ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି: ନାରାୟଣ ରାଣେ


ମୁମ୍ଵାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜନୀତି ଆହୁରି ସରଗରମ ହୋଇଛି। ଏନସିପି-କଂଗ୍ରେସ, ଶିବସେନା ଓ ବିଜେପି ଏ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ପକ୍ଷରୁ ନାରାୟଣ ରାଣେ ମୋର୍ଚ୍ଚା ସମ୍ଭାଳି କହିଛନ୍ତି ଯେ ଆମେ ହିଁ ସରକାର ଗଠନ କରିବୁ ଏବଂ ଯେବେ ବି ରାଜ୍ୟପାଳଙ୍କ ପାଖକୁ ଯିବୁ ୧୪୫ ବିଧାୟକଙ୍କ ସମର୍ଥନ ସହିତ ଯିବୁ। ମହାରାଷ୍ଟ୍ରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ଗଢ଼ିବାକୁ ବିଜେପି ଉଦ୍ୟମ କରିବ। ସରକାର ଗଠନ ଲାଗି ଯାହା ବି କିଛି କରିବାକୁ ପଡ଼ିବ ତାହା କରିବୁ।

ସେ ଶିବସେନା ଉପରେ ହମଲା କରି କହିଛନ୍ତି ଯେ ଶିବସେନା ମେଣ୍ଟର ଧର୍ମ ପାଳନ କରିନାହିଁ। ସେମାନେ ଏନସିପି-କଂଗ୍ରେସ ଜାଲରେ ଫସି ଯାଇଛନ୍ତି। ବିଜେପି-ଶିବସେନା ମେଣ୍ଟକୁ ସ୍ପଷ୍ଟ ବହୁମତ ପରେ ବି ସରକାର ଗଠନ ନ ହେବା ଦୁର୍ଭାଗ୍ୟଜନକ। ଏବେ ବିଜେପି ସରକାର ଗଢ଼ିବାକୁ ଉଦ୍ୟମ କରିବ। ମାତ୍ର ୧୪୫ ବିଧାୟକଙ୍କ ସମର୍ଥନ କେମିତି ଯୋଗାଡ଼ ହେବ ତାହା ଜଣାଇ ନାହାନ୍ତି ନାରାୟଣ ରାଣେ। ଏବେ ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି ଏବଂ ସରକାର ଗଢ଼ିବାକୁ ହେଲେ ଆହୁରି ୪୦ ବିଧାୟକଙ୍କ ସମର୍ଥନ ଜରୁରୀ। କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ, ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦୁର୍ଭାଗ୍ୟଜନକ। ବିଜେପି ରାଜ୍ୟରେ ସ୍ଥିର ସରକାର ଦେବାକୁ ଆଶାବାଦୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ