ଭୂମି ଓ ଅନନ୍ୟାଙ୍କ ହଟ୍‌କେ ଅନ୍ଦାଜ: ପ୍ୟାଣ୍ଟସୁଟ୍‌ ସହିତ ବ୍ରାଲେଟ୍‌ ଟପ୍‌ସରେ ଆସିଲେ ନଜର


ଭୂମି ଓ ଅନନ୍ୟାଙ୍କ ହଟ୍‌କେ ଅନ୍ଦାଜ: ପ୍ୟାଣ୍ଟସୁଟ୍‌ ସହିତ ବ୍ରାଲେଟ୍‌ ଟପ୍‌ସରେ ଆସିଲେ ନଜର
ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦନେକର ଓ ଅନନ୍ୟା ପାଣ୍ଡେ ଏବେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ କାର୍ତ୍ତିକ ଆର୍ୟନଙ୍କ ସହ ସେମାନଙ୍କ ଆଗାମୀ ସିନେମା ‘ପତି ପତ୍ନୀ ଔର ୱ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭୂମି ଓ ଅନନ୍ୟା ଉଭୟ ନିଜର ପ୍ରତ୍ୟେକ ଆପିୟରାନ୍ସ ସମୟରେ ଫ୍ୟାଶନ୍‌ ଓ ଷ୍ଟାଇଲ୍‌ ମାମଲାରେ ପଛରେ ରହିବାକୁ ଚାହୁ ନାହାନ୍ତି। ଭୂମି କେତେବେଳେ ସେକ୍ସି ଶାଢ଼ିରେ ଦେଖିବାକୁ ମିଳୁଛନ୍ତି ତ ଆଉ କେତେବେଳେ ଶର୍ଟ ଡ୍ରେସ୍‌ରେ। ସେହିପରି ଅନନ୍ୟା ମଧ୍ୟ ଫିଲ୍ମ ପ୍ରମୋସନ ସମୟରେ ବେଷ୍ଟ ଲୁକ୍‌ରେ ନଜର ଆସୁଛନ୍ତି।

ଏହି ସମୟରେ ଅନନ୍ୟା ଓ ଭୂମିଙ୍କ ଏକା ଭଳି ଲୁକ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉଭୟଙ୍କୁ ପ୍ୟାଣ୍ଟସୁଟ୍‌ ସହିତ ବ୍ରାଲେଟ୍‌ ଟପ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ‘ପତି ପତ୍ନୀ ଔର ୱ’ ସିନେମାର ପ୍ରମୋସନ ସମୟରେ ଉଭୟ ଭୂମି ଓ ଅନନ୍ୟା ପ୍ୟାଣ୍ଟସୁଟ୍‌ ଲୁକ୍‌ରେ ନଜର ଆସିଥିଲେ। ଭୂମି ଓ ଅନନ୍ୟା ପ୍ୟାଣ୍ଟସୁଟ୍‌ରେ ଶାର୍ଟ ବଦଳରେ ବ୍ରା ସହିତ ନଜର ଆସିଥିଲେ। ଯାହାକୁ ବ୍ରାଲେଟ୍‌ ଟପ୍‌ ବୋଲି ମଧ୍ୟ କୁହାଯାଏ।

ଏହି ସମୟରେ ଅନନ୍ୟା ପାଣ୍ଡେ ଅଲ୍‌ ବ୍ଲାକ୍‌ ଲୁକ୍‌ରେ ବହୁତ ସେକ୍ସି ଦେଖାଯାଉଥିଲେ। ଅନନ୍ୟା ବ୍ଲାକ୍‌ ରଙ୍ଗର ବିଡେଡ୍‌ ପ୍ୟାଣ୍ଟସୁଟ୍‌ ପିନ୍ଧିଥିଲେ। ଏହାକୁ ସେ ଶାର୍ଟ ବଦଳରେ କଳା ରଙ୍ଗର ବ୍ରାଲେଟ୍‌ ଟପ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏହା ସହିତ ଅନନ୍ୟା ସିଲ୍ଭର ରଙ୍ଗର ଷ୍ଟ୍ରେପି ହାଇ ହିଲ୍ସ ପିନ୍ଧିବା ସାଙ୍ଗକୁ କେଶ ଖୋଲା ରଖିଥିଲେ। ସେହିପରି ଭୂମି ବ୍ଲାକ୍‌ ରଙ୍ଗର ପ୍ୟାଣ୍ଟସୁଟ୍‌ ପିନ୍ଧିଥିଲେ। କିନ୍ତୁ ତାଙ୍କ ପ୍ୟାଣ୍ଟସୁଟ୍‌ ପ୍ରିଣ୍ଟେଡ ହେବା ସହିତ ଅଲଗା ପ୍ରକାରର ବ୍ଲାକ୍‌ ରଙ୍ଗ ଥିଲା। ଭୂମି ଏହି ପ୍ୟାଣ୍ଟସୁଟ୍‌ ସହିତ ଶାର୍ଟ ବଦଳରେ ବ୍ଲାକ୍‌ ରଙ୍ଗର ଲେସ୍‌ଯୁକ୍ତ ବ୍ରାଲେଟ୍‌ ଟପ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏଥିସହିତ ଭୂମି ବ୍ଲାକ୍‌ କଲରର ମ୍ୟାଚିଂ ହିଲ୍ସ ପିନ୍ଧିବା ସହିତ କେଶ ଖୋଲା ରଖିଥିଲେ। ଭୂମି ଏହି ଲୁକ୍‌ରେ ହଟ୍‌ ଏଣ୍ଡ ସେକ୍ସି ଦେଖାଯାଉଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ