ସକାଳୁ କରନ୍ତୁ ଏସବୁ, ମିଳିବ ଦୁଇଗୁଣା ଫାଇଦା


ସମସ୍ତେ ଚାହାନ୍ତି ସେମାନଙ୍କ ଦିନର ଆରମ୍ଭ ଭଲ ଭାବେ ହେଉ ବୋଲି। ଯଦି ଆପଣ ମଧ୍ୟ ଚାହୁଛନ୍ତି ଆପଣଙ୍କ ଦିନ ଖୁସିରେ ବିତୁ ବୋଲି, ତେବେ ଶାସ୍ତ୍ରରେ କୁହାଯାଇଥିବା କେତେକ ନିୟମ ପାଳନ କରିବା ଉଚିତ। ଏହି ନିୟମ ଏତେ ସହଜ ଯେ ଏହାକୁ ଆପଣାଇ ନିଜ ଜୀବନର ଗୋଟିଏ ଗୋଟିଏ ଦିନ ମଧ୍ୟ ବିତାଇ ପାରିବେ। ଚାଲନ୍ତୁ ଜାଣିବା ଶାସ୍ତ୍ରରେ କୁହାଯାଇଥିବା କେତେକ ଖାସ୍‌ ମର୍ଣ୍ଣିଂ ଟିପ୍ସ ସମ୍ପର୍କରେ।

ପାପୁଲିକୁ ଦେଖିବା
ହିନ୍ଦୁ ଧର୍ମ ଅନୁସାରେ ସକାଳୁ ଉଠିବା ପରେ ହାତ ପାପୁଲିକୁ ଦେଖିବା ବହୁତ ଶୁଭ ବୋଲି କୁହାଯାଏ। ହିନ୍ଦୁ ଶାସ୍ତ୍ର ମୁତାବକ ଏହି ଉପାୟ ଆପଣାଇବା ଦ୍ବାରା ଆପଣଙ୍କ ଜୀବନରେ ଲକ୍ଷ୍ମୀ ଓ ମା’ ସରସ୍ବତୀଙ୍କ କୃପା ସବୁବେଳେ ବର୍ଷି ଥାଏ।

ଭୂମିକୁ ଛୁଇଁବା

ପୁରୁଣା କାଳର ଲୋକେ ସକାଳୁ ଉଠି ପୃଥିବୀକୁ ଛୁଇଁ ଆଶୀର୍ବାଦ ନେଇଥାନ୍ତି। ତାଙ୍କ ମୁତାବକ ସକାଳୁ ଉଠି ପୃଥିବୀ ଉପରେ ପାଦ ରଖି ଏହାକୁ ଛୁଇଁ ପ୍ରଣାମ କରିବା ଉଚିତ। ଯେଉଁ ପୃଥିବୀ ସାରା ଦିନ ଆପଣଙ୍କ ଭାର ସମ୍ଭାଳିଥାଏ, ତାହାକୁ ସକାଳୁ ଉଠି ପ୍ରଣାମ କରିବା ଦ୍ବାରା ଆପଣଙ୍କ ଦିନ ବହୁତ ଭଲ ଭାବେ କଟିବ ବୋଲି ଶାସ୍ତ୍ରରେ କୁହାଯାଇଛି।

ତମ୍ବା ଲୋଟାରେ ପାଣି ପିଇବା

ସକାଳୁ ଉଠିବା ପରେ ତମ୍ବା ଲୋଟାରେ ରଖାଯାଇଥିବା ପାଣି ପିଇବା ଦ୍ବାରା ଶରୀରକୁ ବହୁତ ଫାଇଦା ମିଳିଥାଏ। ଏଥିସହିତ ଆପଣଙ୍କ ମସ୍ତିଷ୍କ ମଧ୍ୟ ଦ୍ରୁତ ବେଗରେ କାମ କରିଥାଏ। ଜୀବନରେ ସଫଳତା ପାଇବା ପାଇଁ ଆପଣଙ୍କ ଭିତରେ ନୂଆ ନୂଆ ଆଇଡିଆ ସୃଷ୍ଟି ହେବା ନିହାତି ଦରକାର।

ସୂର୍ଯ୍ୟ ଦର୍ଶନ
ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟ ଦର୍ଶନ କରିବା ମଧ୍ୟ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଦ୍ବାରା ଆପଣଙ୍କ ଭାଗ୍ୟର ସୂର୍ଯ୍ୟ ମଜବୁତ ହୋଇଥାଏ। ଯାହା ଆପଣଙ୍କ ଜୀବନରେ ସମ୍ମାନ ଓ ପ୍ରତିଷ୍ଠା ଆଣି ଦେବ।

ତୁଳସୀ ଚଉରାରେ ପାଣି ଦେବା
ଯେଉଁ ମହିଳାମାନେ ସକାଳୁ ସ୍ନାନ କରି ମା’ ତୁଳସୀ ଚଉରାରେ ପାଣି ଦେଇ ପୂଜା କରନ୍ତି, ତାଙ୍କ ଘରେ କେବେ ବି କୌଣସି ଜିନିଷର ଅଭାବ ରହିବ ନାହିଁ। ଏପରି କରିବା ଦ୍ବାରା ନିଜ ପତିଙ୍କ ଉନ୍ନତି ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଏ।

ମାତାପିତାଙ୍କ ଚରଣ ସ୍ପର୍ଶ

ଧରତୀ ମା’ର ଚରଣ ସ୍ପର୍ଶ କରିବା ପରେ ଘରର ବଡ଼ ଅର୍ଥାତ୍‌ ମାତା ପିତା, ଜେଜେ ବାପା, ଜେଜେ ମା’ ଓ ଅନ୍ୟ ବଡ଼ ଲୋକଙ୍କ ପାଦ ଛୁଇଁବା ଉଚିତ। ମାତା ପିତାଙ୍କ ଚରଣ ସକାଳୁ ସ୍ପର୍ଶ କରିବା ଦ୍ବାରା ଗ୍ରହର ସକାରାତ୍ମକ ପ୍ରଭାବ ଜୀବନରେ ପଡ଼ିଥାଏ। ଏହିପରି ଭାବେ ଆପଣ ସକାଳ ସମୟରେ ଧ୍ୟାନ ଦେବା ଫଳରେ ଜୀବନରେ ଖୁସି ଭରି ଯାଇପାରେ ବୋଲି ଶାସ୍ତ୍ରରେ କୁହାଯାଇଛି। ସକାଳୁ ଉଠି ଭୁଲ୍‌ରେ ବି ଆଇନା ଦେଖନ୍ତୁ ନାହିଁ ଓ କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ