ଅବସର ନେବେ ଅମିତାଭ!


ଗତ ୫ ଦଶକ ଧରି ଲଗାତର ବଲିଉଡ୍‌ରେ ସକ୍ରିୟ ରହିଥିବା ମିଲେନିୟମ ସୁପରଷ୍ଟାର ଅମିତାଭ ବଚ୍ଚନ ଏବେ ଅବସର ନେବା ସମ୍ପର୍କରେ ଚିନ୍ତା କରୁଛନ୍ତି। ଏହା ଆମେ କହୁନାହୁଁ, ବରଂ ଏ ସମ୍ପର୍କରେ ସେ ନିଜ ବ୍ଲଗ୍‌ରେ ପରୋକ୍ଷରେ ସୂଚନା ଦେଇଛନ୍ତି। ଯେଉଁଥିରୁ ଅଟକଳ ଲଗାଯାଇପାରିବ, ହୁଏତ ଖୁବ୍‌ଶୀଘ୍ର ବିଗ୍‌ ବି ଫିଲ୍ମ ଦୁନିଆରୁ ସନ୍ୟାସ ନେଇ ପାରନ୍ତି। ସେ ଏହି ବ୍ଲଗ୍‌ ୨୮ ନଭେମ୍ବର ରାତି ୧୨ଟା ୨୬ ମିନିଟ୍‌ରେ ପୋଷ୍ଟ କରିଛନ୍ତି। ସେହିଦିନ ତାଙ୍କ ଦିବଗଂତ ପିତା ହରିବଂଶ ରାୟ ବଚ୍ଚନଙ୍କ ୧୧୨ତମ ଜନ୍ମଦିନ ଥିଲା। ଅମିତାଭ ନିଜର ଏହି ବ୍ଲଗରେ ନିଜର ଯାତ୍ରା ପାଇଁ ଧନ୍ୟବାଦ ଜଣାଇଛନ୍ତି। ବ୍ଲଗ୍‌ର ଗୋଟିଏ ସ୍ଥାନରେ ସେ ଲେଖିଛନ୍ତି, ତାଙ୍କର ଏହି ରାସ୍ତାରେ ପଡ଼ିଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ସେ ଧନ୍ୟବାଦ।

ସୂଚନାଯୋଗ୍ୟ ଯେ ଅମିତାଭ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ଏବେ ମନାଲିରେ ଅଛନ୍ତି। ସେ ସେଠାରେ ପହଞ୍ଚିବା ପରେ ନିଜ ଅନୁଭବକୁ ବ୍ଲଗ୍‌ ଜରିଆରେ ଜଣାଇଛନ୍ତି। ବିଗ୍‌ ବି ଲେଖିଛନ୍ତି ଯେ ତାଙ୍କୁ ଏହି ଛୋଟ ସୁନ୍ଦର ସ୍ଥାନରେ ଗାଡ଼ିରେ ପହଞ୍ଚିବା ଲାଗି ୧୨ ଘଣ୍ଟା ଲାଗି ଯାଇଥିଲା। ଏଠାର ରାସ୍ତା ଏତେ ଭଲ ନୁହେଁ। କୋଠରୀ ଓ ବାତାବରଣ ମଧ୍ୟ ଅଲଗା ପ୍ରକାରର। ତାଙ୍କୁ ଏବେ ଅବସରନେବାକୁ ପଡ଼ିବ। ତାଙ୍କ ମସ୍ତିଷ୍କ ଅନ୍ୟ ସ୍ଥାନରେ ରହିଛି ଓ ତାଙ୍କ ଆଙ୍ଗୁଠି ଆଉ କିଛି କରୁଛି। ସୂଚନାଯୋଗ୍ୟ ଯେ ବିଗ୍‌ ବି କିଛି ଦିନ ପୂର୍ବରୁ ବଲିଉଡ୍‌ରେ ନିଜର ୫୦ ବର୍ଷ ପୂରା କରିଛନ୍ତି। ୫୦ ବର୍ଷ ପୂର୍ବରୁ ସେ ନିର୍ଦେଶକ ଖ୍ବାଜା ଅହମ୍ମଦଙ୍କ ନିର୍ଦେଶିତ ସିନେମା ‘ସାତ ହିନ୍ଦୁସ୍ତାନୀ’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ସେ କୁଲି, ଜଞ୍ଜିର, ଶୋଲେ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ହୃଦୟରେ ବାନ୍ଧି ହୋଇଯାଇଥିଲେ।

ଅମିତାଭ ଖୁବ୍‌ଶୀଘ୍ର ରୁମି ଜାଫରୀଙ୍କ ନିର୍ଦେଶିତ ସାଇକୋଲୋଜିକାଲ ଥ୍ରିଲର ଫିଲ୍ମ ‘ଚେହରେ’ରେ ନଜର ଆସିବାକୁ ଯାଉଛନ୍ତି। ଏଥିର ତାଙ୍କ ସହିତ ସିରିଅଲ କିସର ଇମ୍ରାନ ହାସମୀ ନଜର ଆସିବେ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ଆନନ୍ଦ ପଣ୍ଡିତ ନେଇଛନ୍ତି। ଏହି ଫିଲ୍ମର ନିର୍ମାଣ ଆନନ୍ଦ ପଣ୍ଡିତ ମୋସନ୍‌ ପିକ୍‌ଚର୍ସ ଓ ସରସ୍ବତୀ ଏଣ୍ଟରଟେନ୍‌ମେଣ୍ଟ ଦ୍ବାରା ହେଉଛି। ଏହି ଫିଲ୍ମ ଆଗାମୀ ବର୍ଷ ୨୧ ଫେବ୍ରୁଆରୀରେ ରିଲିଜ୍‌ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ