଚିକେନ୍‌, ଲେମ୍ବୁ ରସ, ଚିନାବାଦାମ ଓ ଅଧଚାମଚ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। ଏହି ସମସ୍ତ ଜିନିଷକୁ ୫ରୁ ୭ ମିନିଟ୍‌ ଯାଏ ଏପଟସେପଟ କରନ୍ତୁ। ଏହାପରେ ଧନିଆ ପତ୍ର ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏହାପରେ ଗ୍ୟାସ୍‌ ବନ୍ଦ କରନ୍ତୁ ଓ ପ୍ରସ୍ତୁତ ନୁଡଲ୍ସକୁ ପ୍ଲେଟ୍‌କକୁ ବାହାର କରି ଧନିଆ ପତ୍ରରେ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ପେସାଲ ଥାଇ ନୁଡଲ୍ସ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ