୧୩ ବର୍ଷର ଝିଅକୁ ୭ ଲକ୍ଷରେ ବିକି ଦେଲା ବାପା


ବାଡ୍‌ମେର: ରାଜସ୍ଥାନ ବାଡ୍‌ମେର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ନୃଶଂସ ବାପା ଅର୍ଥ ଲୋଭରେ ତା’ର ୧୩ ବର୍ଷର ଝିଅକୁ ୭ ଲକ୍ଷ ଟଙ୍କାରେ ବିକିବାକୁ ମଧ୍ୟ ପଛାଇ ନାହିଁ। ପ୍ରଥମେ ତାଙ୍କ ଝିଅକୁ କେହି ଅପହରଣ କରିଛି ବୋଲି କହୁଥିବା ବାପାର ଅସଲ ଉଦ୍ଦେଶ୍ୟ ପର୍ଦ୍ଦାଫାସ କରିଛି ବାର୍ମେର ପୋଲିସ। ଝିଅଟିକୁ ହାଇଦ୍ରାବାଦରୁ ଉଦ୍ଧାର କରାଯିବା ପରେ ଅସଲ କଥା ପଦାକୁ ଆସିଛି। ଆଉ ସବୁଠାରୁ ଦୁଃଖର କଥା ହେଲା ଯେ ଝିଅଟି ବର୍ତ୍ତମାନ ୪ ମାସର ଗର୍ଭବତୀ ହୋଇଛି।

ଗତ ଜୁନ୍‌ରେ ଏହି ଘଟଣା ଘଟିଥିଲା। ଝିଅକୁ କେହି ଅପହରଣ କରି ନେଇଛି ବୋଲି ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବାପାର ଭୂମିକାକୁ ନେଇ ପରିବାର ଲୋକେ ସନ୍ଦେହ କରିବାରୁ ପୋଲିସ ଝିଅର ବାପାକୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଥିଲା। ମାତ୍ର ଝିଅଟିକୁ ଉଦ୍ଧାର କରିବା ପାଇଁ ପୋଲିସ୍‌ ସେପରି ଉଦ୍ୟମ ନ କରିବାରୁ ଝିଅର ଦାଦା ରାଜସ୍ଥାନ ହାଇକୋର୍ଟରେ ଏନେଇ ଅପିଲ୍‌ କରିଥିଲେ। ହାଇକୋର୍ଟଙ୍କ କଡ଼ା ନିର୍ଦେଶ ପରେ ପୋଲିସ ଝିଅଟିକୁ ଉଦ୍ଧାର କରି ତା’ ମାଆର ଜିମା ଦେଇଛି।

ଝିଅଟି ମଧ୍ୟ ପରିବାର ଆଗରେ ତାଙ୍କୁ ଜୁନ୍‌ ମାସରୁ କିପରି ଭାବେ ହାଇଦ୍ରାବାଦରେ ରଖାଯାଇ  ଯୌନ ନିର୍ଯାତନା ଦିଆଯାଉଥିଲା, ତାହାକୁ ବର୍ଣ୍ଣନା କରିଛି। ଜଣେ ବାପା ଯେ ନିଜ ଝିଅକୁ ଟଙ୍କା ପାଇଁ ଯୌନ ରାକ୍ଷସଙ୍କ ହାତରେ ଟେକି ଦେଇପାରେ, ତାହା ସହଜରେ ବିଶ୍ବାସ ହେଉ ନଥିଲେ ବି ଶେଷରେ ସତ୍ୟ ପ୍ରମାଣିତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ