ପାଞ୍ଚ ମିନିଟ୍‌ ପାଇଁ ଶତ୍ରୁ ହେଲେ ମିତ୍ର

ଅତୀତର ସ୍ମୃତି ବାଣ୍ଟିଲେ ଇମ୍ରାନ-ଅମରିନ୍ଦର
p|   13 Nov 2019

ଭାରତ ଓ ପାକିସ୍ତାନର ସମ୍ପର୍କରେ ତିକ୍ତତା କାହାକୁ ଅଛପା ନାହିଁ। ବିଶେଷକରି ଊରି, ପଠାନକୋଟ୍‌ ଓ ପୁଲ୍‌ୱାମାରେ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ପରବର୍ତ୍ତୀ ସମୟରେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅହି-ନକୁଳ ସଦୃଶ ହୋଇଛି। ଏପରି ସ୍ଥଳେ ଦୁଇ ଦେଶର ରାଷ୍ଟ୍ରନେତା ନିଜ ନିଜ ବୟାନବାଜି ମାଧ୍ୟମରେ ଏହାକୁ ଏକାଧିକ ଥର ପୁଷ୍ଟ କରି ଆସିଛନ୍ତି। ଏହିକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ପରସ୍ପର ଉପରେ ବେଶ୍‌ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି। ତେବେ ନିକଟରେ କରତାରପୁର କରିଡର ଉଦ୍‌ଘାଟନୀ ଅବସରରେ ଏହି ଦୁଇ ଶତ୍ରୁ ଦେଶର ନେତାଙ୍କ ମଧ୍ୟରେ ପାଞ୍ଚ ମିନିଟ୍‌ର ସାକ୍ଷାତ ଆଲୋଚନାରେ ଉଭୟଙ୍କ ଭାବର ଆଦାନପ୍ରଦାନ ହୋଇଥିବା ଜଣାପଡ଼ିଛି, ଯାହାକି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

କରତାରପୁର ସାହିବ କରିଡ଼ର ନେଇ ଗୋଟିଏ ନୂଆ କଥା ସାମ୍ନାକୁ ଆସିଛି। କରତାରପୁର ସାହିବ ଗୁରୁଦ୍ବାର ପହଞ୍ଚିବା ପାଇଁ ଜିରୋ ପଏଣ୍ଟରୁ ଯେଉଁ ବସ୍‌ ବାହାରିଥିଲା, ସେଥିରେ ଭାରତରୁ ଯାଇଥିବା ଶିଖ୍‌ ପର୍ଯ୍ୟଟକ ଯାତ୍ରା କରିଥିଲେ। ମାତ୍ର ସଂଯୋଗବଶତଃ ଆଉ ଗୋଟିଏ ବସ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଅମରିନ୍ଦରଙ୍କ ମନ୍ତ୍ରିମଣ୍ଡଳକୁ ଗୁଡ଼ବାଏ କରିଥିବା ଇମ୍ରାନଙ୍କ ବନ୍ଧୁ ନବଜୋତ ସିଂହ ସିଦ୍ଧୁ ବସିଥିଲେ। ସେହି ବସ୍‌ରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ ବୋଲି ଜଣାପଡ଼ିଛି। ଏମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଗୋଟିଏ ବସ୍‌ର ବ୍ୟବସ୍ଥା ହୋଇ ନ ଥିଲା। ମାତ୍ର ସଂଯୋଗ ବଶତଃ ସମେସ୍ତ ଗୋଟିଏ ବସ୍‌ରେ ଏକାଠି ହୋଇଥିଲେ ବୋଲି କୁହାଯାଉଛି।

ମାତ୍ର ୫ ମିନିଟ୍‌ର ବସ୍‌ ଯାତ୍ରା ମଧ୍ୟରେ ଇମ୍ରାନ ଓ ଅମରିନ୍ଦରଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଦେଖାସାକ୍ଷାତ ହୋଇଥିଲା। ଏହି ୫ ମିନିଟର ଭାବର ଆଦାନ ପ୍ରଦାନ ମଧ୍ୟରେ କରତାରପୁର କରିଡର ନିର୍ମାଣ ଶିଖ୍‌ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ପୂରଣ କରିବ ବୋଲି ସେମାନେ କଥା ହୋଇଥିବା ପୂର୍ବରୁ ପ୍ରକାଶ ପାଇଥିଲା। ମାତ୍ର ଅମରିନ୍ଦରଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂରା ଅଲଗା କଥା ପ୍ରକାଶ ପାଇଛି। ଅମରିନ୍ଦର ଓ ଇମ୍ରାନ କେବଳ ସେମାନଙ୍କ ପରିବାରର ପୁରୁଣା କ୍ରିକେଟ ସମ୍ପର୍କ ବାବଦରେ କଥା ହୋଇଥିଲେ ବୋଲି ଜଣାପଡ଼ିଛି।

ଅମରିନ୍ଦର କଥା ପ୍ରସଙ୍ଗରେ ଇମ୍ରାନଙ୍କୁ କହିଥିଲେ ଯେ ଆପଣଙ୍କ ଦାଦା ଜହାଙ୍ଗୀର ଖାନ୍‌ ପଟିଆଲା ପାଇଁ ୧୯୩୪-୩୫ରେ ମ୍ୟାଚ୍‌ ଖେଳୁଥିଲେ। ସେତେବେଳେ ମହମ୍ମଦ ନାସିର, ଲାଲା ଅମରନାଥ, ଅମର ସିଂହ, ୱାଜରି ଅଲୀ ଓ ଅମିର ଅଲୀଙ୍କ ସହ ସେ ମ୍ୟାଚ୍‌ ଖେଳୁଥିଲେ। ଏହାପରେ ଜାହାଙ୍ଗିର ଖାନ୍‌ଙ୍କର ଆପଣଙ୍କ ସମ୍ପର୍କୀୟ ମୁବାରକଙ୍କ ସହ ବିବାହ ହୋଇଥିଲା। ଏହାପରେ ବି ସେ ତାଙ୍କ ଘରକୁ ଆସି ବାପାଙ୍କ ସହ ସମୟ କଟାନ୍ତି ବୋଲି ଅମରିନ୍ଦର ଇମ୍ରାନଙ୍କୁ କହିଥିବା ଜଣାପଡ଼ିଛି। ମାତ୍ର ଏହିସବୁ ଭାବର ଆଦାନ ପ୍ରଦାନ ମାତ୍ର ୫ ମିନିଟ୍‌ ମଧ୍ୟରେ ଶେଷ ହୋଇଥିଲା। କରତାରପୁର ସାହିବ ଗୁରୁଦ୍ବାରରେ ପହଞ୍ଚିବା ମାତ୍ରେ ଦୁହେଁ ଅଲଗା ହୋଇ ଯାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।