ଏବେ ଅନ୍ଧାଧୁନରେ ଲାଗିବ ଜାପାନୀ ତଡ଼କା


ବଲିଉଡ୍‌ରେ ବ୍ୟାକ୍‌ ଟୁ ବ୍ୟାକ୍‌ ସୁପରହିଟ୍‌ ସିନେମା ଦେଇଚାଲିଥିବା ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ନିଜ ଫିଲ୍ମ ‘ବାଲା’କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଆୟୁଷ୍ମାନଙ୍କୁ ଜାତୀୟ ପୁରସ୍କାର ପର୍ଯ୍ୟନ୍ତ ପହଞ୍ଚାଇଥିବା ଓ ଭାରତରୁ ନେଇ ଚୀନ ପର୍ଯ୍ୟନ୍ତ ବକ୍ସ ଅଫିସ୍‌ରେ ତହଲକା ମଚାଇଥିବା ଫିଲ୍ମ ‘ଅନ୍ଧାଧୁନ’ ଏବେ ଜାପାନରେ ଧୁମ ମଚାଇବାକୁ ସଜବାଜ ହେଉଛି। ଭାରତ ଭଳି ‘ଅନ୍ଧାଧୁନ’କୁ  ଜାପାନୀ ତଡ଼କା ଆହୁରି ଲୋକପ୍ରିୟ କରାଇବ ବୋଲି ଆଶା କରାଯାଉଛି। ଶ୍ରୀରାମ ରାଘବନଙ୍କ ଦ୍ବାରା ନିର୍ଦେଶିତ ସସ୍‌ପେନ୍ସ ଥ୍ରିଲର ସିନେମା ‘ଅନ୍ଧାଧୁନ’ ଜାପାନରେ ୧୫ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି।

ଏହି ସିନେମାରେ ଉତ୍କୃଷ୍ଟ ଅଭିନୟ ପାଇଁ ଆୟୁଷ୍ମାନ ଜାତୀୟ ପୁରସ୍କାର ଜିତି ସାରିଛନ୍ତି। ଭାରତରେ ଏହି ଫିଲ୍ମ ଗତବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ପ୍ରଶଂସା ଭାରତ ସମେତ ଚୀନ, କୋରିଆ, ରୁଷ ଓ କଜାକିସ୍ତାନ ସହିତ ବିଶ୍ବର ବିଭିନ୍ନ ଅଂଶରେ ହୋଇସାରିଛି। ସୂଚନାଯୋଗ୍ୟ ଯେ ‘ଅନ୍ଧାଧୁନ’ ସିନେମାରେ ତବୁ ଓ ରାଧିକା ଆପ୍ଟେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଆୟୁଷ୍ମାନଙ୍କୁ ଏହି ସିନେମା ପାଇଁ ଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର ମିଳିବା ସହିତ ଫିଲ୍ମଟିକୁ ଚଳିତ ବର୍ଷର ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିସାରିଛି। ସୂଚନାଯୋଗ୍ୟ ଯେ ‘ବାଲା’ ସିନେମା ମାତ୍ର ୪ ଦିନରେ ୫୨.୨୧ କୋଟି ଟଙ୍କା ବକ୍ସ ଅଫିସ୍‌ରେ କଲେକ୍ସନ୍‌ କରିସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ