ଏଥର ମୁନ୍ନୀ ବଦଳରେ ମୁନ୍ନା ବଦ୍‌ନାମ


ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଏବେ ନିଜ ବହୁପ୍ରତୀକ୍ଷିତ ସିନେମା ‘ଦବଙ୍ଗ ୩’କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ପୂର୍ବରୁ ଏହି ଫିଲ୍ମର ଟ୍ରେଲର ସୋସାଲ ମିଡିଆରେ ଧମାଲ କରିଥିଲା। ଏବେ ଏହି ସିନେମାର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ କରାଯାଉଛି। ଏହି କ୍ରମରେ ‘ଦବଙ୍ଗ ୩’ର ଗୀତ ‘ମୁନ୍ନା ବଦନାମ ହୁଆ’ ରିଲିଜ୍‌ ହୋଇସାରିଛି। ସୂଚନାଯୋଗ୍ୟ ଯେ ଦର୍ଶକ ଏହି ଗୀତକୁ ଅପେକ୍ଷା କରିଥିଲେ। ତେଣୁ ଏହି ଗୀତ ରିଲିଜ୍‌ ହେବା ମାତ୍ରେ ସୋସାଲ ମିଡିଆରେ ଭାଇରାଲ ହୋଇଯାଇଛି।

ସୂଚନାଯୋଗ୍ୟ ଯେ ଏବେ ଏହି ଫିଲ୍ମର କେବଳ ଅଡ଼ିଓ ଭର୍ସନ ରିଲିଜ୍‌ କରାଯାଇଛି। କିନ୍ତୁ ଗୀତଟି ଶୁଣିବାକୁ ଏତେ ଭଲ ଲାଗୁଛି ଯେ ଏହା ଆପଣଙ୍କ ହୃଦୟ ଜିତିବାକୁ ଯଥେଷ୍ଟ। ସୂଚନାଯୋଗ୍ୟ ଯେ ଏହି ଗୀତକୁ ବାଦଶାହ, କମାଲ ଖାନ ଓ ମମତା ଶର୍ମା ମିଶି ଗାଇଥିବାବେଳେ ସଙ୍ଗୀତ ସାଜିଦ ବାଜିଦଙ୍କର ଅଟେ। ଏହି ସିନେମା ୨୦୧୨ରେ ରିଲିଜ୍‌ ହୋଇଥିବା ସିନେମା ‘ଦବଙ୍ଗ’ର ଦ୍ବିତୀୟ ସିକ୍ବେଲ ଅଟେ। ‘ଦବଙ୍ଗ’ ସିନେମାରେ ‘ମୁନ୍ନୀ ବଦନାମ ହୁଇ’ ଆଇଟମ୍‌ ଗୀତଟି ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିବାବେଳେ ଏବେ ‘ଦବଙ୍ଗ ୩’ରେ ମୁନ୍ନୀ ବଦଳରେ ମୁନ୍ନା ବଦନାମ ହେଉଥିବା ଦେଖିବାକୁ ମିଳିବ। ‘ଦବଙ୍ଗ ୩’ ସିନେମା ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ ଭାଷାରେ ମଧ୍ୟ ରିଲିଜ୍‌ ହେବ ବୋଲି ସଲମାନ ଘୋଷଣା କରିଛନ୍ତି। ୨୦ ଡିସେମ୍ବର ୨୦୧୯ରେ ‘ଦବଙ୍ଗ ୩’ ସିନେମା ରିଲିଜ୍‌ ହେବାକୁ ଯାଉଛି।

ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ଆଉ ଜଣେ ନୂଆ ଅଭିନେତ୍ରୀଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ମହେଶ ମାଞ୍ଜରେକରଙ୍କ ଝିଅ ସାଇ ମାଞ୍ଜରେକର ଏହି ସିନେମା ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ‘ଦବଙ୍ଗ ୩’ର ନିର୍ଦେଶନା ପ୍ରଭୁଦେବା ଦେଉଥିବାବେଳେ ସଲମାନ ଖାନ ଓ ଅରବାଜ ଖାନ ଏହାର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।