ପୁଣି ଛାଇଗଲେ ସନ୍ନି-କନିକା, ଭିଡ଼ିଓ ଭାଇରାଲ


ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କନିକା କପୁରଙ୍କ ସ୍ବରରେ ପୁଣିଥରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଧମାକା ଦେଖିବାକୁ ମିଳୁଛି। ନିକଟରେ ରିଲିଜ୍‌ କରାଯାଇଥିବା ୱେବ୍‌ ସିରିଜ୍‌ ‘ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣ ୨’ର ଗୀତ ‘ହ୍ୟାଲୋ ଜୀ’ ଏବେ ସୋସାଲ ମିଡିଆରେ ଧମାଲ କରୁଛି। ଜୀ ମ୍ୟୁଜିକ୍‌ କମ୍ପାନୀ ଦ୍ବାରା ୨୮ ନଭେମ୍ବରରେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ଼ କରାଯାଇଥିବା ଏହି ଭିଡ଼ିଓକୁ କିଛି ଗୋଟିଏ ଦିନ ଭିତରେ ୪୩,୦୬,୬୫୦ ଥର ଦେଖା ଗଲାଣି। ଏଥିସହିତ ଏହି ଭିଡ଼ିଓରେ ଲୋକେ କନିକାଙ୍କ ସ୍ବର ଓ ସନ୍ନିଙ୍କ ଡ୍ୟାନ୍ସକୁ ଦର୍ଶକ ଖୁବ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ ସନ୍ନି ଲିଓନି ପୁଣିଥରେ ‘ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣ ସିଜନ ୨’ରେ ନଜର ଆସିବାକୁ ଯାଉଛନ୍ତି। ସନ୍ନି ଏହି ଫିଲ୍ମର ପ୍ରମୋସନରେ ଲାଗି ରହିଛନ୍ତି ଓ ଲଗାତର ଏଥିସହିତ ଜଡ଼ିତ ଭିଡ଼ିଓ ଶେୟାର କରୁଛନ୍ତି। ସନ୍ନି ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଗୀତର ଭିଡ଼ିଓକୁ ଶୁକ୍ରବାର ଶେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଊର୍ଦ୍ଧ୍ବ ଥର ଦେଖା ଯାଇସାରିଛି। ସନ୍ନି ଏହି ଭିଡ଼ିଓ ଶେୟାର କରି ଲେଖିଛନ୍ତି ‘ହ୍ୟାଲୋ ଜୀ’ ଆପଣଙ୍କୁ ମନୋରଞ୍ଜନର ଢେର ଖୋରାକ ଯୋଗାଇବ। ଏବେ ‘ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣ’ ଆହୁରି ମଜାଦାର ହେବ।

ସୂଚନାଯୋଗ୍ୟ ଯେ ସନ୍ନି ସୋସାଲ ନେଟୱର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ବହୁତ ଆକ୍ଟିଭ୍‌ ରହିଛନ୍ତି ଓ ନିଜ ପ୍ରଶଂସକଙ୍କ ସହିତ ସୋସାଲ ମିଡିଆ ଜରିଆରେ ସବୁବେଳେ ଯୋଡ଼ି ହୋଇ ରହିଛନ୍ତି। ଖୁବ୍‌ଶୀଘ୍ର ସେ ‘ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣ ୨’ ଜରିଆରେ ପୁଣିଥରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ‘ରାଗିନୀ ଏମ୍‌ଏମ୍‌ଏସ୍‌’ର ଦ୍ବିତୀୟ ସିଜନ ଅଟେ। ଏଥିରେ ବରୁଣ ସୁଦ ଓ ଦିବ୍ୟା ଅଗ୍ରୱାଲ ମଧ୍ୟ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ