ଫ୍ୟାସିନିଷ୍ଟା ଉର୍ବଶୀଙ୍କଠାରୁ ନିଅନ୍ତୁ ଶର୍ଟ ବ୍ଲେଜର ଡ୍ରେସ୍‌ ଷ୍ଟାଇଲ୍‌ ଟିପ୍ସ


ମଡେଲ, ବଲିଉଡ୍‌ ଅଭିନେତ୍ରୀ ତଥା ଫ୍ୟାସିନିଷ୍ଟା ଉର୍ବଶୀ ରୌତେଲା ଏବେ ନିଜର ଆଗାମୀ ସିନେମା ‘ପାଗଲପନ୍ତୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଉର୍ବଶୀ ନିଜ ଡ୍ରେସିଙ୍ଗ ସେନ୍ସ ଜରିଆରେ ଫ୍ୟାଶନ୍‌ ଗୋଲ୍ସ ଦେଉଥିବା ଦେଖିବାକୁ ମିଳୁଛି।

ନିଅନ ଗ୍ରୀନ୍‌ ବ୍ଲେଜ୍‌ର ଡ୍ରେସ୍‌
ଆଜିକାଲି ନିଅନ ଗ୍ରୀନ୍‌ କଲର ବେଶ୍‌ ଟ୍ରେଣ୍ଡରେ ରହିଛି। ଉର୍ବଶୀ ଏହି ରଙ୍ଗର ବ୍ଲେଜର ଡ୍ରେସ୍‌ରେ ବହୁତ ସୁନ୍ଦର ଦେଖାଯାଉଥିଲେ। ନିଜର ଏହି ବ୍ଲେଜର ଡ୍ରେସ୍‌କୁ ଉର୍ବଶୀ ବ୍ଲାକ୍‌ ରଙ୍ଗର ବେଲ୍ଟ ଓ ବ୍ଲାକ୍‌ ପମ୍ପ ଶୁ’ ସହିତ ମ୍ୟାଚ୍‌ କରି ପିନ୍ଧିଥିଲେ।

ରେଡ୍‌ ବ୍ଲେଜର ଡ୍ରେସ୍‌
ଏବେ ଲାଲ୍‌ ରଙ୍ଗ ମଧ୍ୟ ବହୁତ ଟ୍ରେଣ୍ଡରେ ରହିଛି। ଉର୍ବଶୀଙ୍କୁ ଲାଲ୍‌ ରଙ୍ଗର ଶର୍ଟ ବ୍ଲେଜର ଡ୍ରେସ୍‌ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେବ ବହୁତ ସୁନ୍ଦର ଓ ସେକ୍ସି ନଜର ଆସୁଥିଲେ। ଉର୍ବଶୀ ଏହି ଡ୍ରେସ୍‌ ସହିତ ଗୋଲ୍ଡେନ୍‌ ରଙ୍ଗର ଫଙ୍କି ଇଅରରିଙ୍ଗସ୍‌ ଓ ଟ୍ରାନ୍ସପ୍ୟାରେଣ୍ଟ ହିଲ୍ସ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ।

ଶିମରି ଡ୍ରେସ୍‌ରେ ସେକ୍ସି ଲୁକ୍‌

ଆଜିକାଲି ସିକ୍ବିନ୍‌ଯୁକ୍ତ ଶିମରି ଡ୍ରେସ୍‌ ମଧ୍ୟ ବହୁତ ଟ୍ରେଣ୍ଡରେ ରହିଛି। ଏହି ଫିଲ୍ମର ପ୍ରମୋସନ ସମୟରେ ଉର୍ବଶୀ ଯେଉଁ ବ୍ଲୁ ରଙ୍ଗର ଶର୍ଟ ଶିମରି ଡ୍ରେସ୍‌ ପିନ୍ଧିଥିଲେ, ସେଥିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସାଙ୍ଗସାଥୀଙ୍କ ସହ ପାର୍ଟି ପାଇଁ ଏହି ଆଉଟ୍‌ଫିଟ୍‌ ଏକ୍‌ଦମ୍‌ ପରଫେକ୍ଟ ଅଟେ।

ଗ୍ରୀନ୍‌ ବଡି ହ୍ୟାଙ୍ଗିଙ୍ଗ ଡ୍ରେସ୍‌
ଗ୍ରୀନ୍‌ ରଙ୍ଗର ବଡି ହ୍ୟାଙ୍ଗିଙ୍ଗ ଫୁଲ୍‌ ସ୍ଲିଭ୍‌ସ ଡ୍ରେସ୍‌ରେ ଉର୍ବଶୀ ବହୁତ ଗର୍ଜିଅସ୍‌ ଦେଖାଯାଉଥିଲେ। ଉର୍ବଶୀ ଏହି ଡ୍ରେସ୍‌ ସହିତ ନ୍ୟୁଡ୍‌ କଲରର ଷ୍ଟ୍ରେପି ହିଲ୍‌ ପିନ୍ଧିଥିଲେ।

ସ୍କର୍ଟ ଓ ଜ୍ୟାକେଟ୍‌ ଲୁକ୍‌
ପିଙ୍କ ରଙ୍ଗର ଶର୍ଟ ସ୍କର୍ଟ, ହ୍ବାଇଟ୍‌ କ୍ରପ୍‌ ଟପ୍‌ ପିଙ୍ଗ ରଙ୍ଗର କ୍ରପ୍‌ ଷ୍ଟାଇଲ୍‌ ଜ୍ୟାକେଟ୍‌ ସହିତ ଉର୍ବଶୀ ଫଙ୍କି ସ୍ନିକର୍ସ ଓ ବ୍ଲାକ୍‌ ଶେଡ୍‌ସ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏଥିରେ ଉର୍ବଶୀ ବହୁତ ସୁନ୍ଦର ଓ ହଟ୍‌କେ ନଜର ଆସୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ