ଡେଙ୍ଗୁ ପ୍ରକୋପରୁ ରକ୍ଷା କରିବ ଏହି ବ୍ୟାକ୍ଟେରିଆ


ଭାରତ ସହିତ ସାରା ବିଶ୍ବର ଲୋକଙ୍କ ପାଇଁ ଖୁସି ଖବର। ମଶା ପାଇଁ ବ୍ୟାପୁଥିବା ରୋଗ ଡେଙ୍ଗୁ ପାଇଁ ଚିନ୍ତିତ ଥିବା ଲୋକଙ୍କ ସମସ୍ୟାର ସମାଧାନ ମିଳିଥିବା ଜଣାପଡ଼ିଛି। ମେଲବର୍ଣ୍ଣ, ଗ୍ଲାସଗୋ ୟୁନିଭର୍ସିଟିଜ୍‌ର ଗବେଷକମାନେ କିଛି ଦିନ ତଳେ ଏଭଳି ଏକ ଟେକ୍ନୋଲୋଜି ବିକାଶ କରିଛନ୍ତି, ଯାହା ମଶାକୁ ମାରିବା ବିନା ତା ଭିତରେ ଥିବା ଡେଙ୍ଗୁ ଭାଇରସକୁ ବ୍ୟାପିବାକୁ ଦେଇ ନ ଥାଏ। କେବଳ ସେତିକି ନୁହେଁ, ଏହା ଜିକା ଭାଇରସ ଉପରେ ମଧ୍ୟ ଏହା କିଛି ମାତ୍ରାରେ ପ୍ରଭାବୀ ହୋଇପାରେ ବୋଲି ଜଣାପଡ଼ିଛି।

ଗବେଷକମାନେ କହିଛନ୍ତି ଯେ ସାରା ବିଶ୍ବରେ ଏବେ ଡେଙ୍ଗୁ ମାଡ଼ି ଚାଲିଛି। ଏହାକୁ ରୋକିବା ଲାଗି ଏବେ ଓଲ୍‌ବଚିଆ ଭାଇରସର ସନ୍ଧାନ ପାଇଛନ୍ତି ଗବେଷକ। ଏହା ଡେଙ୍ଗୁ ଭଳି ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ଏକ ହ୍ୟୁମାନ୍‌ ଫ୍ରେଣ୍ଡଲି ବ୍ୟାକ୍ଟେରିଆ। ଓଲ୍‌ବଚିଆର ଷ୍ଟ୍ରେନ୍‌କୁ ଉପଯୋଗ କରି ମଶାର ଡେଙ୍ଗୁ ଭାଇରସକୁ ବ୍ୟାପିବାରୁ ରୋକାଯାଇପାରିବ। ଏହାଦ୍ବାରା ମଣିଷ ଶରୀରକୁ ଡେଙ୍ଗୁ ଭଳି ଘାତକ ରୋଗକୁ ମଧ୍ୟ ପ୍ରବେଶ କରିବାକୁ ଦିଏନାହିଁ।

ସୂଚନାଯୋଗ୍ୟ ଯେ ଓଲ୍‌ବଚିଆ ବ୍ୟାକ୍ଟେରିଆ ମଶା ଭିତରେ ଥିବା ଡେଙ୍ଗୁ ଭାଇରସ ବ୍ୟାପିବାରେ ସାହାଯ୍ୟ କରୁଥିବା ଭାଇରସକୁ ନଷ୍ଟ କରିଦିଏ। ଏହି ଗବେଷଣାର ଫଳାଫଳ କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ହୋଇଥିଲା। ଯଦିଓ ଗତ ୫୦ ବର୍ଷ ମଧ୍ୟରେ ମଶା ପାଇଁ ବ୍ୟାପୁଥିବା ରୋଗ ସହିତ ଲଢ଼ିବା ଲାଗି ଶତାଧିକ ଟେକ୍ନୋଲୋଜି ଭିନ୍ନ ଭିନ୍ନ ଦେଶ ଦ୍ବାରା ବିକଶିତ କରାଯାଇଛି। କିନ୍ତୁ ଡେଙ୍ଗୁ ସହିତ ଲଢ଼ିବା ଲାଗି ଏହି ଟେକ୍ନୋଲୋଜି ସାହାଯ୍ୟ କରିପାରେ ବୋଲି ଆଶା କରାଯାଉଛି।

ଗବେଷକଙ୍କ ଅନୁସାରେ ଗବେଷଣା ସମୟରେ ଏହି ଟେକ୍ନୋଲୋଜି ଯେଉଁ ସବୁ ସ୍ଥାନରେ ଟ୍ରାଏଲ କରାଯାଇଛି, ସେ ସବୁ ସ୍ଥାନରେ ୭୦ ପ୍ରତିଶତରୁ ଅଧିକ ସଫଳତା ମିଳିଛି। ଓଲ୍‌ବଚିଆ ବ୍ୟାକ୍ଟେରିଆ ମଶା ଭିତରେ ଥିବା ସେହି ଭାଇରସ ଫ୍ରେଣ୍ଡଲି ରିସୋର୍ସେସର ବ୍ୟବହାର କରିଥାଏ, ଯାହା ଡେଙ୍ଗୁ ଭାଇରସକୁ ସୃଷ୍ଟି କରିବାରେ ଆବଶ୍ୟକ ହୋଇଥାଏ। ଏହି ଟେକ୍ନୋଲୋଜି ବ୍ୟବହାର କରିବା ଦ୍ବାରା ମଶା ଭିତରେ ଥିବା ଡେଙ୍ଗୁ ଭାଇରସ ସୃଷ୍ଟି କରିବା ଲାଗି ସୁଯୋଗ ମିଳି ନ ଥାଏ। ଗବେଷକମାନେ ଯେତେବେଳେ ମଶା ଡିମ୍ବରେ ଓଲ୍‌ବଚିଆ ଭାଇରସ ଇଞ୍ଜେକ୍ଟ କରିଥିଲେ ଓ ଏଥିରୁ ଯେଉଁ ମଶା ଜନ୍ମ ହୋଇଥିଲେ, ତାହାକୁ ବାହାର ଦୁନିଆରେ ଛାଡ଼ିବା ପରେ ସେହି ଏରିଆରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାରେ ୪୦ ପ୍ରତିଶତ କମ୍‌ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଅଲଗା ଅଲଗା ରିପୋର୍ଟ ଆଧାରରେ ଏକାଠି କରାଯାଇଥିବା ତଥ୍ୟ ଅନୁସାରେ ପ୍ରତ୍ୟେକ ବର୍ଷ ସାରା ବିଶ୍ବରେ ପାଖାପାଖି ୨୫ ହଜାର ଲୋକ ଡେଙ୍ଗୁ କାରଣରୁ ଅସମୟରେ ମୃତ୍ୟୁ ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ