ବାଦ ବିବାଦ
କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି: ବୁଥ୍ ବାହାରେ ଦେଖାଇଲେ ବନ୍ଧୁକ

ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୭ ଲକ୍ଷ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବା ବେଳେ ୬ ଜଣ ମନ୍ତ୍ରୀ, ୮ ଜଣ ବିଧାୟକ ଓ ରାଜ୍ୟ ପିସିସି ସଭାପତିଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ଏଠାକାର ପଲାମୁ ଜିଲାର କୋସିୟାରା ଗାଁର ଏକ ମତଦାନ କେନ୍ଦ୍ର ବାହାରେ କଂଗ୍ରେସ ଓ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ କଂଗ୍ରେସର ପ୍ରାର୍ଥୀ କେ.ଏନ୍ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ବିଜେପିର ସମର୍ଥକମାନେ ବୁଥ୍ ଭିତରକୁ ଯିବା ପାଇଁ ତ୍ରୀପାଠିଙ୍କୁ ଅଟକାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ବଚସା ହେବା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଉଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାରେ ନିର୍ବାଚନ କମିଶନର ଅବଗତ ହେବା ସହ ଜିଲା ପ୍ରଶାସନକୁ ଏନେଇ ରିପୋର୍ଟ ତଲବ କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ