ଫ୍ୟାଶନ
ଜାଣନ୍ତୁ ସ୍ଲିଭ୍ସ୍ ଫୋଲ୍ଡ କରିବାର ଉପଯୁକ୍ତ ଶୈଳୀ

ପୁଅମାନେ ଶାର୍ଟର ସ୍ଲିଭ୍ସ ମୋଡ଼ି କରି ପିନ୍ଧିବା ଏକ ସାଧାରଣ କଥା। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଆଉଟ୍ଫିଟ୍ର ଲୁକ୍ ଆପଣଙ୍କ ଇମେଜ୍ ଉପରେ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ। ଯଦି ଆପଣ ଶାର୍ଟର ସ୍ଲିଭସ୍କୁ ଫୋଲ୍ଡ କରୁଛନ୍ତି, ତେବେ ଏଥିପ୍ରତି ଧ୍ୟାନ ଦିଅନ୍ତୁ।
ଫୋଲ୍ଡେଡ୍ ସ୍ଲିଭ୍ସ ଦିଏ କାଜୁଆଲ ଲୁକ୍
ଫର୍ମାଲ ଆଉଟ୍ଫିଟ୍ର ଫୁଲ୍ ସ୍ଲିଭ୍ସ ଶାର୍ଟକୁ ଫୋଲ୍ଡ କରି ପିନ୍ଧାଗଲେ ଏହା ଫର୍ମାଲ ବଦଳରେ କାଜୁଆଲ ଲୁକ୍ ଦେଇଥାଏ। ଏଥିରେ ଆପଣଙ୍କ ବାହୁ ମଧ୍ୟ ଆକର୍ଷକ ଦେଖାଯାଏ। ସ୍ଲିଭସ୍ ଫୋଲ୍ଡ କରିବାର ବିଭିନ୍ନ ପ୍ରକାର ଶୈଳୀ ରହିଛି। ତେଣୁ ଆପଣଙ୍କ ଉପରେ କେଉଁ ଶୈଳୀ ସୁଟ୍ କରିବ, ତାହା ଜାଣିବା ଲାଗି ସବୁ କିଛି ଟ୍ରାଏ କରିବା ଉଚିତ।
ଏମିତି ବଦଳିବ ଷ୍ଟାଇଲ୍
ଶାର୍ଟକୁ କହୁଣୀ ଉପରକୁ କିମ୍ବା କହୁଣୀ ତଳକୁ ଫୋଲ୍ଡ କରିବେ, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ କିଛି କାମ କରିବାକୁ ଯାଉଛନ୍ତି, ତେବେ ଏହାକୁ କହୁଣୀ ଉପର ପର୍ଯ୍ୟନ୍ତ ମୋଡ଼ି ପାରିବେ। ଯଦି ରିଲାକ୍ସେସନ୍ ମୁଡ୍ରେ ଅଛନ୍ତି, ତେବେ କହୁଣୀ ତଳକୁ ସ୍ଲିଭସ୍ ଫୋଲ୍ଡ କରି ରଖନ୍ତୁ। ଏହା ଅଧିକ ଷ୍ଟାଇଲିଶ୍ ଦେଖାଯିବ। ତେବେ ଆପଣଙ୍କ ବାହୁ ଦେଖାଯିବା ଭଳି ମଧ୍ୟ ସ୍ଲିଭସ୍କୁ ଫୋଲ୍ଡ କରିପାରିବେ।
କ୍ଲିନ୍ ଲୁକ୍
କ୍ଲିନ୍ ଲୁକ୍ ପାଇବା ପାଇଁ ଉଭୟ ପାର୍ଶ୍ବର ସ୍ଲିଭ୍ସକୁ ବରାବର ଭାବେ ଅଳ୍ପ ମୋଡ଼ନ୍ତୁ। ତେବେ ଆପଣଙ୍କ ସ୍ଲିଭ୍ସ୍ କେତେ ଲମ୍ବା ରଖିବେ, ତାହା ଆପଣଙ୍କୁ ନିଜେ ଦେଖିବାକୁ ପଡ଼ିବ।
ଟାଇ ପିନ୍ଧିବାକୁ ଚାହୁଥିଲେ ଧ୍ୟାନ ରଖନ୍ତୁ
ଷ୍ଟାଇଲ୍ ସମ୍ପର୍କରେ କଥା ହେବାବେଳେ ଫୋଲ୍ଡିଙ୍ଗ ସ୍ଲିଭ୍ ଓ ଟାଇ ଏକା ସହିତ ପିନ୍ଧା ଯାଇପାରିବ ନାହିଁ ବୋଲି କୁହାଯାଏ। କାରଣ ଉଭୟ କଣ୍ଟ୍ରାଷ୍ଟିଙ୍ଗ ଷ୍ଟାଇଲ୍ ଅଟେ। ଗୋଟିଏ କାଜୁଆଲ ଥିବାବେଳେ ଅନ୍ୟଟି ଫର୍ମାଲ ଲୁକ୍ ଦେଇଥାଏ। ଏହାପରେ ମଧ୍ୟ ଏପରି କରିବାକୁ ଚାହୁଥିଲେ, ଟାଇ ହାଲୁକା ଢିଲା ରଖନ୍ତୁ।
ଏକ୍ସପେରିମେଣ୍ଟ କରିପାରିବେ
ସୁଟ୍ ଏବଂ ସ୍ପୋର୍ଟସ୍ ଜ୍ୟାକେଟ୍କୁ ସାଧାରଣତଃ ଫୋଲ୍ଡ କରାଯାଇ ନ ଥାଏ।କିନ୍ତୁ ଆଜିକାଲି ସବୁକିଛି ଲୁକ୍ ଉପରେ ନିର୍ଭର କରୁଛି। ଫର୍ମାଲ ସୁଟ୍ର ସ୍ଲିଭସ୍କୁ କେବେ ବି ଫୋଲ୍ଡ କରିବା ଉଚିତ ନୁହେଁ। କିନ୍ତୁ ଟି’ ଶାର୍ଟ ସହିତ ଏହାକୁ ଏକ୍ସପେରିମେଣ୍ଟ କରିପାରିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ