ତୁରନ୍ତ ଚିକିତ୍ସା ଜନ୍ମରୁ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଦିଏ ଦୀର୍ଘ ଜୀବନ


ତଥ୍ୟ ଅନୁସାରେ ସବ୍‌-ସାହାରାନ ଆଫ୍ରିକାରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ପିଲା ଏଚ୍‌ଆଇଭି ଭାଇରସ ସହିତ ଜନ୍ମ ହେଉଛନ୍ତି। ବୋତ୍ସୱାନାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଏଚ୍‌ଆଇଭିରେ ଆକ୍ରାନ୍ତ ନବଜାତ ଶିଶୁଙ୍କର ତୁରନ୍ତ ଚିକିତ୍ସା କରାଯାଏ, ତାହାଲେ ଏଚ୍‌ଆଇଭି ଭାଇରସ ସେମାନଙ୍କଠାରେ ଦୀର୍ଘ ବର୍ଷ ଯାଏ ନିଷ୍କ୍ରିୟ ହୋଇଯାଇଥାଏ। ଏହି ତଥ୍ୟ ଏନ୍‌ପିଆର୍‌ର ପିଏନ୍‌ ହୁଆଙ୍ଗ ରିପୋର୍ଟରେ କୁହାଯାଇଛି।

ବିଶେଷଜ୍ଞଙ୍କ କହିବାନୁସାରେ ଜନ୍ମ ହେବାର ତୁରନ୍ତ ପରେ ଯେଉଁ ପିଲାଙ୍କୁ ଏଚ୍‌ଆଇଭି ଟ୍ରିଟ୍‌ମେଣ୍ଟ ଦିଆଯାଏ, ସେମାନଙ୍କ ତୁଳନାରେ ଜନ୍ମ ହେବାର କିଛି ମାସ ପରେ ଏଚ୍‌ଆଇଭି ଟ୍ରିଟ୍‌ମେଣ୍ଟ ଦିଆଯାଉଥିବା ପିଲାଙ୍କଠାରେ ୨୦୦ ପ୍ରତିଶତ ଅଧିକ ଭାଇରସ ଦେଖିବାକୁ ମିଳିଥାଏ। ଏହାର ଅର୍ଥ ହେଉଛି ପିଲାଙ୍କୁ ଦିଆଯାଉଥିବା ଔଷଧ ପିଲାଙ୍କ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଭାଇରସ କବଳକୁ ଆସିବାକୁ ଦିଏ ନାହିଁ। ଏପରିସ୍ଥଳେ ଭାଇରସ ସୀମିତ ରହିଥାଏ ଓ ପିଲା ଏଡ୍‌ସ ଭଳି ରୋଗରୁ ଦୀର୍ଘ ସମୟ ଯାଏ ବଞ୍ଚାଇ ରଖାଯାଇପାରିବ।

ପିଲାଙ୍କ ଜନ୍ମ ତୁରନ୍ତ ପରେ ସେମାନଙ୍କୁ ଯେଉଁ ଡୋଜ୍‌ ଦିଆଯିବ, ତାହା ତିଆରି କରିବା ବିଶେଷଜ୍ଞଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ଏହି ଭାଇରସକୁ ରୋକିବା ଲାଗି ବ୍ୟବହାର କରାଯାଉଥିବା ଡ୍ରଗ୍ସ ବହୁତ ହେଭୀ ହୋଇଥାଏ ଓ ସାଧାରଣତଃ ନବଜାତ ଶିଶୁ ଏତେ ମାତ୍ରାରେ ହେଭୀ ଡୋଜ୍‌ ସମ୍ଭାଳି ପାରି ନ ଥାନ୍ତି। ଏଥିସହିତ ଏହି ରୋଗର ବିଶେଷଜ୍ଞଙ୍କମାନଙ୍କ ପାଇଁ ମଧ୍ୟ ଏହା ବିରୋଧରେ ଲଢ଼ିବା ଲାଗି ବୋତ୍ସୱାନା ଓ ସଂଯୁକ୍ତ ରାଜ୍ୟ ଆମେରିକା ଭଳି ଦେଶରେ ମିଳୁଥିବା ଇନ୍‌ଫ୍ରାଷ୍ଟକ୍‌ଚରର ଆବଶ୍ୟକତା ରହିଛି। ଯାହାଫଳରେ ଏଚ୍‌ଆଇଭି ଭାଇରସ ପୀଡ଼ିତ ପିଲାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ତୁରନ୍ତ ଏଚ୍‌ଆଇଭି ପ୍ରିଭେନ୍‌ସନ୍‌ ଔଷଧ ଦେବା କାମ ଦ୍ରୁତ ବେଗରେ କରିପାରିବେ।

ବୋତ୍ସୱାନାରେ ହୋଇଥିବା ଏକ ତାଜା ପରୀକ୍ଷଣର ଫଳାଫଳ ଆଧାରରେ ବିଶେଷଜ୍ଞମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଔଷଧର ପ୍ରଭାବ ସହିତ ଜଡ଼ିତ ଏହି ପରୀକ୍ଷଣ ସମୟରେ ଦୁଇ ବର୍ଷ ପୂର୍ବରୁ ଯେଉଁ ୧୦ ଜଣ ଏଚ୍‌ଆଇଭି ପଜିଟିଭ୍‌ ଶିଶୁଙ୍କୁ ସେମାନଙ୍କ ଜନ୍ମର ପ୍ରଥମ କିଛି ଘଣ୍ଟା ମଧ୍ୟରେ ତିନି ଡ୍ରଗ୍ସର କକ୍‌ଟେଲ୍‌ ଦିଆଯାଇଥିଲା। ସେହି ପିଲାଙ୍କ ଶରୀରରେ ଥିବା ଏଚ୍‌ଆଇଭି ଭାଇରସ ବହୁତ କମ୍‌ ଓ ପାଖାପାଖି ନିଷ୍କ୍ରିୟ ସ୍ଥିତିରେ ରହିଥିଲେ। ସେହିପରି ଯେଉଁ ପିଲାଙ୍କୁ ଏହି ଡୋଜ୍‌ ଦିଆଯାଇ ନ ଥିଲା, ସେମାନଙ୍କଠାରେ ଏହି ଭାଇରସ ସଂଖ୍ୟା ୨୦୦ ଗୁଣା ପର୍ଯ୍ୟନ୍ତ ଅଧିକ ହୋଇଥିଲା।

ନିଜ କଥାକୁ ଅଧିକ ସ୍ପଷ୍ଟ କରିବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁ ପିଲାଙ୍କୁ ଜନ୍ମ ହେବାର ତୁରନ୍ତ ପରେ ଏଚ୍‌ଆଇଭି ପ୍ରିଭେନ୍ସନ୍‌ ଡୋଜ୍‌ ଦିଆଯାଇଥିଲା, ଯଦିଓ ସେମାନେ ସମ୍ପୂର୍ଣ୍ଣ ଭାବେ ଭାଇରସ ମୁକ୍ତ ହୋଇ ନ ଥିଲେ, କିନ୍ତୁ ସେହି ପିଲାଙ୍କଠାରେ ଏହି ଭାଇରସ ବୃଦ୍ଧି ହେବା ହାର ବହୁତ ଧିମା ହୋଇ ଯାଇଥିଲା। ଏପରି କରିବା ଦ୍ବାରା ସେହି ପିଲାମାନେ ଦୀର୍ଘ ଓ କ୍ବାଲିଟି ଜୀବନ ବଞ୍ଚି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ