ପ୍ରକୃତି କୋଳରେ କର୍ଣ୍ଣାଟକ, ଲୁଟନ୍ତୁ ମଜା


ଶୀତ ଋତୁରେ ବୁଲିବାର ମଜା କିଛି ଅଲଗା ପ୍ରକାରର। ଏପରିସ୍ଥଳେ ଯଦି ପ୍ରକୃତିର ନିକଟତର ହେବାକୁ ସୁଯୋଗ ମିଳେ, ତେବେ ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ। ଋତୁ ବଦଳିବା ସାଙ୍ଗକୁ ପ୍ରକୃତିର ମନମୋହକ ସୌନ୍ଦର୍ଯ୍ୟ ଏକ ଭିନ୍ନ ଅନୁଭୂତି ଆଣି ଦେଇଥାଏ। ଏହି କ୍ରମରେ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କର୍ଣ୍ଣାଟକର ବିଭିନ୍ନ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯେଉଁଠିକୁ ଥରେ ଗଲେ ଆଉ ଫେରିବାକୁ ଇଚ୍ଛା ହୁଏନି।

କୁର୍ଗ
କୁର୍ଗରେ ଆପଣ ଚା’, କଫି ଓ ମସଲା ଗଛ ଦେଖିବାକୁ ମିଳିଥାଏ। କୁର୍ଗକୁ ଏହାର ସୌନ୍ଦର୍ଯ୍ୟ ପାଇଁ ଭାରତର ସ୍କଟଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ। କୁର୍ଗରେ ଆପଣ ଅବ୍‌ବି ଜଳପ୍ରପାତ, ମଣ୍ଡାଳପତ୍ତି ଓ ରାଜାଙ୍କ ସିଟ୍‌ ଭଳି ସୁନ୍ଦର ସ୍ଥାନ ଦେଖିବାକୁ ପାଇବେ।

ବାଦାମୀ ଗୁମ୍ଫା

କର୍ଣ୍ଣାଟକ ରାଜ୍ୟର ବଗଲାକୋଟ୍‌ ଜିଲା ଅନ୍ତର୍ଗତ ବାଦମୀ ସହରରେ ଅବସ୍ଥିତ ବାଦାମୀ ଗୁମ୍ଫା ବିଶ୍ବର ପ୍ରସିଦ୍ଧ ଗୁମ୍ଫା ମଧ୍ୟରେ ଅନ୍ୟତମ। ଏହି ଗୁମ୍ଫା ବ୍ୟତୀତ ଏଠାରେ ଅନେକ ଗୁଡ଼ିଏ ପ୍ରସିଦ୍ଧ ଐତିହାସିକ ସ୍ଥଳୀ ରହିଛି। ଏଠାରେ ଆପଣ ଶହ ଶହ ବର୍ଷର ପୁରୁଣା ଐତିହ୍ୟ, ଗୁମ୍ଫା, ମନ୍ଦିର ଓ ମହଲ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପାଖରୁ ଦେଖିପାରିବେ।

ଜୋଗ ଜଳପ୍ରପାତ
କର୍ଣ୍ଣାଟକ ସୀମାରେ ଅବସ୍ଥିତ ଶରାବତୀ ନଦୀର ଉପର ଅଞ୍ଚଳରେ ଥିବା ପର୍ବତମାଳାରୁ ଝରୁଛି ଜୋଗ ଜଳପ୍ରପାତ। ଏହି ଜଳପ୍ରପାତର ପାଣି ୪ଟି ନଦୀରେ ମିଶିଥାଏ। ୨୫୦ ମିଟର ଉଚ୍ଚରୁ ଝରୁଥିବା ଏହି ଜଳପ୍ରପାତର ପାଣିର ଦୃଶ୍ୟ ଦେଖିବାକୁ ବହୁତ ସୁନ୍ଦର।

ହମ୍ପି ମନ୍ଦିର
ହମ୍ପି ଯଦିଓ ଏବେ ଧ୍ବସ୍ତ ବିଧ୍ବସ୍ତ ହୋଇଗଲାଣି, କିନ୍ତୁ ଏହାସତ୍ତ୍ବେ ମଧ୍ୟ ଏହି ସ୍ଥାନ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀ ମଧ୍ୟରେ ସାମିଲ୍‌। ଏହାର କାରଣ ହମ୍ପିର ଗୋଲ ଚଟାଣ ଓ ପାହାଡ଼ ଉପରେ ନିର୍ମାଣ ହୋଇଥିବା ମନ୍ଦିର, ବଡ ବଡ଼ ଚଉତରା, ପାଣିର ଉତ୍ସ ଓ କର୍ଣ୍ଣାଟକର ଖାସ୍‌ ହମ୍ପି ଉତ୍ସବ।

ମାଙ୍ଗାଲୋରର ଖାଦ୍ୟ
ସେହିପରି କର୍ଣ୍ଣାଟକର ମାଙ୍ଗାଲୋର ସହରର ଖାଦ୍ୟ ମଧ୍ୟ ବହୁତ ଲୋକପ୍ରିୟ। ଏଠାର ଖାଦ୍ୟ ବିଶେଷକରି ନଡ଼ିଆ ପକାଇ ତିଆରି କରାଯାଏ। ଏଠାର ବିଶେଷତ୍ବ ହେଉଛି କୋରି ରୁଟି, ନୀର ଦୋସା। କର୍ଣ୍ଣାଟକ ଯାଉଥିଲେ ଏଠାର ସ୍ବତନ୍ତ୍ର ବ୍ୟଞ୍ଜନର ମଜା ନିହାତି ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ