ମହାରାଷ୍ଟ୍ରର ଏସବୁ ସ୍ଥାନ ବୁଲିବାକୁ ଭୁଲନ୍ତୁ ନାହିଁ


ଭାରତର ପଶ୍ଚିମରେ ଅବସ୍ଥିତ ମହାରାଷ୍ଟ୍ର ଦେଶର ତୃତୀୟ ବଡ଼ ରାଜ୍ୟ ଅଟେ। ଏହା ପର୍ଯ୍ୟଟକଙ୍କୁ ଅନେକ ମାତ୍ରାରେ ଆକର୍ଷିତ କରେ। ଏହାର ରାଜଧାନୀ ମୁମ୍ବାଇ ଦେଶର ଆର୍ଥିକ ରାଜଧାନୀ ଭାବେ ମଧ୍ୟ ଜଣାଶୁଣା। ସେହିପରି ପୁଣେ ଭାରତର ଷଷ୍ଠ ସବୁଠାରୁ ବଡ଼ ସହର। ଏହାବ୍ୟତୀତ ଏଠାରେ ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ମହାରାଷ୍ଟ୍ରର କେତେକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।

ଅମରାବତୀ
ମହାରାଷ୍ଟ୍ରର ଉତ୍ତର ପୂର୍ବ ଦିଗରେ ଥିବା ଅମରାବତୀକୁ ଦେବତାଙ୍କ ରାଜା ଇନ୍ଦ୍ରଙ୍କ ସହର ବୋଲି କୁହାଯାଏ। ଏଠାରେ ଅନେକଗୁଡ଼ିଏ ଐତିହାସିକ ମନ୍ଦିର ଓ ଅଭୟାରଣ୍ୟ ରହିଛି। ଦେବୀ ଅମ୍ବା, ଭଗବାନ ଶ୍ରୀକୃଷ୍ଣ ଓ ଭେଙ୍କଟେଶ୍ବର ମନ୍ଦିର ପୂରା ମହାରାଷ୍ଟ୍ରରେ ପ୍ରସିଦ୍ଧ। ଏଠାରେ ଅନେକଗୁଡ଼ିଏ ହ୍ରଦ ମଧ୍ୟ ରହିଛି। ଅମରାବତୀ ଜିଲାରେ ଅବସ୍ଥିତ ଚିକଲଧାରା ଓ ଧରନୀ ତହସିଲ୍‌ରେ ଅବସ୍ଥିତ ଟାଇଗର ରିଜର୍ଭ ୧୫୯୭ ବର୍ଗ କିମି ପର୍ଯ୍ୟନ୍ତ ବ୍ୟାପିଛି। 

ନାସିକ

ନାସିକକୁ ନାସହିକ ନାମରେ ମଧ୍ୟ ଜଣାଯାଏ। ନାସିକ ମହାରାଷ୍ଟ୍ରର ଉତ୍ତର ପଶ୍ଚିମରେ ଅବସ୍ଥିତ। ଏହି ସହର ମୁଖ୍ୟ ରୂପରେ ହିନ୍ଦୁ ତୀର୍ଥ ଯାତ୍ରୀଙ୍କ ପ୍ରମୁଖ କେନ୍ଦ୍ର ଅଟେ। ନାସିକରେ ହେଉଥିବା କୁମ୍ଭମେଳା ସହରର ଆକର୍ଷଣର ସବୁଠାରୁ ବଡ଼ କେନ୍ଦ୍ର। ଏଠାରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଅନ୍ୟତମ ତ୍ରୟମ୍ବକେଶ୍ବର ମନ୍ଦିର ମଧ୍ୟ ରହିଛି।

ପୁଣେ
ପୁଣେକୁ ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ଓ ‘କ୍ବୀନ୍‌ ଅଫ୍‌ ଦ ଡେକାନ’ ନାମରେ ମଧ୍ୟ ଜଣାଯାଏ। ପୁଣେରେ ଶନିୱାର ୱାଡା ମହଲ ରହିଛି, ଯାହା ପେଶୱାଙ୍କ ନିବାସ ସ୍ଥାନ ଅଟେ। ଏହି ମହଲର ମୂଳଦୂଆ ବାଜିରାଓ ପ୍ରଥମ ୧୭୩୦ରେ ପକାଇଥିଲେ। ଏଠାରେ ଆଗା ଖାନ ମହଲ ମଧ୍ୟ ରହିଛି, ଯାହାର ନିର୍ମାଣ ୧୮୯୨ରେ ଇମାମ ସୁଲ୍‌ତାନ ମୋହମ୍ମଦ ଶାହ ଆଗା ଖାନ ତୃତୀୟ କରିଥିଲେ। ୧୯୬୯ରେ ଆଗା ଖାନ ଚତୁର୍ଥ ଏହାକୁ ଭାରତ ସରକାରଙ୍କୁ ସମର୍ପି ଦେଇଥିଲେ।

ମୁମ୍ବାଇ
ମୁମ୍ବାଇ ପ୍ରଥମେ ବମ୍ବେ ନାମରେ ଜଣାଶୁଣା ଥିଲା। ଭାରତର ୪ ପ୍ରମୁଖ ମହାନଗର ମଧ୍ୟରେ ଗୋଟିଏ ହେବା ସହିତ ଏହା ମହାରାଷ୍ଟ୍ରର ରାଜଧାନୀ ମଧ୍ୟ ଅଟେ। ଏହାକୁ ଭାରତର ଆର୍ଥିକ ରାଜଧାନୀ ବୋଲି ମଧ୍ୟ କୁହାଯାଏ। ଏହା ଦେଶର ପ୍ରମୁଖ ଆର୍ଥିକ ଓ କମ୍ୟୁନିକେସନ୍‌ ସେଣ୍ଟର। ଏଠାରେ ଗେଟ୍‌ୱେ ଅଫ୍‌ ଇଣ୍ଡିଆ, ହାଜି ଅଲୀ ଦରଘା, ଜୁହୁ ବିଚ୍‌, ଯୋଗେଶ୍ବରୀ ଗୁମ୍ଫା, ହ୍ୟାଙ୍ଗିଙ୍ଗ ଗାର୍ଡେନ୍‌, ସିଦ୍ଧି ବିନାୟକ ମନ୍ଦିର, ମେରାଇନ୍‌ ଡ୍ରାଇଭ୍‌ ନିହାତି ଭାବେ ବୁଲିବାକୁ ଯାଆନ୍ତୁ।

ରତ୍ନଗିରି
ସମୁଦ୍ରରେ ଘେରା ରତ୍ନଗିରି ସ୍ବାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଳକଙ୍କ ଜନ୍ମସ୍ଥାନ ଅଟେ। ଏହା ମହାରାଷ୍ଟ୍ର ରାଜ୍ୟର ଦକ୍ଷିଣ-ପଶ୍ଚିମ ଭାଗରେ ଆରବ ସାଗର ତଟରେ ଅବସ୍ଥିତ। ଏହା କୋଙ୍କଣ କ୍ଷେତ୍ରର ଗୋଟିଏ ଭାଗ ଅଟେ। ଏଠାରେ ବହୁତ ଲମ୍ବା ବେଳାଭୂମି ରହିଛି। ଏଠାରେ ଅନେକ ଗୁଡ଼ିଏ ବନ୍ଦର ମଧ୍ୟ ରହିଛି। ରତ୍ନଗିରିରେ ଦୁଇଟି ବିଶାଳ ବୌଦ୍ଧ ମଠ ବ୍ୟତୀତ ୬ଟି ମନ୍ଦିର, ୧ ହଜାରରୁ ଊର୍ଦ୍ଧ୍ବ ଛୋଟ ସ୍ତୁପ ରହିଛି। ରତ୍ନଗିରି ଦୁର୍ଗ ମଧ୍ୟ ଏକ ବଡ଼ ଆକର୍ଷଣର କେନ୍ଦ୍ର ଅଟେ।

ଖଣ୍ଡାଲା

ଖଣ୍ଡାଲା ହିଲ୍‌ଷ୍ଟେସନ୍‌ ମୁମ୍ବାଇର ଦକ୍ଷିଣ ପୂର୍ବରେ ପାଖାପାଖି ୧୦୦ କିମି ଦୂରରେ ଓ ପୁଣେଠାରୁ ୭୦ କିମି ଦୂରରେ ଅବସ୍ଥିତ। ଏହା ଲୋନାଭାଲାଠାରୁ ୫ କିମି ଦୂରରେ ଅବସ୍ଥିତ। ଖଣ୍ଡାଲା ଉପତ୍ୟକାରେ ଅମୃତାଞ୍ଜନ ପଏଣ୍ଟ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ କେନ୍ଦ୍ର ଅଟେ। ଏହାର ସବୁଜିମା, ସୁନ୍ଦର ଉପତ୍ୟକା, ଡ୍ୟୁକ୍‌ ନୋଜ୍‌ ଆପଣଙ୍କ ମନ ମୋହି ନେବ।

ଔରଙ୍ଗାବାଦ
ଔରଙ୍ଗାବାଦ ବିଶ୍ବରେ ଅଜନ୍ତା ଏଲୋରା ଭଳି ପ୍ରସିଦ୍ଧ ବୌଦ୍ଧ ଗୁମ୍ଫା ପାଇଁ ଜଣାଯାଏ। ଏହି ଗୁମ୍ଫାକୁ ବିଶ୍ବ ଐତିହ୍ୟରେ ସାମିଲ୍‌ କରାଯାଇଛି। ଏଠାରେ ଔରଙ୍ଗଜେବ ତାଙ୍କ ଜୀବନର ସବୁଠାରୁ ଅଧିକ ସମୟ ବିତାଇବା ସହିତ ଏହିଠାରେ ହିଁ ମୃତ୍ୟୁବରଣ କରିଥିଲେ।

ମହାବଳେଶ୍ବର
ଏହା ମହାରାଷ୍ଟ୍ରର ସତାରା ଜିଲାରେ ଅବସ୍ଥିତ। ମହାବଳେଶ୍ବର ହିଲ୍‌ ଷ୍ଟେସନ୍‌ ୱେଷ୍ଟର୍ଣ୍ଣ ଘାଟ ରେଞ୍ଜରେ ଅବସ୍ଥିତ। ଏଠାରେ କ୍ରିଷ୍ଣା ବାଇ ମନ୍ଦିର, ୩ ମଙ୍କି ପଏଣ୍ଟ, ଭେନ୍ନା ହ୍ରଦ, ଲିଙ୍ଗମାଳା ୱାଟରଫଲ୍‌, କାଟେସ୍‌ ପଏଣ୍ଟ, ୱିଲ୍‌ସନ୍‌ ପଏଣ୍ଟ ଓ ନିକଟସ୍ଥ ପ୍ରତାପଗଡ଼ ଦୁର୍ଗ ବୁଲି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ