ମୁଖ୍ୟ ଖବର
ଉପନିର୍ବାଚନ ଲଢ଼ିପାରିବେ କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ବିଧାୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ଜଣ ବିଧାୟକ ଆସନ୍ତା ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ତତ୍କାଳୀନ ବାଚସ୍ପତି ରମେଶ କୁମାର କଂଗ୍ରେସ ଓ ଜେଡି(ଏସ୍)ର ଯେଉଁ ୧୭ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ, ତାହାକୁ ମଧ୍ୟ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବାଚସ୍ପତିଙ୍କ ସାମ୍ବିଧାନିକ ଅଧିକାର ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ମାତ୍ର ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ବିଧାୟକ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ଯେଉଁ ନର୍ଦେଶ ଦେଇଥିଲେ, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
ଫଳରେ ଆସନ୍ତା ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚନରେ ଅଯୋଗ୍ୟ ଘୋଷିତ ବିଧାୟକ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବା ପାଇଁ ସୁଯୋଗ ପାଇବେ ବୋଲି ସ୍ପଷ୍ଟ ହୋଇଛି। ନିର୍ବାଚନ ଜିତିଲା ପରେ ବିଧାୟକମାନେ ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ସରକାରୀ ପଦ ପଦରେ ରହିବା ପାଇଁ କୌଣସି ଅସୁବିଧା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଫଳରେ ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଆଶ୍ବସ୍ଥ ହୋଇଛନ୍ତି। କାରଣ ସେମାନଙ୍କୁ ବଜେପି ଟିକେଟ୍ ଦେଇ ଉପନିର୍ବାଚନ ବୈତରଣୀ ପାର କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ