ଦ ମେଡିସିନ୍ସ କୋ.କୁ ୯.୭ ବିଲିୟନ୍‌ ଡଲାର୍‌ରେ କିଣିବ ନୋଭାର୍ଟିସ୍‌


ସ୍ବିଜରଲାଣ୍ଡ୍‌ ଭିତ୍ତିକ ହେଲ୍‌ଥକେୟାର୍‌ କମ୍ପାନୀ ନୋଭାର୍ଟିସ୍‌ ଏଜି ଆମେରିକାର ପ୍ରମୁଖ ବାୟୋଟେକ୍‌ନୋଲୋଜି କମ୍ପାନୀ ଦ ମେଡିସିନ୍ସ କୋ.ର ଅଧିଗ୍ରହଣ କରିବ। ଏ ବାବଦରେ ନୋଭାର୍ଟିସ୍‌କୁ ୯.୭ ବିଲିୟନ୍‌ ଡଲାର୍‌ ଅର୍ଥ ପଇଠ କରିବାକୁ ପଡ଼ିବ। ରବିବାର ଏ ନେଇ ନୋଭାର୍ଟିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ହୃଦ୍‌ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଦିଗରେ ନିଜର କ୍ଷେତ୍ରକୁ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଥିବାରୁ ଆମେରିକୀୟ କମ୍ପାନୀକୁ ଅଧିଗ୍ରହଣ କରିଥିବା କହିଛି। ଏହି ଅଧିଗ୍ରହଣ ଫଳରେ ନୋଭାର୍ଟିସ୍‌ ଏହାର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ଆମ୍‌ଗେନ୍‌ ଇଙ୍କ୍‌ର ରେପାଥା ଓ ସାନୋଫିସ୍‌ ଓ ରେଗିନେରୋନ୍‌ ଫାମାସ୍ୟୁଟିକାଲ୍ସ ଇଙ୍କ୍‌ ପ୍ରାଲୁଣ୍ଟ୍‌ ଆଦିକୁ ଚ୍ୟାଲେଞ୍ଜ୍‌ ଦେଇପାରିବ ବୋଲି ଆଶା କରିଛି।

ଉଭୟ କମ୍ପାନୀର ବୋର୍ଡ ଏହି ଡିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଦ ମେଡିସିନ୍ସ କୋ. ନ୍ୟୁଜର୍ସିଭିତ୍ତିକ କମ୍ପାନୀ ହୋଇଥିବା ବେଳେ ଏହା ହୃଦ୍‌ରୋଗୀଙ୍କ ସକାଶେ କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ ଔଷଧ ପ୍ରସ୍ତୁତ କରିଥାଏ। ଏହା ନୋଭାର୍ଟିସ୍‌ର ହୃଦ୍‌ରୋଗ ପାଇଁ ଉଦ୍ଦିଷ୍ଟ ଏଣ୍ଟ୍ରେଷ୍ଟୋର ବିକ୍ରିକୁ ଅଧିକ ବ୍ୟାପକ କରିପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ ଏହି ଔଷଧରୁ କମ୍ପାନୀ ବାର୍ଷିକ ୧ ବିଲିୟନ୍‌ର ରାଜସ୍ବ ପାଇପାରୁଛି। ସୂଚନାଯୋଗ୍ୟ ଯେ ଏହି କମ୍ପାନୀ ପୂର୍ବରୁ ୨୦୧୮ରେ ଜେନେ ଥେରାପି ସ୍ପେଶାଲିଷ୍ଟ୍‌ ଆଭେଜିସ୍‌ର ଖରିଦାରୀ ୮.୭ ବିଲିୟନ୍‌ ଡଲାର୍‌ରେ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ