ମୁଖ୍ୟ ଖବର
ସକାଳୁ ଚା' ନ ପିଇଲେ କାମ କରୁନି ଘୋଡ଼ା: ଭିଡିଓ ଭାଇରାଲ

ଲଣ୍ଡନ: କେତେକ ଲୋକ ସକାଳୁ ଚା' ନ ପିଇଲେ କୌଣସି କାମ ଆରମ୍ଭ କରି ନ ଥାନ୍ତି। ଏଭଳି ଅଭ୍ୟାସ ଲଣ୍ଡନର ମର୍ସିସାଇଡ୍ ପୋଲିସ ବିଭାଗରେ ଥିବା ଘୋଡ଼ା ଚ୍ୟାକ୍ର ରହିଛି। ସକାଳୁ କପେ ଚା' ନ ପିଇଲେ ସେ କାମ କରିବାକୁ ଅମଙ୍ଗ ହୋଇଥାଏ। ଜ୍ୟାକ୍କୁ ଏବେ ୨୦ ବର୍ଷ। ସେ ଗତ ୧୫ ବର୍ଷ ଧରି ପ୍ରତିଦିନ ସକାଳୁ କପେ ଚା' ପିଇଆସୁଛି। ଜ୍ୟାକ୍ ୨୦୨୦ରେ ପୋଲିସ ସେବାରୁ ଅବସର ନେବ ବୋଲି ଟ୍ରେନର ଲିଣ୍ଡସେ ଗବେନ୍ ସୂଚନା ଦେଇଛନ୍ତି। ଜ୍ୟାକ୍ର ଚା'ରେ ୨ ଚାମୁଚ ଚିନି ପଡ଼ିଥାଏ ବୋଲି ସେ କହିଛନ୍ତି। ଏବେ ଜ୍ୟାକ୍ ଚା' ପିଉଥିବାର ଏକ ଭିଡ଼ିଓ ସୋସାଲ ମିଡ଼ିଆରେ ଭାଇରାଲ ହୋଇଛି। ଏହାକୁ ୨ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ