ଜାଣନ୍ତୁ ତାୱା ସହିତ ଜଡ଼ିତ ଏହି ବାସ୍ତୁ ଟିପ୍ସ


କିଚେନ୍‌ ଘରର କେବଳ ସେହି ଅଂଶ ନୁହେଁ ଯାହା ଆପଣଙ୍କ ପେଟର ଭୋକକୁ ଶାନ୍ତ କରି ଥାଏ, ଏହା ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଠାରେ କିଚେନ୍‌ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ତାୱା ସହିତ ଜଡ଼ିତ ବାସ୍ତୁ ଟିପ୍ସ ସମ୍ପର୍କରେ। ରୋଷେଇ ଘରେ ଉପଯୁକ୍ତ ଦିଗରେ ରଖାଯାଇଥିବା ତାୱା ଘରର ବାସ୍ତୁ ଦୋଷ ଠିକ୍‌ କରିପାରିବେ। ସେହିପରି ଭୁଲ୍‌ ଦିଗରେ ତାୱା ରଖିବା ଫଳରେ ଏହା ସମସ୍ୟାର କାରଣ ମଧ୍ୟ ପାଲଟିପାରେ। ଚାଲନ୍ତୁ ଜାଣିବା କେମିତି।

ରାତିରେ ତାୱା ଧୁଅନ୍ତୁ
ସାଧାରଣତଃ ଲୋକେ ରାତି ରୁଟି ତିଆରି କରିବା ପରେ ତାୱା ଧୋଇ ନ ଥାନ୍ତି। ଏପରି କରିବା ଦ୍ବାରା ଅନ୍ନର ଅପମାନ ହୋଇଥାଏ ବୋଲି କୁହାଯାଇଥାଏ। ତେଣୁ ପ୍ରତ୍ୟେକ ଦିନ ରାତିରେ ରୁଟି କରିବା ପରେ ତାୱାକୁ ଭଲ ଭାବେ ଧୋଇ ସାଇଡ୍‌ କରି ରଖନ୍ତୁ।

ତାୱା ଉପରେ ଲୁଣ
ସକାଳେ ପ୍ରଥମ ରୁଟି ତିଆରି କରିବା ପୂର୍ବରୁ ତାୱା ଉପରେ ଲୁଣ ସିଞ୍ଚନ୍ତୁ। ଏପରି କରିବା ଦ୍ବାରା ଘରେ କେବେ ବି ଅନ୍ନ ଓ ଧନର ଅଭାବ ରହିବ ନାହିଁ। ଏଥିସହିତ ପ୍ରଥମ ରୁଟି ସବୁବେଳେ କୌଣସି ପଶୁ କିମ୍ବା ପକ୍ଷୀ ପାଇଁ ତିଆରି କରନ୍ତୁ। ଯାହାଫଳରେ ଘରେ ସବୁବେଳେ ଅନ୍ନ ମହଜୁଦ ରହିବ।

ଲୋକଙ୍କ ନଜରଠାରୁ ଦୂରରେ ରଖନ୍ତୁ
ବାହାରୁ ଆସୁଥିବା ଲୋକଙ୍କ ତାୱା ଉପରେ ନଜର ପଡ଼ିବାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ। ତେଣୁ ତାୱାକୁ ସବୁବେଳେ ଏପରି ସ୍ଥାନରେ ରଖନ୍ତୁ, ଯେଉଁଠି ଲୋକଙ୍କ ନଜର ପଡ଼ିବ ନାହିଁ। ବାସ୍ତୁ ଅନୁସାରେ ତାୱା ଓ କଡ଼େଇକୁ କେବେ ବି ଓଲଟା କରି ରଖିବା ଉଚିତ ନୁହେଁ। ବାସ୍ତୁ ଅନୁସାରେ ଏପରି କରିବା ଦ୍ବାରା ଘରେ ଅଚାନକ ହେଉଥିବା ଘଟଣାମାନ ବଢ଼ି ଯାଇଥାଏ। ଗରମ ତାୱାରେ କେବେ ବି ପାଣି ଢାଳନ୍ତୁନି। ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ବାରା ହେଉଥିବା ଶବ୍ଦ ଆପଣଙ୍କ ଜୀବନରେ ସମସ୍ୟାର ଶବ୍ଦ ସୃଷ୍ଟି କରିପାରେ। ତାୱା ଥଣ୍ଡା ହୋଇଗଲା ପରେ ଏହା ଉପରେ ଲେମ୍ବୁ ଓ ଲୁଣ ରଗଡ଼ନ୍ତୁ। ଶାସ୍ତ୍ର ଅନୁସାରେ ସଫା ଓ ଚମକଦାର ତାୱା ଆପଣଙ୍କ ଭାଗ୍ୟକୁ ମଧ୍ୟ ଚମକାଇ ଦେଇଥାଏ।

ତାୱାକୁ ଖେଞ୍ଚିବା

ତାୱା କିମ୍ବା କଡ଼େଇକୁ କେବେ ବି କୌଣସି ତୀକ୍ଷ୍ଣ ଜିନିଷରେ ଖେଞ୍ଚନ୍ତୁ ନାହିଁ। ତାୱା କିମ୍ବା କଡ଼େଇରେ ଯଦି କୌଣସି ଜିନିଷ ଲାଗି ଯାଇଥାଏ, ତେବେ ପ୍ରଥମେ ଏହାକୁ ଗରମ ପାଣିରେ ସଫା କରିବାକୁ ଚେଷ୍ଟା କରନ୍ତୁ। ତାୱା ଓ କଡ଼େଇରେ କେବେ ବି ଖାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରର ବାସ୍ତୁ ଦୋଷ ଖରାପ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ