କୋହଲି ସ୍ମିଥ୍‌ଙ୍କ ନିକଟତର: ଟେଷ୍ଟରେ ଟପ୍‌-୫ ବ୍ୟାଟିଂ ମାନ୍ୟତାରେ ୩ ଭାରତୀୟ


ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିବା ଭାରତୀୟ ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଟପ୍‌ ଟେନ୍‌ ବ୍ୟାଟିଂ ମାନ୍ୟାତରେ ସ୍ଥାନ ପାଇଛନ୍ତି। ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରି ପୁଣି ଥରେ ଶୀର୍ଷ ମାନ୍ୟତାକୁ ଫେରିବା ନେଇ ସମ୍ଭାବନା ଉଚ୍ଚ୍ବଳ କରିଛନ୍ତି। ମାନ୍ୟତାର ନମ୍ବର ୱାନ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ୨୫ ପଏଣ୍ଟ ବ୍ୟବଧାନରେ ଆଗୁଆ ଥିଲାବେଳେ ଏବେ ଏହା ମାତ୍ର ୩ ପଏଣ୍ଟ ବ୍ୟବଧାନକୁ କମି ଆସିଛି। ତେଣୁ କୋହଲି ପୁଣି ଥରେ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷକୁ ଉନ୍ନୀତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।

ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟରେ ସ୍ଥିର ପ୍ରଦର୍ଶନ କରି ଚାଲିଥିବା ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ମାନ୍ୟତାର ଟପ୍‌-୫ ଭିତରେ ସ୍ଥାନ ପାଇଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଦ୍ବିଶତକ ହାସଲ କରିଥିବା ଓପ୍‌ନର ମୟଙ୍କ ଅଗ୍ରୱାଲ ବ୍ୟାଟିଂ ମାନ୍ୟତାର ଦଶମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବୋଲିଂ ଡିପାର୍ଟମେଣ୍ଟରେ ମ୍ୟାଚ୍‌ ଖେଳୁ ନ ଥିବା ଜସପ୍ରୀତ ବୁମ୍‌ରା ମାନ୍ୟତାର ୪ର୍ଥ ସ୍ଥାନକୁ ଖସିଥିଲେ ବି ଶୀର୍ଷ ଭାରତୀୟ ବୋଲର ଭାବେ ଆଗରେ ରହିଛନ୍ତି। ଈଶାନ୍ତ ଶର୍ମା ୧୭ତମ ସ୍ଥାନରେ ରହିଥିଲା ବେଳେ ଉମେଶ ଯାଦବ ୨୧ତମ ସ୍ଥାନରେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ